Wimbledon Royal Box: ୱିମ୍ବଲଡନ୍ ରୟାଲ୍ ବକ୍ସରେ ସଚିନ-ଗିଲ୍
"ଲଣ୍ଡନ: ୱିମ୍ବଲଡନ୍ ଓପନ୍ର ପୁରୁଷ ଏକକ ସେମିଫାଇନାଲ୍ରେ ଭାରତୀୟ କ୍ରିକେଟ୍ କିଂବଦନ୍ତି ତାରକା ସଚିନ ତେନ୍ଦୁଲକର ଏବଂ ଯୁବ ଅଧିନାୟକ ଶୁଭମନ ଗିଲ୍ ରୟାଲ୍ ବକ୍ସରେ ବସି ମ୍ୟାଚ୍ର ଆନନ୍ଦ ଉଠାଉଥିବା ଦେଖିବାକୁ ମିଳିଛି।
ଦୁହିଁଙ୍କ ମଝିରେ ସଚିନଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ବସିଥିଲେ।
ଏମାନଙ୍କ ଉପସ୍ଥିତି ସେଣ୍ଟର କୋର୍ଟରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଏହି ମ୍ୟାଚ୍ରେ ଜର୍ମାନୀର ଆଲେକ୍ଜାଣ୍ଡାର ଭେରଭ୍ ସିଧାସଳଖ ସେଟ୍ରେ ବ୍ରିଟେନର ଆର୍ଥର ଫେରିଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ୱିମ୍ବଲଡନ୍ର ଫାଇନାଲ୍ରେ ପ୍ରବେଶ କରିଥିଲେ।
Advertisment Workshop: "ସରକାର ସହରାଞ୍ଚଳ ସ୍ଥାନୀୟ ନିକାୟକୁ ସ୍ୱାବଲମ୍ବୀ ଓ ସ୍ଥାୟୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି" ସୂଚନାଯୋଗ୍ୟ ଯେ ସଚିନ ତେନ୍ଦୁଲକର ବର୍ଷବର୍ଷ ଧରି ୱିମ୍ବଲଡନ୍ର ନିୟମିତ ଅତିଥି ରହିଆସିଛନ୍ତି।
ଟେନିସ୍ ପ୍ରତି ତାଙ୍କର ଗଭୀର ଭଲ ପାଇବା ଓ ଆଗ୍ରହ ଥିବାରୁ ଏକାଧିକ ଥର ସେ ଅଲ୍ ଇଂଲଣ୍ଡ କ୍ଲବ୍ରେ ଆୟୋଜିତ ଏହି ପ୍ରତିଷ୍ଠିତ ପ୍ରତିଯୋଗିତା ଦେଖିବାକୁ ଯାଉଛନ୍ତି।
ଅନ୍ୟପକ୍ଷରେ, ଗିଲ୍ ପ୍ରଥମ ଥର ୱିମ୍ବଲଡନ୍ର ରୟାଲ୍ ବକ୍ସରୁ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିଲେ।
ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ମିଳିଥିବା ସ୍ୱଳ୍ପ ବିରତିର ସଦ୍ବ୍ୟବହାର କରି ସେ ଏହି ବିଶ୍ୱପ୍ରସିଦ୍ଧ ଟେନିସ୍ ପ୍ରତିଯୋଗିତାର ରୋମାଞ୍ଚ ଉପଭୋଗ କରିଥିଲେ।
ଉଭୟ ଏକାଠି ବସି ମ୍ୟାଚ୍ ଦେଖୁଥିବାର ଫଟୋ ଭାଇରାଲ୍ ହୋଇଛି।
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।