Why India Still Follows 33% Passing Rule: କାହିଁକି ୩୩%ରେ ପାସ୍? ଜାଣନ୍ତୁ କେଉଁଠୁ ଆସିଲା ଏହି ନିୟମ

Aug 03, 2026 - 18:18
Why India Still Follows 33% Passing Rule: କାହିଁକି ୩୩%ରେ ପାସ୍? ଜାଣନ୍ତୁ କେଉଁଠୁ ଆସିଲା ଏହି ନିୟମ

ସ୍କୁଲ କିମ୍ବା କଲେଜ ପରୀକ୍ଷାରେ ପାସ୍ କରିବା ପାଇଁ ୩୩ ପ୍ରତିଶତ ମାର୍କ କାହିଁକି ଦରକାର? କେବେ ଭାବିଛନ୍ତି କି ଏହି ନିୟମ କେଉଁଠୁ ଆସିଲା? ଏହି ପ୍ରଥା ଭାରତୀୟ ପରମ୍ପରାର ନୁହେଁ, ବରଂ ବ୍ରିଟିଶ ଔପନିବେଶିକ ଶାସନ ସମୟରେ ଆରମ୍ଭ ହୋଇଥିଲା। ସେତେବେଳେ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ଥିଲା ଗବେଷକ କିମ୍ବା ବୈଜ୍ଞାନିକ ତିଆରି କରିବା ନୁହେଁ, ବରଂ ପ୍ରଶାସନ ପାଇଁ କିରାଣୀ ଓ ନିମ୍ନସ୍ତରୀୟ କର୍ମଚାରୀ ପ୍ରସ୍ତୁତ କରିବା।

ଇତିହାସବିଦଙ୍କ ମତରେ, ୩୩ ପ୍ରତିଶତ ପାସ୍ ମାର୍କ ନିର୍ଦ୍ଧାରଣ ପଛରେ କୌଣସି ସ୍ପଷ୍ଟ ସରକାରୀ ଦସ୍ତାବିଜ ନାହିଁ। ତେବେ ଏହା ପ୍ରଶାସନିକ ସୁବିଧା ପାଇଁ ଧୀରେ ଧୀରେ ପ୍ରଚଳିତ ହୋଇଥିଲା ବୋଲି ମନେ କରାଯାଏ। ସ୍ୱାଧୀନତା ପରେ ସରକାର ବଦଳିଥିଲେ ମଧ୍ୟ ଏହି ନିୟମ ଅପରିବର୍ତ୍ତିତ ରହିଯାଇଛି।

ଶିକ୍ଷାବିତ୍‌ମାନଙ୍କ ମତରେ, ୩୩ ପ୍ରତିଶତ ପାସ୍ ବ୍ୟବସ୍ଥା ଅନେକ ଛାତ୍ରଙ୍କୁ ବିଷୟକୁ ଭଲଭାବେ ବୁଝିବା ପରିବର୍ତ୍ତେ କେବଳ ପାସ୍ କରିବା ମାନସିକତା ଦେଇଛି। ଅନ୍ୟପଟେ, ଗ୍ରେସ୍ ମାର୍କ ବ୍ୟବସ୍ଥା ନେଇ ମଧ୍ୟ ବିତର୍କ ଜାରି ରହିଛି। ବର୍ତ୍ତମାନ ବ୍ରିଟେନ, ଅଷ୍ଟ୍ରେଲିଆ ଓ କାନାଡା ଭଳି ଅନେକ ଦେଶ ଗ୍ରେଡ୍ ଆଧାରିତ ମୂଲ୍ୟାୟନ ପ୍ରଣାଳୀକୁ ଅପଣାଇଥିବା ବେଳେ ଭାରତରେ ଏବେ ବି ଅନେକ ବୋର୍ଡ ଓ ବିଶ୍ୱବିଦ୍ୟାଳୟ ୩୩ କିମ୍ବା ୩୫ ପ୍ରତିଶତ ପାସ୍ ନିୟମକୁ ଅନୁସରଣ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।