06 JUNE 2026

Welcome!

Unlock your personalized experience.
Sign Up

West Bengal Politics:  ଇସ୍ତଫା ଦେଲେ ବିଧାନନଗର ମେୟର କ୍ରୀଷ୍ଣା ଚକ୍ରବର୍ତ୍ତୀ

Jun 05, 2026 - 07:19
West Bengal Politics:  ଇସ୍ତଫା ଦେଲେ ବିଧାନନଗର ମେୟର କ୍ରୀଷ୍ଣା ଚକ୍ରବର୍ତ୍ତୀ

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଏବେ ପ୍ରତିଦିନ ନୂଆ‌ ଝଟ୍‌କା ମିଳୁଛି। ମମତାଙ୍କୁ ଆଜି ଆଉ ଏକ ଝଟ୍‌କା ଦେଇ ବିଧାନନଗର ପୌର ନିଗମ ମେୟର କ୍ରିଷ୍ଣା ଚକ୍ରବର୍ତ୍ତୀ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସଲ୍ଟ ‌ଲେକ୍‌ ପୌର ଭବନରେ ଆଜି ବିଏମ୍‌ସି କମିସନର ରବି ଅଗ୍ରୱାଲଙ୍କ ନିକଟରେ ଚକ୍ରବର୍ତ୍ତୀ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। 

ବ୍ୟକ୍ତିଗତ କାରଣ ଦର୍ଶାଇ ଚକ୍ରବର୍ତ୍ତୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଚକ୍ରବର୍ତ୍ତୀ କହିଛନ୍ତି, ବ୍ୟକ୍ତିଗତ କାରଣ ପାଇଁ ମୁଁ ଇସ୍ତଫା ଦେଉଛି। ଏହା ପଛରେ ଅନ୍ୟ କିଛି କାରଣ ନାହିଁ। ସେ କହିଛନ୍ତି, ମେୟର ଥିବା ପର୍ଯ୍ୟନ୍ତ ମୁଁ‌ ଲୋକଙ୍କ ପାଇଁ କାମ କରିଛି ଏବଂ ଏବେ ମୁଁ କାଉନସିଲର ଭାବେ ମୋ କାର୍ଯ୍ୟ ଜାରି ରଖିବି। ସେ ମଧ୍ୟ ବିଧାନନଗର ବାସିନ୍ଦାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ କୌଣସି ତିକ୍ତତା ପାଇଁ ସେ ଇସ୍ତଫା ଦେଉଥିବା ଖବରକୁ ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ: Kendu Leaf: ଦେଢ଼ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ; ପଶ୍ଚିମବଙ୍ଗର ୨ଜଣ ଯୁବକ ଗିରଫ

ଆହୁରି ଦେଖନ୍ତୁ...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।