Why shiny foil? ଚକଚକିଆ ଫଏଲ୍‌ କାହିଁକି?

Oct 06, 2026 - 10:29
Why shiny foil? ଚକଚକିଆ ଫଏଲ୍‌ କାହିଁକି?

"ଆମେ ଯେତେବେଳେ ବି ଔଷଧ ଦୋକାନରୁ ଔଷଧ କିଣୁ ଟାବଲେଟ୍‌ ଖୋଳ ପଛରେ ଚକ୍‌ଚକ୍‌ ଆଲୁମିନିଅମ୍‌ ପରସ୍ତ ନଜରକୁ ଆସେ।

ଏହା ଦେଖିବାକୁ ସାଧାରଣ କାଗଜ କିମ୍ବା ପ୍ଲାଷ୍ଟିକ୍‌ ଭଳି ଲାଗିପାରେ କିନ୍ତୁ ବାସ୍ତବରେ ଏହା ଔଷଧର ଗୁଣବତ୍ତା ବଜାୟ ରଖିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।

ବିଭିନ୍ନ ଔଷଧ ବାୟୁ, ଆର୍ଦ୍ରତା ଓ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି ନଷ୍ଟ ହୋଇଯିବାର ଆଶଙ୍କା ଥାଏ।

ଆଲୁମିନିଅମ୍‌ ଫଏଲ୍‌ ଏକ ଦୃଢ଼ ପ୍ରତିବନ୍ଧକ ଭାବେ କାମ କରି ଔଷଧକୁ ଏହିସବୁ କ୍ଷତିକାରକ ଉପାଦାନରୁ ସୁରକ୍ଷିତ ରଖେ।Advertisment Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା ଆଲୁମିନିଅମ୍‌ର ଏକ ବିଶେଷତ୍ବ ହେଉଛି ଏହାକୁ ଅତି ପତଳା ସିଟ୍‌ରେ ରୂପାନ୍ତରିତ କରାଯାଇପାରିବ ଏବଂ ଏହା ସତ୍ତ୍ୱେ ଫଏଲ୍‌ ଏକ ଶକ୍ତିଶାଳୀ ସୁରକ୍ଷା କବଚର କାମ କରିଥାଏ।

ଅଧିକ ସମ୍ବେଦନଶୀଳ ଔଷଧଗୁଡ଼ିକ ପାଇଁ କେବଳ ପଛପଟେ ନୁହେଁ ବରଂ ଉଭୟ ପଟେ ଆଲୁମିନିଅମ୍‌ ଫଏଲ୍‌ ବ୍ୟବହାର କରାଯାଇଥାଏ।

ଏହାକୁ "ଆଲୁ-ଆଲୁ ପ୍ୟାକେଟ୍‌" କୁହାଯାଏ ଯାହା ଔଷଧକୁ ସର୍ବୋତ୍ତମ ସୁରକ୍ଷା ଦେଇଥାଏ।

Dead: ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ; ଦିନକ ପରେ ମୃତଦେହ ଉଦ୍ଧାର ଅନେକ ଲୋକ ଭାବନ୍ତି ଯେ ଏହି ଫଏଲ୍‌ କାରଣରୁ ଔଷଧର ମିଆଦ ବଢ଼ିଯାଏ।

କିନ୍ତୁ ଏହା ସତ ନୁହେଁ।

ଆଲୁମିନିଅମ୍‌ ଫଏଲ୍‌ କେବଳ ଔଷଧକୁ ତା"ର ନିର୍ଦ୍ଧାରିତ ମିଆଦ ପର୍ଯ୍ୟନ୍ତ ସୁରକ୍ଷିତ ଓ ପ୍ରଭାବଶାଳୀ ରଖିବାରେ ସାହାଯ୍ୟ କରେ।

ତେଣୁ ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଔଷଧ ଖୋଲିବେ ସେତେବେଳେ ସ୍ମରଣରେ ରଖିବେ ଯେ ଏହି ଚକ୍‌‌ଚକ୍‌ ଫଏଲ୍‌ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଆପଣଙ୍କ ସ୍ୱାସ୍ଥ୍ୟର ରକ୍ଷା ପାଇଁ ଏକ ଜରୁରୀ କବଚ ଅଟେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)