Waterfall: ଦେବଗିରି ପାହାଡ଼ରେ ପ୍ରକୃତିର ନୂଆ ରୂପ

Aug 04, 2026 - 13:13
Waterfall: ଦେବଗିରି ପାହାଡ଼ରେ ପ୍ରକୃତିର ନୂଆ ରୂପ

"ନୀଳଗିରି: ବାଲେଶ୍ଵର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ ଅଧୀନ ଦେବଗିରି ପାହାଡ଼ରେ ପ୍ରକୃତିର ଏକ ନୂଆ ଦୃଶ୍ୟ ଦେଖିବାକୁ ମିଳିଛି।

ଲଗାଣ ବର୍ଷା ପରେ ଆମ୍ବନାଳିଆ ଓ ଶାଗଥଳି ଝରଣାର ପାଣି ନୂଆ ଗତିପଥ ପାଇ ପ୍ରାୟ ୪୦୦ ଫୁଟ୍ ଉଚ୍ଚତାରୁ ତଳକୁ ଖସୁଛି।

ଫଳରେ ଏହା ଏକ ଜଳପ୍ରପାତର ରୂପ ନେଇଛି।

ତେବେ ଏହି ପରିବର୍ତ୍ତିତ ଜଳଧାରା ଶାଳବନ୍ଧ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।Advertisment କୁଲଡ଼ିହା ଅଭୟାରଣ୍ୟର ଦେବଗିରି ପାହାଡ଼ରୁ ବାହାରୁଥିବା ଆମ୍ବନାଳିଆ ଓ ଶାଗଥଳି ଝରଣାର ପାଣି ପୂର୍ବରୁ ଋଷିଆ, ବୁଗାଳି ବନ୍ଦ ଓ ସାତଘାଟି ଦେଇ ପ୍ରବାହିତ ହୋଇ ଚାଷ କାମରେ ବ୍ୟବହୃତ ହେଉଥିଲା।

ହେଲେ ଗତ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ପରେ ଝରଣା ଦୁଇଟିର ଜଳପ୍ରବାହ ଦିଗ ବଦଳି ଯାଇଛି।

ଆଦିବାସୀ ବାସିନ୍ଦା ଭୟଭୀତ ପ୍ରଥମେ ଏହି ନୂଆ ଜଳଧାରା ଶାଳବନ୍ଧ ଗ୍ରାମ ମଧ୍ୟ ଦେଇ ପ୍ରବାହିତ ହେବାରୁ ୨୦୦ରୁ ଅଧିକ ଆଦିବାସୀ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ।

ପରେ ଗ୍ରାମବାସୀଙ୍କ ସାମୂହିକ ଉଦ୍ୟମରେ ନାଳ ଖୋଳି ପାଣିକୁ ଦନଷୋଳ ଦେଇ କଦମ୍ବଷୋଳ ନଦୀମୁହାଁ କରାଯାଇଛି।

ଫଳରେ ଶନିବାରଠାରୁ ଆଉ ପାଣି ଗାଁ ଭିତରକୁ ପ୍ରବେଶ କରୁନାହିଁ ବୋଲି ଗ୍ରାମବାସୀ ବାବାଜୀ ସିଂ, ଗୌରହରି ସିଂ, ପୀତାମ୍ବର ସିଂ, ଭୁଟା ସିଂ, ଗୌରାଙ୍ଗ ସିଂ, ପ୍ରାଣବନ୍ଧୁ ସିଂ ଓ ରବି ସିଂ ପ୍ରମୁଖ କହିଛନ୍ତି ।

ଅନ୍ୟପଟେ କୌଣସି ଅଘଟଣ ଆଶଙ୍କାରେ ବନବିଭାଗ ପକ୍ଷରୁ ବଡ଼ମ୍ବା ଠାକୁରାଣୀ ନିକଟରେ ଦୁଇ ଜଣ ସବୁଜ ବାହିନୀ ସଦସ୍ୟଙ୍କୁ ପହରାରେ ନିୟୋଜିତ କରାଯାଇଛି।

ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ନିରଞ୍ଜନ ପ୍ରସାଦ ବାରିକ ଓ ଗୌରହରି ସିଂ କହିଛନ୍ତି, ଝରଣାର ନୂଆ ଗତିପଥ ଓ ଜଳପ୍ରପାତ ସୃଷ୍ଟି ହେବା ଏକ ଖୁସିର ବିଷୟ ହେଲେ ମଧ୍ୟ ଏହା ସହ ଶାଳବନ୍ଧ ଗ୍ରାମର ସୁରକ୍ଷା ମଧ୍ୟ ଗୁରୁତ୍ବପୂର୍ଣ୍ଣ।

ନୂଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ସହ ଗ୍ରାମର ସୁରକ୍ଷା ପାଇଁ ବନବିଭାଗ ପଦକ୍ଷେପ ନେବା ଆବଶ୍ୟକା Sambalpur: ହୀରାକୁଦବନ୍ଧରୁ ବନ୍ୟାଜଳ ନିଷ୍କାସନ ଯୋଗୁଁ ସମ୍ବଲପୁର ସହର ସର୍ବାଧିକ ଅସୁରକ୍ଷିତ ଏନେଇ କୁଲଡ଼ିହା ଭାରପ୍ରାପ୍ତ ରେଞ୍ଜର ସୌମ୍ୟରଞ୍ଜନ ମାଝୀ କହିଛନ୍ତି, ସ୍ଥିତି ଉପରେ ବିଭାଗର ନଜର ରହିଛି।

ବର୍ଷା ଋତୁ ଶେଷ ପରେ ନୂଆ ଗତିପଥରେ ଆସୁଥିବା ଝରଣା ପାଣିର ସ୍ଥିତି ଜଣାପଡ଼ିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।