Welcome!

Unlock your personalized experience.
Sign Up

Weather Forecast: ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ, ୧୭ରେ ଲଘୁଚାପ ଆଶଙ୍କା, ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା

Jul 10, 2026 - 07:56
Weather Forecast: ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ, ୧୭ରେ ଲଘୁଚାପ ଆଶଙ୍କା, ରାଜ୍ୟ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୦/୦୭: ରଥଯାତ୍ରା ସମୟରେ ରାଜ୍ୟରେ ପୁଣି  ବର୍ଷା ବଢ଼ିବ । ୧୪ ବା ୧୫ ତାରିଖ  ବେଳକୁ ବଙ୍ଗୋପସାଗରରେ ପୁଣି  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୭  ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ  ନେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ଓଡ଼ିଶା ପଶ୍ଚିମବଙ୍ଗ  ଉପକୂଳରେ ଏହି ଲଘୁଚାପ ସୃଷ୍ଟି  ହେବ । ଏହା ପ୍ରଭାବରେ ରାଜ୍ୟରେ  ଅଧିକ ବର୍ଷା ସମ୍ଭାବନା ଅଛି । ପାଣିପାଗ  ବିଭାଗର ବିସ୍ତାରିତ ଆକଳନରେ  ଏଭଳି ପୂର୍ବାନୁମାନ କରାଯାଇଛି ।

୯ରୁ ୧୫ ତାରିଖ ଯାଏ ରାଜ୍ୟର  ବିକ୍ଷିପ୍ତ ସ୍ଥାନରେ ବର୍ଷା ଆଶଙ୍କା ଅଛି ।  ୧୩ ଓ ୧୪ ତାରିଖରେ ରାଜ୍ୟର କିଛି  ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା  ରାଜ୍ୟରେ ଅଧିକ  ବର୍ଷା ସମ୍ଭାବନା ହୋଇପାରେ । ତେବେ ଜୁଲାଇ ମାସରେ  ଦେଶରେ ସ୍ୱାଭାବିକଠାରୁ କମ୍‌ ବର୍ଷା  ହୋଇପାରେ । କିନ୍ତୁ କେରଳ ଓ ପୂର୍ବ  କେନ୍ଦ୍ରୀୟ ଭାରତରେ ସ୍ୱାଭାବିକଠାରୁ  ଅଧିକ ବର୍ଷା ହେବ । ୧୦, ୧୧ ଓ ୧୨  ତାରିଖରେ ଉତ୍ତର ଓଡ଼ିଶାରେ ସ୍ୱଳ୍ପରୁ  ମଧ୍ୟମ ଧରଣର ବର୍ଷା ହୋଇପାରେ ।  

ଅଧିକ ପଢ଼ନ୍ତୁ :-  Hirakud : ହୀରାକୁଦର ୧୦ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

୧୦ ତାରିଖରେ ବାଲେଶ୍ୱର, ଭଦ୍ରକ,  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, କେନ୍ଦୁଝର,  ମୟୂରଭଞ୍ଜ ଓ ବୌଦ୍ଧରେ ବର୍ଷା ସମ୍ଭାବନା  ଅଛି । ୧୧ ତାରିଖରେ ବାଲେଶ୍ୱର,  ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଓ  ମୟୂରଭଞ୍ଜରେ ବର୍ଷା ହୋଇପାରେ । ଗତ  ୨୪ ଘଣ୍ଟାରେ ବାରିପଦା, ପାରାଦୀପ ଓ  କେନ୍ଦ୍ରାପଡ଼ାରେ ସାମାନ୍ୟ ବର୍ଷା ହୋଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।