Wine ban: ମଦ ଦୋକାନ ବନ୍ଦ ଦାବିରେ ଠେଙ୍ଗା ବାଡ଼ି ଧରି ଦୋକାନ ଘେରିଲେ ୪୦୦ରୁ ଊର୍ଦ୍ଧ୍ବ ମହିଳା
"ମୈଦଲପୁର: ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଠାରେ ଥିବା ବିଦେଶୀ ଓ ଦେଶୀ ମଦ ଦୋକାନରେ ଘେରିଲେ ମହିଳାl ମଦ ବିକ୍ରି ବନ୍ଦ କରିବାକୁ ଅଡ଼ି ବସିଥିଲେ।
୪ ଦିନ ଭିତରେ ଖାଲି କର ନ ହେଲେ ଭାଙ୍ଗିବାକୁ ଚେତାଇ ଦେଇ ଚାଲିଯାଇଥିଲେ।
Advertisment ମୈଦଲପୁର ପଞ୍ଚାୟତଗୋପିଗୁଡ଼ା, ନିଳାଦ୍ରୀଗୁଡ଼ା, କେନ୍ଦୁଗୁଡା, ଛଟାଗୁଡ଼ା, ଗଣ୍ଡଭଟା, ସେମଳା ପଂଚାୟତର ସେମଳା ଓ ପକାନାଗୁଡ଼ା ଗ୍ରାମର ୪୦୦ରୁ ଊର୍ଦ୍ଧ୍ବ ମହିଳା ଠେଙ୍ଗା ବାଡ଼ି ଧରି ଦୋକାନ ଉପରେ ଘେରାଉ କରି ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି।
ମଦ ପିଇ ଘରେ ଝଗଡ଼ା, ଅଶାନ୍ତି ତଥା ଦୁର୍ଘଟଣାରେ ଜୀବନ ଯାଉଥିବା ଅଭିଯୋଗ କରି ଏଭଳି ନିଷ୍ପତି ନିଆ ଯାଇଥିବା କହିଛନ୍ତି ମହିଳାମାନେ।
ଗାଁ ମାନଙ୍କରେ ଦେଶୀ ମଦ ବନ୍ଦ କରିବା ସହ ଏବେ ଠିପି ମଦ ଉପରେ ମହିଳାଙ୍କ ନଜର ରହିଛି।
ଆହୁରି ପଢ଼ନ୍ତୁ: Liquor: ପୁଣି ଧରାପଡ଼ିଲା ୩୯୬ ଲିଟର ମହୁଲି ମଦ, ୭ ଅଭିଯୁକ୍ତ ଗିରଫ ଆସନ୍ତା ବୁଧବାର ଦିନ ଭିତରେ ଯଦି ଖାଲି କରା ନ ଯାଏ ତେବେ ମଦ ବୋତଲ ଭାଙ୍ଗିବାକୁ ଚେତାବନୀ ଦେଇଛନ୍ତି।
ମୈଦଲପୁର ପୁଲିସ ପହଂଚି ମହିଳାମାନଙ୍କୁ ବୁଝାସୁଝା କରିଛି l ଅନ୍ୟପଟେ ସରକାର ବିଦେଶୀ ଠିପି ମଦ ପାଇଁ ଲଟେରି କରି ବିକ୍ରି କରିବାକୁ ଅନୁମତି ଦିଆଯାଉ ଥିବା ସମୟରେ ନାରୀ ସଂଘ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି।
ସୂଚନା ଥାଉକି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମଳା ପଞ୍ଚାୟତ ଉସିଗାଁର ଶତାଧିକ ମହିଳା ମଦ ବନ୍ଦ ପାଇଁ ଅଭିଯୋଗ କରିଛନ୍ତି।
ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।