Wimbledon: ବଢ଼ିଲା ୱିମ୍ବିଲଡନ୍‌ ପୁରସ୍କାର ରାଶି

Jun 11, 2026 - 20:33
Wimbledon: ବଢ଼ିଲା ୱିମ୍ବିଲଡନ୍‌ ପୁରସ୍କାର ରାଶି

"ଲଣ୍ଡନ: ଗ୍ରାଣ୍ଡସ୍ଲାମ୍‌ ପ୍ରତିଯୋଗିତା ୱିମ୍ବିଲଡନ୍‌ ଲାଗି ପୁରସ୍କାର ରାଶି ବୃଦ୍ଧି କରିଛନ୍ତି ଆୟୋଜକ।

ଏଥର ୬୪.୨ ନିୟୁତ ପାଉଣ୍ଡ୍‌ ବା ଭାରତୀୟ ମୁଦ୍ରାରେ ପ୍ରାୟ ୮୨୧ କୋଟି ଟଙ୍କାର ପୁରସ୍କାର ରାଶି ରଖାଯାଇଛି, ଯାହାକି ଗତ ବର୍ଷଠାରୁ ୨୦% ଅଧିକ।

ଏକକ ବିଜେତା ମାନେ ପ୍ରାୟ ୩.୬ ନିୟୁତ ପାଉଣ୍ଡ ବା ୪୬ କୋଟି ଟଙ୍କାର ପୁରସ୍କାର ରାଶି ପାଇବେ, ଯାହାକି ଗତବର୍ଷ ୩ ନିୟୁତ ପାଉଣ୍ଡ ବା ୩୮ କୋଟି ଟଙ୍କା ଥିଲା।Advertisment ପୁରସ୍କାର ରାଶି ବୃଦ୍ଧି କରିବାକୁ ବିଗତ କିଛି ବର୍ଷ ହେଲା ଖେଳାଳିମାନେ ଦାବି କରିଆସୁଥିଲେ।

ଏହାକୁ ଦୃଷ୍ଟିରେ ରଖି ଏହି ବୃଦ୍ଧି କରାଯାଇଛି।

ଖେଳାଳିମାନେ ଅଭଯୋଗ କରୁଛନ୍ତି ଯେ ଚାରି ଗ୍ରାଣ୍ଡସ୍ଲାମ୍‌ ପକ୍ଷରୁ ନିଜ ରାଜସ୍ବର ଏକ ସ୍ବଳ୍ପ ଭାଗ ଖେଳାଳିମାନଙ୍କୁ ଦିଆଯାଉଛି।

ଏପରିକି କେତେକ ଖେଳାଳି ଏପରି ପ୍ରତିଯୋଗିତାକୁ ବର୍ଜନ କରିବାକୁ ଧମକ ଦେଇଥିଲେ।

ଆହୁରି ପଢ଼ନ୍ତୁ: Sachin Tendulkar: ଆଇପିଏଲ୍‌ରୁ "ଇମ୍ପାକ୍ଟ ଖେଳାଳି" ନିୟମ ହଟୁ: ସଚିନ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।