Wild Boar Hunting ବାର୍ହା ଶିକାର, ୪ ଅଭିଯୁକ୍ତ ଗିରଫ
"କୋମନା( ସରୋଜ କୁମାର ଦାସ): କୋମନା ବନ ବିଭାଗ ତରଫରୁ କୋମନା ଥାନା ସିଲେଟପାଣି ଗାଁରେ ଚଡାଉକରି ରନ୍ଧା ଓ କଞ୍ଚା ମୋଟ ୨ କେଜି ୨୦୦ ଗ୍ରାମ ବାର୍ହା ମାଂସ ଜବତ କରିଛି।
ଏହି ଘଟଣାରେ ୪ଜଣ ଅଭିଯୁକ୍ତ କୁ ଗିରଫ କରିଛି l Advertisment Editorial: ବାର୍ହା ଶିକାର ମିଳିଥିବା ସୁଚନା ଅନୁସାରେ, କୋମନା ଥାନା ସିଲେଟପାଣି ଗାଁରେ ବିଦ୍ୟୁତ୍ ତାର ଲଗାଇ ବାର୍ହା ଶିକାର କରିଥିବା ବନ ବିଭାଗକୁ ସୂଚନା ମିଳିଥିଲା।
ବନ ବିଭାଗ ଟିମ୍ ସିଲେଟପାଣି ଗାଁରେ ଚଢ଼ାଉ କରିଥିଲେ।
ଅନୁସନ୍ଧାନରେ, ରନ୍ଧା ଓ କଞ୍ଚା ମାଂସ ଜବତ କରିଥିଲେ।
ଏହି ଘଟଣାରେ ସୋମନାଥ ସାହୁ(୫୧), ମାଧବ ମାଝୀ(୨୬) ଭୁବନ ମାଝୀ(୪୦) ଦିଲୀପ ମାଝୀ(୨୮)ଙ୍କୁ ଗିରଫ କରିଛନ୍ତି।
Chhadakhai 2 Accused Arrested: ଛାଡ଼ଖାଇ ପାଇଁ ବାର୍ହା ମାଂସ କାଟିବା ବେଳେ ଚଢ଼ାଉ, ୨ ଜଣଙ୍କୁ ଗିରଫ କଲା ବନବିଭାଗ ଅଭିଯୁକ୍ତଙ୍କ ବିରୋଧରେ ବନ ବିଭାଗ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି କୋର୍ଟ ଚାଲାଣ କରାଯାଯାଇଛି l ଏହି ଅଭିଯୁକ୍ତ ମାନେ ଏହା ପୂର୍ବରୁ ମଧ୍ୟ ବନ ବିଭାଗ ହାତରେ ଗିରଫ ହୋଇଥିଲେ।
କୋମନା ରେଞ୍ଜର ଦେବଦତ୍ତ ସୁତାରଙ୍କ ନିର୍ଦ୍ଦେଶରେ ହୋଇଥିବା ଆଜିର ଏହି ଚଢ଼ାଉରେ ସ୍ପେସିଆଲ ଟିମ ଫରେଷ୍ଟର ଖଗେଶ୍ୱର ମାଝୀ, ଫରେଷ୍ଟର ଧର୍ମେନ୍ଦ୍ର ନାଏକ, ଗୋପାଳ ମହାନନ୍ଦ, ଉତ୍ତମ ମେହେର, ସମେତ ଅନ୍ୟ ବନ କର୍ମଚାରୀ ଯୋଗ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।