Westbengal: ପଶ୍ଚିମବଙ୍ଗରେ ବିଜେପିର ପ୍ରତିଦ୍ୱନ୍ଦ୍ୱୀ ନ ଥିବା ବେଳେ ପୂଜାରେ ଆମିଷ ଖାଦ୍ୟକୁ ନେଇ ନୂଆ ବିବାଦ
"କୋଲକାତା: ପଶ୍ଚିମବଙ୍ଗରେ ୨୦୨୬ ବିଧାନସଭା ନିର୍ବାଚନ ପରେ ରାଜ୍ୟର ରାଜନୈତିକ ସମୀକରଣ ବଦଳିଛି।
ମେ ୪ରେ ପ୍ରକାଶିତ ଫଳାଫଳରେ ବିଜେପି ୨୯୪ ଆସନରୁ ୨୦୮ଟି ଜିତି ସରକାର ଗଠନ କରିଥିବା ବେଳେ ଟିଏମ୍ସି ୮୦ଟି ଆସନରେ ସୀମିତ ରହିଥିଲା।
ଏକ ବିଶ୍ଳେଷଣ ଅନୁସାରେ, ନିର୍ବାଚନ ପରେ ଟିଏମ୍ସିରେ ବିଭାଜନ ହୋଇଥିବା ବେଳେ କଂଗ୍ରେସର ସାଂଗଠନିକ ଶକ୍ତି ଦୁର୍ବଳ ଏବଂ ବାମଦଳ ମଧ୍ୟ ପୂର୍ବର ପ୍ରଭାବ ଫେରାଇବାରେ ସକ୍ଷମ ହୋଇନାହିଁ।
ଏଭଳି ସ୍ଥିତିରେ ବିଜେପିର କୌଣସି ପ୍ରତିଦ୍ବନ୍ଦ୍ବୀ ନ ଥିବା ବେଳେ ଦୁର୍ଗାପୂଜାରେ ଆମିଷ ଖାଦ୍ୟକୁ ନେଇ ବିବାଦ ଦେଖା ଦେଇଛି।Advertisment ଏହି ରାଜନୈତିକ ପରିସ୍ଥିତି ମଧ୍ୟରେ ବିଜେପି ପାଇଁ ନୂଆ ଚ୍ୟାଲେଞ୍ଜ ରାଜନୈତିକ ଦଳଠାରୁ ନୁହେଁ, ବରଂ ସାମାଜିକ ଓ ସାଂସ୍କୃତିକ ବିବାଦରୁ ଆସୁଥିବା ଜଣାପଡ଼ିଛି।
ଦୁର୍ଗାପୂଜା ଓ ନବରାତ୍ରି ସମୟରେ ବଙ୍ଗାଳୀଙ୍କ ଆମିଷ ଖାଦ୍ୟ ଖାଇବା ପରମ୍ପରାକୁ ନେଇ କିଛି ହିନ୍ଦୁତ୍ୱବାଦୀ ସଂଗଠନ ଓ ନେତାଙ୍କ ମନ୍ତବ୍ୟ ଚର୍ଚ୍ଚାର କାରଣ ହୋଇଛି।
ବଙ୍ଗର ସାମାଜିକ ଜୀବନରେ ଆମିଷ ଖାଦ୍ୟର ଦୀର୍ଘ ପରମ୍ପରା ରହିଥିବାରୁ ଏଭଳି ମନ୍ତବ୍ୟ ନେଇ ଏକ ବର୍ଗରେ ଅସନ୍ତୋଷ ସୃଷ୍ଟି ହେଉଥିବା ରିପୋର୍ଟରେ କୁହାଯାଇଛି।
ବଙ୍ଗାଳୀମାନେ ପୂଜା ସମୟରେ ମଧ୍ୟ ଆମିଷ ଖାଇବାରେ ଅଭ୍ୟସ୍ତ ଥିବା ବେଳେ ପଶ୍ଚିମବଙ୍ଗରେ ରହୁଥିବା ଅଣବଙ୍ଗାଳୀମାନେ ନବରାତ୍ରରେ କେବଳ ନିରାମିଷ ଭୋଜନ କରିଥାନ୍ତି।
ପୂଜା ପରି ଧାର୍ମିକ ପର୍ବରେ ଆମିଷ ଖାଇବା ଗ୍ରହଣୀୟ ନୁହେଁ ବୋଲି ସେମାନଙ୍କ ମତ।
ବାବା ବାଗେଶ୍ୱର ଧାମର ଧୀରେନ୍ଦ୍ର ଶାସ୍ତ୍ରୀ ନବରାତ୍ରି ସମୟରେ ଆମିଷ ଖାଦ୍ୟରୁ ଦୂରେଇ ରହିବାକୁ ବଙ୍ଗାଳୀମାନଙ୍କୁ ଆହ୍ବାନ କରିଥିଲେ।
ଆହୁରି ପଢନ୍ତୁ: Iran: ଇରାନ ଯୁଦ୍ଧରେ ଆମେରିକାର ଖର୍ଚ୍ଚ ୪୫.୧ ବିଲିୟନ ଡଲାର, କଂଗ୍ରେସକୁ ପେଣ୍ଟାଗନ୍ର ସୂଚନା କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ବୟଂ ଏକ ଦେବୀ ମନ୍ଦିରରେ ଆମିଷ ପ୍ରସାଦ ସେବନ କରିଥିଲେ।
ତେବେ ଶୁଭେନ୍ଦ୍ର ସରକାରଙ୍କର ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଇସ୍କନ ଦ୍ବାରା ପରିବେଷଣ କରାଯିବା ନିଷ୍ପତ୍ତିକୁ ନେଇ ପୂର୍ବରୁ ବିବାଦ ଦେଖାଦେଇଛି।
ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟର ବିଜେପି ସରକାର ପିଲାମାନଙ୍କୁ ନିରାମିଷାଶୀ କରିବାକୁ ଚାହୁଛି।
ବିବାଦ ବଢ଼ିବା ପରେ ଶୁଭେନ୍ଦୁ ସରକାର କହିଛନ୍ତି, ମଧ୍ୟାହ୍ନ ଭୋଜନରେ ଶାକାହାରୀ ଭୋଜନ ସହ ଏକ ପୃଥକ୍ ସରକାରୀ ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ସପ୍ତାହରେ ଦୁଇଥର ଅଣ୍ଡା ଯୋଗାଇ ଦିଆଯିବ।
ରାଜ୍ୟରେ ବିଜେପିର ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଦୁର୍ବଳ ଥିବା ସମୟରେ ଖାଦ୍ୟ ଓ ସଂସ୍କୃତିକୁ ନେଇ ଉଠୁଥିବା ବିବାଦ ଦଳ ପାଇଁ ନୂଆ ରାଜନୈତିକ ପ୍ରଶ୍ନ ସୃଷ୍ଟି କରୁଥିବା ଜଣାପଡ଼ିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
