Wishes: ପୁଟିନ୍, ମେଲୋନୀ, ନେତାନ୍ୟାହୁଙ୍କ ସମେତ ବିଶ୍ୱ ନେତାଙ୍କ ଶୁଭେଚ୍ଛା
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ବିଶ୍ୱର ବହୁ ପ୍ରମୁଖ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଭାରତ ସହ ନିଜ ନିଜ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
Advertisment * ଭ୍ଲାଦିମିର ପୁଟିନ୍ (ରୁଷ୍ ରାଷ୍ଟ୍ରପତି): ମୋଦୀ ଦେଶ ଓ ବିଶ୍ୱସ୍ତରରେ ଗଭୀର ସମ୍ମାନ ଏବଂ ସୁଖ୍ୟାତି ଅର୍ଜନ କରିଛନ୍ତି।
ଭାରତ-ରୁଷିଆ ବିଶେଷ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ତାଙ୍କର ଯୋଗଦାନ ଅତୁଳନୀୟ।
୧୮ତମ "ବ୍ରିକ୍ସ" ସମ୍ମିଳନୀ ଅବସରରେ ହୋଇଥିବା ଆଲୋଚନା ମୋଦୀଙ୍କ ରାଜନୈତିକ ପ୍ରଜ୍ଞାର ପ୍ରମାଣ। * ଜର୍ଜିଆ ମେଲୋନୀ (ଇଟାଲୀ ପ୍ରଧାନମନ୍ତ୍ରୀ): ମୋଦୀଙ୍କୁ "ବନ୍ଧୁ" ଆଖ୍ୟା ମେଲୋନୀ ତାଙ୍କର ସୁସ୍ଥତା ଓ ସଫଳତା କାମନା କରିଛନ୍ତି।
ଇଟାଲୀ ଏବଂ ଭାରତ ନିଜର ବନ୍ଧୁତାକୁ ସୁଦୃଢ଼ କରି ସମୃଦ୍ଧ ଭବିଷ୍ୟତ ଗଢ଼ୁଥିବା ସେ କହିଛନ୍ତି।* ବେଞ୍ଜାମିନ ନେତାନ୍ୟାହୁ (ଇସ୍ରାଏଲ ପ୍ରଧାନମନ୍ତ୍ରୀ): ମୋଦୀଙ୍କ ନେତୃତ୍ୱ ଭାରତକୁ ଏକ ବିଶ୍ୱଶକ୍ତିରେ ପରିଣତ କରିଛି।
ଉଭୟ ଦେଶ ମଧ୍ୟରେ ଐତିହାସିକ ଭାଗିଦାରୀ ଗଢ଼ିଉଠିଛି ଏବଂ ଏହି ବନ୍ଧୁତା ଆଗକୁ ଆହୁରି ମଜବୁତ ହେବ।
ଆହୁରି ପଢନ୍ତୁ: Supremecourt: ମହିଳା ହୋଇଥିବାରୁ ଚାକିରି ନ ମିଳିବା ପ୍ରସଙ୍ଗ: ଆଇଓସିକୁ ୧୨ ଲକ୍ଷ କ୍ଷତିପୂରଣ ଦେବାକୁ କହିଲେ ସୁପ୍ରିମ୍କୋର୍ଟ * ରୁଜଭେଲ୍ଟ ସ୍କେରଟ୍ (ଡୋମିନିକା ପ୍ରଧାନମନ୍ତ୍ରୀ): ଡୋମିନିକାର ଜନସାଧାରଣଙ୍କ ପକ୍ଷରୁ ସେ ମୋଦୀଙ୍କ ସୁସ୍ଥତା ଓ ଭାରତୀୟଙ୍କ ସେବା ପାଇଁ ନିରନ୍ତର ଶକ୍ତି କାମନା କରିଛନ୍ତି।* ଟେଡ୍ରୋସ ଅଧ୍ନୋମ ଗେବ୍ରେୟସସ ("ହୁ" ମହାନିର୍ଦ୍ଦେଶକ): ସଫଳ "ବ୍ରିକ୍ସ" ସମ୍ମିଳନୀ ଆୟୋଜନ, ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କାର୍ଯ୍ୟ କରିଥିବାରୁ ସେ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। * ଆମେରିକୀୟ ଦୂତାବାସ: ଆମେରିକୀୟ ଦୂତାବାସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମୋଦୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
