Will PM Modi Visit Pakistan: ଇସ୍ଲାମାବାଦରୁ ମୋଦିଙ୍କ ପାଇଁ ନିମନ୍ତ୍ରଣ, ଯୋଗଦାନକୁ ନେଇ ସସ୍ପେନ୍ସ
ଆସନ୍ତା ବର୍ଷ ପାକିସ୍ତାନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୭ରେ ପାକିସ୍ତାନରେ ହେବାକୁ ଥିବା ସାଂଘାଇ ଶିଖର ସମ୍ମିଳନୀ(ଏସସିଓ) ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କରାଯିବ। ଏହି ସଙ୍କେତ ଦେଇଛି ପାକିସ୍ତାନ। ଏସସିଓର ନିର୍ଦ୍ଧାରିତ ନିୟମ ଅନୁସାରେ ସମସ୍ତ ସଦସ୍ୟ ଦେଶର ରାଷ୍ଟ୍ର ଓ ସରକାର ମୁଖ୍ୟଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି ଇସ୍ଲାମାବାଦ ସ୍ପଷ୍ଟ କରିଛି।
ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଆୟୋଜକ ଦେଶ ଭାବେ ସମସ୍ତ ଏସସିଓ ସଦସ୍ୟ ରାଷ୍ଟ୍ରକୁ ନିମନ୍ତ୍ରଣ କରିବା ପାକିସ୍ତାନର ଦାୟିତ୍ୱ। ସେହି ଅନୁସାରେ ଭାରତକୁ ମଧ୍ୟ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ ପଠାଯିବ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ସମ୍ମିଳନୀରେ ଯୋଗଦେବେ କି ନାହିଁ, ସେନେଇ ଏପର୍ଯ୍ୟନ୍ତ ଭାରତ ସରକାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
ଏହାରି ମଧ୍ୟରେ ମାନିଲାରେ ଆସିଆନ୍ ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ସମ୍ଭାବନାକୁ ମଧ୍ୟ ପାକିସ୍ତାନ ଖଣ୍ଡନ କରିଛି। ଏଭଳି କୌଣସି ଅନୁରୋଧ ଭାରତ ପକ୍ଷରୁ ମିଳିନଥିବା ବୋଲି ସେ କହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।