Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

Jul 05, 2026 - 00:22
Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ

"ମେଷ: ରବିବାର ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ବିବାଦର ସମାଧାନ ହେବ।

ଗୁରୁ ଓ ଶୁକ୍ରବାର ନୂଆ ସଂପର୍କ ବନାଇବାର ମଉକା ପାଇବେ।

ଶନିବାର ଆର୍ଥିକ ସ୍ଥିତି ମଜଭୁତ ହେବ।ବୃଷ: ରବିବାର ମନ ଲେଖନ କାର୍ଯ୍ୟରେ ଲାଗିବ।

ସୋମ, ମଙ୍ଗଳ ଓ ବୁଧବାର କିଛି ନୂଆ କାମ କରିବା ଲାଗି ଭାବିବେ।

ଗୁରୁ ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ସଫଳ ହେବେ।

ଶନିବାର ପାରିବାରିକ ସମ୍ବନ୍ଧ ମଜଭୁତ ହେବ।ମିଥୁନ: ରବିବାର ଆପଣଙ୍କର ଚିନ୍ତା କମ୍ ହେବ।

ସୋମ, ମଙ୍ଗଳ ଓ ବୁଧବାର ଆର୍ଥିକ ସମସ୍ୟାର ସମାଧାନ ବାହାରିବ।

ଗୁରୁ ଓ ଶୁକ୍ରବାର ଜରୁରୀ କାମରେ ସଫଳତା ପାଇବେ।

ଶନିବାର ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।କର୍କଟ: ରବିବାର ଶିକ୍ଷକଙ୍କ ଲାଗି ଦିନଟି ଭଲ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଧନଲାଭ ଯୋଗ ଅଛି।

ଗୁରୁ ଓ ଶୁକ୍ରବାର ସନ୍ତାନ ତରଫରୁ ନିଶ୍ଚିତ  ରହିବେ।

ଶନିବାର ଆପଣଙ୍କ ଭିତରେ ପ୍ରଚୁର ଶକ୍ତି ରହିବ।ସିଂହ: ରବିବାର ଘରୋଇ ସାମଗ୍ରୀ କିଣିବାରେ ଖର୍ଚ୍ଚ କରିବେ।

ସୋମ, ମଙ୍ଗଳ ଓ ବୁଧବାର ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ।

ଗୁରୁ ଓ ଶୁକ୍ରବାର ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

ଶନିବାର ଧନଧାନ୍ୟ ବୃଦ୍ଧି ହେବ।କନ୍ୟା: ରବିବାର ଶକ୍ତିର ସ୍ତର ଭଲ ରହିବ।

ସୋମ, ମଙ୍ଗଳ ଓ ବୁଧବାର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

ଗୁରୁ ଓ ଶୁକ୍ରବାର ଶିକ୍ଷାକ୍ଷେତ୍ରରେ ଉନ୍ନତି ମିଳିପାରେ।

ଶନିବାର ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।ତୁଳା: ରବିବାର ଆର୍ଥିକ ସ୍ଥିତି ମଜଭୁତ ହେବ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟରେ ଭଲ ଲାଭ ପାଇବେ।

ଗୁରୁ ଓ ଶୁକ୍ରବାର ପ୍ରିୟଜନଙ୍କ ସହ ମନ ପସନ୍ଦ ଜାଗାକୁ ବୁଲି ଯିବେ।

ଶନିବାର ବନ୍ଧୁର ସାହାଯ୍ୟ ପାଇବେ।ବିଛା: ରବିବାର କୃଷକଙ୍କ ଲାଗି ଦିନଟି ଭଲ।

ସୋମ, ମଙ୍ଗଳ ଓ ବୁଧବାର ଅଫିସ୍‌ରେ ଆପଣଙ୍କୁ ମନ ପସନ୍ଦ କାମ ଦିଆ ଯାଇପାରେ।

ଗୁରୁ ଓ ଶୁକ୍ରବାର ସମାଜରେ ପ୍ରଭାବ ବଢ଼ିବ।

ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।ଧନୁ: ରବିବାର ଛାତ୍ର କିଛି ନୂଆ ଶିଖିବେ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ଗୁରୁ ଓ ଶୁକ୍ରବାର ଜୀବନସାଥୀ ବହୁତ ପ୍ରଶଂସା କରିବେ।

ଶନିବାର ଗୁରୁପାକ ଖାଦ୍ୟ ବର୍ଜନ କରନ୍ତୁ।ମକର: ରବିବାର ଆପଣଙ୍କର ଖୁସି ଦ୍ବିଗୁଣା ହେବ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବସାୟ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ।

ଗୁରୁ ଓ ଶୁକ୍ରବାର ରାଜନୀତିରେ ମାନ ପ୍ରତିଷ୍ଠା ବଢ଼ିବ।

ଶନିବାର ନିଜର ସ୍ବଭାବ ନରମ ରଖନ୍ତୁ।କୁମ୍ଭ: ରବିବାର ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିବ।

ଗୁରୁ ଓ ଶୁକ୍ରବାର ବିରୋଧୀଙ୍କ କଥାକୁ ଉପେକ୍ଷା କରନ୍ତୁ।

ଶନିବାର ବନ୍ଧୁ ସହ ସାକ୍ଷାତ ହେବ।ମୀନ: ରବିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟବହାରିକ ଜୀବନରେ ବଡ଼ ନିଷ୍ପତ୍ତି ନେବେ।

ଗୁରୁ ଓ ଶୁକ୍ରବାର ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ଶନିବାର ବ୍ୟବସାୟରେ ଉନ୍ନତି ହେବ।Advertisment "