Weather: ସମଗ୍ର ଦେଶକୁ ଛୁଇଁଲା ମୌସୁମୀ, ମୋଟ ୧୯୫.୫ ମିମି ବର୍ଷା ରେକର୍ଡ

Jul 09, 2026 - 20:38
Weather: ସମଗ୍ର ଦେଶକୁ ଛୁଇଁଲା ମୌସୁମୀ, ମୋଟ ୧୯୫.୫ ମିମି ବର୍ଷା ରେକର୍ଡ

"ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକଠାରୁ ଗୋଟିଏ ଦିନ ବିଳମ୍ବରେ ଜୁଲାଇ ୯ ଗୁରୁବାର ସୁଦ୍ଧା ସମଗ୍ର ଭାରତକୁ ସ୍ପର୍ଶ କରିଛି।

ଏ ପର୍ଯ୍ୟନ୍ତ ଦେଶରେ ମୋଟ ୧୯୫.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି, ଏହି ପରିମାଣର ବର୍ଷା ସ୍ୱାଭାବିକଠାରୁ କମ୍।

ବର୍ତ୍ତମାନ ସୁଦ୍ଧା ୨୩୦.୪ ମିମି ବର୍ଷା ହେବା କଥା।

କିନ୍ତୁ ସମ୍ପ୍ରତି ମୌସୁମୀଜନିତ ବର୍ଷା ବୃଦ୍ଧି ପାଇଥିବାରୁ ଏହା ତଳିତ ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ଲାଭକାରୀ ହେବ ବୋଲି କୁହାଯାଉଛି।Advertisment ପାଣିପାଗ ବିଭାଗର ସୂଚନା ଅନୁସାରେ, ଜୁନ୍‌ ମାସରେ ମୌସୁମୀ ବର୍ଷା ୪୦ ପ୍ରତିଶତ କମ୍ ରହିଥିଲା।

ମାତ୍ର ୯୯.୫ ମିମି ବର୍ଷା ହୋଇଥିଲା।

କିନ୍ତୁ ଜୁଲାଇରେ ଅଳ୍ପଦିନ ଭିତରେ ତାହା ବୃଦ୍ଧି ପାଇ ୧୯୫.୫ ମିମିରେ ପହଞ୍ଚିଛି, ଯାହା ଦୁଇଗୁଣରୁ ଅଧିକ।

ଉତ୍ତର, ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳରେ ଭଲ ବର୍ଷା ହୋଇଛି।

କେତେକ ରାଜ୍ୟରେ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଅନ୍ୟ କେତେକ ସ୍ଥାନରେ ସାଧାରଣରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।

ଆଇଏମ୍‌ଡି କହିଛି, ଚଳିତ ବର୍ଷ ମୌସୁମୀର ପ୍ରଗତି କୃଷି କ୍ଷେତ୍ର ପାଇଁ ଅନୁକୂଳ ରହିଛି।

ଭଲ ବର୍ଷା ଯୋଗୁଁ ଧାନ, ଡାଲି, ତୈଳବୀଜ ଓ ଅନ୍ୟାନ୍ୟ ଖରିଫ ଫସଲର ବୁଣାକାମ ଦ୍ରୁତ ଗତିରେ ଚାଲିଛି।

ଜଳଭଣ୍ଡାରଗୁଡ଼ିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି, ଯାହା ଆଗାମୀ ଦିନରେ ଜଳସେଚନ ଓ ପାନୀୟ ଜଳ ଯୋଗାଣ ପାଇଁ ଲାଭଦାୟକ ହେବ।

Heavy Ran: ମହାରାଷ୍ଟ୍ରରେ ଚଳିତ ମୌସୁମୀ ବର୍ଷାରେ ୬୨ ଜଣଙ୍କ ମୃତ୍ୟୁ ତେବେ ପାଣିପାଗ ବିଭାଗ ସତର୍କ କରିଛି ଯେ, ଆଗାମୀ କିଛି ଦିନ ମଧ୍ୟରେ ଉତ୍ତର-ପଶ୍ଚିମ, ମଧ୍ୟ ଓ ପୂର୍ବ ଭାରତର କେତେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ଏହା ଫଳରେ ସହରାଞ୍ଚଳରେ ଜଳବନ୍ଦୀ, ନଦୀର ଜଳସ୍ତର ବୃଦ୍ଧି ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି।

ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପୂର୍ବ ପ୍ରସ୍ତୁତି ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ବିଶେଷଜ୍ଞଙ୍କ ମତରେ, ଚଳିତ ବର୍ଷ ମୌସୁମୀର ସନ୍ତୋଷଜନକ ଅଗ୍ରଗତି କୃଷି ଉତ୍ପାଦନ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିପାରେ।

ଯଦି ଆଗାମୀ ସପ୍ତାହଗୁଡ଼ିକରେ ବର୍ଷାର ବଣ୍ଟନ ସନ୍ତୁଳିତ ରହେ, ତେବେ ଖରିଫ ଫସଲର ଉତ୍ପାଦନ ଭଲ ହେବାର ସମ୍ଭାବନା ରହିଛି।

ସେହିପରି ଜଳଭଣ୍ଡାର ପୂର୍ଣ୍ଣ ହେଲେ ବିଦ୍ୟୁତ୍‌ ଉତ୍ପାଦନ, ପାନୀୟ ଜଳ ଓ ସେଚନ ବ୍ୟବସ୍ଥାରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ।

ତେବେ ପ୍ରବଳ ବର୍ଷାପ୍ରବଣ ଅଞ୍ଚଳରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।