West Bengal: ଟିଏମ୍‌ସି ଅଫିସ୍‌ ଉପରେ ବିଦ୍ରୋହୀ ଗୋଷ୍ଠୀଙ୍କର କୌଣସି ଦାବି ନାହିଁ : ମମତା

Jul 04, 2026 - 22:04
West Bengal: ଟିଏମ୍‌ସି ଅଫିସ୍‌ ଉପରେ ବିଦ୍ରୋହୀ ଗୋଷ୍ଠୀଙ୍କର କୌଣସି ଦାବି ନାହିଁ : ମମତା

କୋଲକାତା: କୋଲକାତା ସ୍ଥିତ ତୃଣମୂଳ କଂଗ୍ରେସର ମୁଖ୍ୟାଳୟକୁ ଗତକାଲି ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ ଦଖଲ କରିବା ପରେ ଦଳର ସାଂଗଠନିକ ନିୟନ୍ତ୍ରଣକୁ ନେଇ ଲଢ଼େଇ ଜୋରଦାର ହୋଇଛି। ଏହି ଘଟଣାରେ ଆଜି ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ତାଙ୍କ ଗୋଷ୍ଠୀର ଦାବିକୁ ସମର୍ଥନ କରିଛନ୍ତି। ଏକ ଫେସବୁକ୍‌ ଲାଇଭ ସେସନ୍‌ରେ ବାନାର୍ଜୀ କହିଛନ୍ତି, ପାର୍ଟି ଅଫିସ୍‌କୁ ୨୦୨୭ ପର୍ଯ୍ୟନ୍ତ ଆଇନଗତ ଭାବେ ଲିଜ୍‌ରେ ନିଆଯାଇଛି। ଏହା ଏକ ଅନୁଷ୍ଠାନର ସମ୍ପତ୍ତି। ଏହା କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ନୁ‌ହେଁ। ଆମେ ପ୍ରତି ମାସରେ ଭଡ଼ା ଦେଉଛୁ। 

ରକ୍ଷଣାବେକ୍ଷଣ, ବିଦ୍ୟୁତ ବିଲ୍‌ , ଟିକସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆମେ ପ୍ରତି ମାସରେ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛୁ। ମମତା କହିଛନ୍ତି, କାହା ବିରୋଧରେ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ। କିନ୍ତୁ ନ୍ୟାୟିକ କାଗଜପତ୍ର ଏବଂ ଚୁକ୍ତି ଆଧାରରେ ପାର୍ଟି ଅଫିସ୍‌ ସଂକ୍ରାନ୍ତ ବିବାଦର ସମାଧାନ ହେବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ କୋଲକାତା ସ୍ଥିତ ଟିଏମ୍‌ସି ମୁଖ୍ୟାଳୟରେ ପଶିଥିଲେ। ସେମାନେ ଅଫିସ୍‌ ଗେଟ୍‌ର ତାଲା ବଦଳାଇଥିଲେ ଏବଂ ବାହାରେ ବିଦ୍ରୋହୀ ଗୋଷ୍ଠୀର ପୋଷ୍ଟର ଲଗାଇଥିଲେ। ଅନ୍ୟପକ୍ଷେ ଅଫିସ୍‌ ଭିତରୁ ମମତାଙ୍କ ପୋଷ୍ଟର୍‌ ଏବଂ କଟଆଉଟ୍‌ ସବୁ କାଢ଼ି ଦେଇ ଅଫିସ୍‌ ଭିତରେ ଏକ ବୈଠକ କରିଥିଲେ।

Warehouse collapse: କୋଲକାତା ଗୋଦାମଘର ଭୁଶୁଡ଼ିବା ମାମଲାରେ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି

ଅନ୍ୟପକ୍ଷେ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ବିଦ୍ରୋହୀ ଗୋଷ୍ଠୀର ନେତାଙ୍କୁ ସିଧାସଳଖ ବିଜେପିରେ ଯୋଗ ଦେବାପାଇଁ ଚ୍ୟାଲେଞ୍ଜ କରିଛନ୍ତି। ମମତା କହିଛନ୍ତି, ଯଦି ସାହସ ଅଛି ମୋ ବିରୋଧରେ ସିଧାସଳଖ ଲଢ଼। ମମତା ଅଭିଯୋଗ କରିଛନ୍ତି ଯେ ଟିଏମ୍‌ସିରେ ଅସନ୍ତୋଷ ବଢ଼ାଇବାପାଇଁ ବିଜେପି ସେମାନଙ୍କୁ ବ୍ୟବହାର କରୁଛି। ବିଦ୍ରୋହର ସମୟକୁ ନେଇ ମମତା ପ୍ରଶ୍ନ ଉଠାଇଛନ୍ତି। ମମତା କହିଛନ୍ତି, ଆପଣମାନେ ଏହାକୁ ବିଦ୍ରୋହ କହୁଛନ୍ତି।ତେବେ ନିର୍ବାଚନ ପୂର୍ବରୁ ଏହି ବିଦ୍ରୋହ କେଉଁଠି ଥିଲା। ଗତ ୧୫ ବର୍ଷ ମଧ୍ୟରେ ଟିଏମ୍‌ସି ଟିକେଟ୍‌ରେ ବିଧାୟକ ଏବଂ ସାଂସଦ ହେବାବେଳେ ଏହି ବିଦ୍ରୋହ କେଉଁଠି ଥିଲା।