Indi: ଇଣ୍ଡି ମେଣ୍ଟରେ ଫାଟ ବଢ଼ିଲା: ଜୁନ୍ ୮ରେ କଂଗ୍ରେସ ଡାକିଥିବା ବୈଠକରେ ଯୋଗ ଦେବେନି ସିପିଆଇଏମ୍ ଓ ଜେଏମ୍ଏମ୍
"ନୂଆଦିଲ୍ଲୀ: ଜୁନ୍ ୮ ତାରିଖରେ କଂଗ୍ରେସ ଦ୍ୱାରା ଡକାଯାଇଥିବା ଇଣ୍ଡି ମେଣ୍ଟ ବୈଠକକୁ ଡିଏମକେ ପ୍ରତ୍ୟାଖ୍ୟାନ କରିବାର କିଛି ଦିନ ପରେ, ବିରୋଧୀ ମେଣ୍ଟରେ ନୂତନ ଫାଟ ଦେଖାଦେଇଛି।
ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) କଂଗ୍ରେସ ନେତୃତ୍ୱଙ୍କ କାର୍ଯ୍ୟଶୈଳୀ ଉପରେ ରହିଥିବା ସେମାନଙ୍କ ତୀବ୍ର ଅସନ୍ତୋଷ ଜଣାଇଛନ୍ତି।
Advertisment ଝାଡ଼ଖଣ୍ଡରେ ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ କଂଗ୍ରେସ ଏକପାଖିଆ ଭାବରେ ପ୍ରାର୍ଥୀ ଘୋଷଣା କରିବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିରକ୍ତ ପ୍ରକାଶ କରିଥିବା ବେଳେ, ସିପିଆଇ(ଏମ୍) ସଦ୍ୟ ସମାପ୍ତ କେରଳମ୍ ବିଧାନସଭା ନିର୍ବାଚନରେ ପ୍ରଚାର ସମୟରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନଙ୍କ ଦ୍ୱାରା କେରଳମ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଉପରେ ଆକ୍ରମଣକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି।
ଆହୁରି ପଢନ୍ତୁ: Frenchopen: ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ବଜାୟ ରଖିଲେ ଗ୍ରାନୋଲର୍ସ-ଜେବାଲୋସ୍ ସିପିଆଇଏମ୍ ସାଧାରଣ ସମ୍ପାଦକ ଏମ୍ ଏ ବେବୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଡ଼ା ଶବ୍ଦରେ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉଠାଇଛନ୍ତି।
ଖଡ଼ଗେଙ୍କ ସହିତ ଇଣ୍ଡି ମେଣ୍ଟର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ବେବୀ ଏହି ଚିଠି ପ୍ରଦାନ କରିଛନ୍ତି।
ତେବେ ଇଣ୍ଡି ମେଣ୍ଟର ଜଣେ ବରିଷ୍ଠ ନେତା କହିଛନ୍ତି, ଆମେ ଚିଠିଟି ଦେଖିଛୁ, ଏହା କଂଗ୍ରେସ ଓ ସିପିଆଇଏମ୍ ମଧ୍ୟରେ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଆମେ କଂଗ୍ରେସ ନେତାଙ୍କୁ ଇଣ୍ଡି ମେଣ୍ଟର ସମସ୍ତ ସଦସ୍ୟଙ୍କୁ ଏକା ସାଙ୍ଗରେ ନେଇ ଚାଲିବାକୁ ନିବେଦନ କରିବୁ।
ବେବୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, କେରଳମ୍ ନିର୍ବାଚନ ସମୟରେ କଂଗ୍ରେସ ନେତୃତ୍ବ ବାରମ୍ବାର ଅଭିଯୋଗ କରିଥିଲା ଯେ, ସିଆଇଏମ୍ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି।
ସିପିଆଇଏମ୍ର ବରିଷ୍ଠ ନେତା, ପଲିଟ୍ ବ୍ୟୁରୋ ସଦସ୍ୟ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ କମ୍ରେଡ ପିନାରାୟୀ ବିଜୟନ ମୋଦୀଙ୍କ ସହିତ ମେଣ୍ଟ କରିଛନ୍ତି।
ନହେଲେ ସେମାନଙ୍କୁ କାହିଁକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କିମ୍ବା ଗିରଫ କରୁନାହିଁ।
ଆହୁରି ପଢନ୍ତୁ: Frenchopen: ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ବଜାୟ ରଖିଲେ ଗ୍ରାନୋଲର୍ସ-ଜେବାଲୋସ୍ କଂଗ୍ରେସର ନିର୍ବାଚନ ପ୍ରଚାରରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା।
ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ତୁମେ (ଖଡ଼ଗେ) ମଧ୍ୟ ଏପରି ଅଭିଯୋଗ ବାରମ୍ବାର କରିଥିଲ ବୋଲି ବେବୀ ଚିଠିରେ ଲେଖିଛନ୍ତି।
ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଦୁଇଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଭାବେ ଖଡ଼ଗେଙ୍କ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରଣବ ଝାଙ୍କ ନାମ ଘୋଷଣା କରିବା ପାଇଁ ଜେଏମ୍ଏମ୍ ସମାନ ଭାବରେ ବିରକ୍ତ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଉଭୟ ଆସନରୁ ନିଜ ପ୍ରାର୍ଥୀ ଦେବାକୁ ଚାହୁଁଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।