Weather: ଓଡ଼ିଶାର ୧୦ଜିଲ୍ଲାରୁ ଫେରିଗଲା ମୌସୁମୀ

Oct 13, 2026 - 17:39
Weather: ଓଡ଼ିଶାର ୧୦ଜିଲ୍ଲାରୁ ଫେରିଗଲା ମୌସୁମୀ

"ଭୁବନେଶ୍ବର: ଚଳିତ ଖରିଫ ଋତୁର ଶେଷ ପର୍ଯ୍ୟାୟରେ ବର୍ଷାର ଘୋର ଅଭାବ ଦେଖାଯାଇଛି।

ଗତ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଭଲ ବର୍ଷା ହୋଇଥିଲା ‌ବେଳେ ଅକ୍ଟୋବର ମାସରେ ବର୍ଷାର ଅଭାବ ଦେଖାଯାଇଛି।

ଚାଷଜମି ମାଟି ଫାଟି ଆଁ କରିଛି।

ଚାଷୀକୁଳ ଏବେ ବର୍ଷାଜଳକୁ ଅପେକ୍ଷା କରିଥିବା ବେଳେ ମୌସୁମୀ ଚିନ୍ତା ବଢ଼ାଇଛି।

ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାହାର ଜାରି ରହିଛି।Advertisment ଓଡ଼ିଶାର ୧୦ଟି ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୋନପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ବିଦାୟ ନେଇଛି।

ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

Cyclone warning: ବଙ୍ଗୋପସାଗରରେ ବାତ୍ୟା ସଙ୍କେତ: ବିଦେଶୀ ପାଣିପାଗ ସଂସ୍ଥାଙ୍କ ପୂର୍ବାନୁମାନ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମୟୂରଭଞ୍ଜ ଓ କେନ୍ଦୁଝରର ଅଧିକାଂଶ ଅଞ୍ଚଳରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୋଇଛି।

ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳର କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେଉଥିବା ଜଣାପଡ଼ିଛି।

ସେହିପରି ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର କିଛି ଅଞ୍ଚଳରୁ ମଧ୍ୟ ବିଦାୟ ନେଇଛି।

ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ଫେରିଯିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)