Whatsapp: ସିମ୍ କାର୍ଡ ବନ୍ଦ ହେବା ପରେ କେତେ ଦିନ ଚାଲେ ହ୍ୱାଟସ୍‌ଆପ୍ ?

Sep 20, 2026 - 19:26
Whatsapp: ସିମ୍ କାର୍ଡ ବନ୍ଦ ହେବା ପରେ କେତେ ଦିନ ଚାଲେ ହ୍ୱାଟସ୍‌ଆପ୍ ?

"ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ହ୍ୱାଟସ୍‌ଆପ୍ ଆମର ଏକ ଅତ୍ୟାବଶ୍ୟକୀୟ ଅଙ୍ଗ ପାଲଟିଯାଇଛି।

ସାଧାରଣତଃ ମୋବାଇଲ୍ ନମ୍ବର ବଦଳାଇବା, ସିମ୍‌ କାର୍ଡ ନିଷ୍କ୍ରିୟ ହୋଇଯିବା କିମ୍ବା ନେଟୱର୍କ ସମସ୍ୟା ଥିଲେ ମଧ୍ୟ ଅନେକ ଲୋକ ହ୍ୱାଟସ୍‌ଆପ୍ ବ୍ୟବହାର କରିବାକୁ ଚାହାନ୍ତି।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ସିମ୍ ବନ୍ଦ ହୋଇଗଲେ ହ୍ୱାଟସ୍‌ଆପ୍ କେତେ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହେ?Advertisment ସିମ୍ ବନ୍ଦ ହେବା ମାତ୍ରେ ହ୍ୱାଟସ୍‌ଆପ୍ ବନ୍ଦ ହୁଏ ନାହିଁହ୍ୱାଟସ୍‌ଆପ୍‌ ଆକାଉଣ୍ଟ ସହ ସିମ୍ କାର୍ଡର ସିଧାସଳଖ କୌଣସି ଯୋଗାଯୋଗ ନଥାଏ।

ହ୍ୱାଟସ୍‌ଆପ୍ ଆପଣଙ୍କ ଫୋନ୍ ନମ୍ବର ଦ୍ୱାରା ପଞ୍ଜୀକୃତ ହୋଇଥାଏ, କିନ୍ତୁ ଆପ୍ ଚଲାଇବା ପାଇଁ କେବଳ ଇଣ୍ଟରନେଟ୍ ଆବଶ୍ୟକ ହୋଇଥାଏ।

ଯଦି ଆପଣଙ୍କ ସିମ୍ ବନ୍ଦ ହୋଇଯାଇଥାଏ ଏବଂ ଫୋନ୍‌ରେ ୱାଇ-ଫାଇ କିମ୍ବା ଅନ୍ୟ ସିମ୍‌ର ଇଣ୍ଟରନେଟ୍ ସଂଯୋଗ ଥାଏ, ତେବେ ହ୍ୱାଟସ୍‌ଆପ୍ ପୂର୍ବପରି ଚାଲୁରହିବ।

ଆପଣ ମେସେଜ୍ ପଠାଇବା, କଲ୍ କରିବା ଏବଂ ଅନ୍ୟାନ୍ୟ ଫିଚର ବ୍ୟବହାର କରିପାରିବେ।

କେତେ ଦିନ ପର୍ଯ୍ୟନ୍ତ ଚାଲିପାରିବ?ସିମ୍ ବନ୍ଦ ହେବାର ୩୦, ୬୦ କିମ୍ବା ୯୦ ଦିନ ପରେ ହ୍ୱାଟସ୍‌ଆପ୍ ଆପେ ଆପେ ବନ୍ଦ ହୋଇଯିବ ବୋଲି କୌଣସି ନିର୍ଦ୍ଦିଷ୍ଟ ସମୟସୀମା କିମ୍ବା ନିୟମ ନାହିଁ।

ଯେପର୍ଯ୍ୟନ୍ତ ଆପଣ ଆକାଉଣ୍ଟକୁ ଇଣ୍ଟରନେଟ୍ ସହ ଯୋଡ଼ି ବ୍ୟବହାର କରୁଛନ୍ତି, ସେପର୍ଯ୍ୟନ୍ତ ଏହା ଚାଲିବ।

ତେବେ ଦୀର୍ଘଦିନ ଧରି ନିଷ୍କ୍ରିୟ ରହିଲେ ହ୍ୱାଟସ୍‌ଆପ୍‌ର 'Inactive Account Policy' ଲାଗୁ ହୋଇପାରେ।

ଆହୁରି ପଢନ୍ତୁ: Mirzapur: 'ମିର୍ଜାପୁର ଦ ମୁଭି'ର ବକ୍ସ ଅଫିସ୍ କଲେକ୍ସନ୍: ୩୦୦ କୋଟି ପାର୍, ୨୦୨୬ରେ ଓଭରସିଜ୍‌ରେ ରଚିଲା ନୂଆ ରେକର୍ଡ ସବୁଠାରୁ ବଡ଼ ବିପଦ କେତେବେଳେ?ପୁନଃ ଭେରିଫିକେସନ ବା ଓଟିପି: ଯଦି ଆପଣ ଫୋନ୍ ବଦଳାନ୍ତି, ଆପ୍‌କୁ ପୁନଃ ଇନ୍‌ଷ୍ଟଲ୍‌ କରନ୍ତି କିମ୍ବା କୌଣସି କାରଣରୁ ଓଟିପିର ଆବଶ୍ୟକତା ପଡ଼େ, ତେବେ ବନ୍ଦ ଥିବା ସିମ୍‌କୁ ମେସେଜ୍ କିମ୍ବା କଲ୍ ଆସିପାରିବ ନାହିଁ।

ଫଳରେ ଆପଣ ହ୍ୱାଟସ୍‌ଆପ୍ ଖୋଲିପାରିବେ ନାହିଁ।

ନୂଆ ଗ୍ରାହକଙ୍କୁ ନମ୍ବର ଆବଣ୍ଟନ: ଯଦି ଆପଣଙ୍କର ପୁରୁଣା ନମ୍ବର ବନ୍ଦ ହୋଇଯାଏ ଏବଂ ଟେଲିକମ୍ କମ୍ପାନୀ ସେହି ନମ୍ବରଟିକୁ ଅନ୍ୟ କାହାକୁ ବିକ୍ରି କରିଦିଏ, ତେବେ ସେହି ନୂଆ ବ୍ୟକ୍ତି ସେହି ନମ୍ବରରେ ହ୍ୱାଟସ୍‌ଆପ୍ ଖୋଲିପାରିବେ।

ଆହୁରି ପଢନ୍ତୁ: Bank Strike: ବ୍ୟାଙ୍କ ମୁଖ୍ୟମାନଙ୍କ ବୈଠକ ଡାକିଲା ଅର୍ଥ ମନ୍ତ୍ରାଳୟ ସୁରକ୍ଷିତ ରହିବା ପାଇଁ ପରାମର୍ଶଯଦି ଆପଣ ଆପଣଙ୍କର ମୋବାଇଲ୍ ନମ୍ବର ବଦଳାଉଛନ୍ତି, ତେବେ ହ୍ୱାଟସ୍‌ଆପ୍‌ରେ ଥିବା 'Change Number' ଫିଚର୍ ବ୍ୟବହାର କରନ୍ତୁ।

ଏହା ଦ୍ୱାରା ଆପଣଙ୍କର ପୁରୁଣା ଡାଟା, ଚାଟ୍ ଏବଂ ଗ୍ରୁପ୍‌ଗୁଡ଼ିକ ସହଜରେ ନୂଆ ନମ୍ବରକୁ ସ୍ଥାନାନ୍ତର ହୋଇଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)