Weather Update: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ ଦେଇ ପଶ୍ଚିମ ଦିଗକୁ ଗତି କରିବ

Jul 30, 2026 - 14:42
Weather Update: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ସକ୍ରିୟ, ୨୪ ଘଣ୍ଟା ମଧ୍ୟରେ ଛତିଶଗଡ଼ ଦେଇ ପଶ୍ଚିମ ଦିଗକୁ ଗତି କରିବ

ବଙ୍ଗୋପସାଗରରେ ସୃଷ୍ଟି ଅବପାତ ସକ୍ରିୟ। କେନ୍ଦ୍ରୀୟ ଛତିଶଗଡ଼ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ନିକଟରେ ଅବସ୍ଥାପିତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଦେଇ ପଶ୍ଚିମ ଦିଗକୁ ଗତି କରିବ। ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବାକୁ ଥିବାବେଳେ, ଅନେକ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ରାଜ୍ୟରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଝାରସୁଗୁଡା। ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦ କିମି ବେଗରେ  ଝଟକା ପବନ ବହିବାର ସମ୍ଭାବନା ରହିଛି।

ଆଗାମୀ ୨୪ ଘଣ୍ଟା ପରେ ୩ ଦିନ ଯାଏ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିଭଳି ଆସନ୍ତା ଅଗଷ୍ଟ ୨ରୁ ୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆଜିଠୁ କମିବ ବର୍ଷା !

କେନ୍ଦ୍ରୀୟ ଛତିଶଗଡ଼ ଓ ଉତ୍ତର ଆଭ୍ୟନ୍ତରୀଣ ନିକଟରେ ଅବସ୍ଥାପିତ
ରାଜ୍ୟରେ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ବିଜୁଳି ଘଡଘଡି ବର୍ଷା ସହ ୩୦ରୁ ୪୦କିମି ବେଗରେ ବହିବାର ପବନ
ଆଜି ୩ଦିନ ଯାଏଁ ରାଜ୍ୟରେ କମିବ ବର୍ଷାର ପରିମାଣ 
ଆସନ୍ତା ଅଗଷ୍ଟ ୨ ରୁ ୪ ତାରିଖ ମଧ୍ୟରେ ପୁଣି ପ୍ରବଳ ବର୍ଷା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।