Water Shortage: ମିଳୁନି ପାଣି, ତାଲା ପକାଇଲେ ମହିଳା

Jul 02, 2026 - 13:56
Water Shortage: ମିଳୁନି ପାଣି, ତାଲା ପକାଇଲେ ମହିଳା

ପାଣି ନମିଳିବାରୁ ଜନସ୍ବାସ୍ଥ୍ୟ ଅଫିସରେ ତାଲା ପକାଇଲେ ମହିଳା। ପାଣି ନମିଳିବାରୁ ପୌରାଞ୍ଚଳ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳାଙ୍କ ଆନ୍ଦୋଳନ। ଢେଙ୍କାନାଳ ସହରର ୫ ନମ୍ବର ୱାର୍ଡ ଚାନ୍ଦମାରୀ ସାହିର ମହିଳାମାନେ ପି.ଏଚ୍.ଡି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଚାରି ଦିନ ହେଲାଣି ପିଇବା ପାଣି ଯୋଗାଣ ବନ୍ଦ ଥିବାରୁ ପ୍ରତିବାଦ କରିଛନ୍ତି। 

ପାଣି ସୁବିଧା ନହେବା ଯାଏଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି। ଚାରି ଦିନ ହେଲାଣି ସଂମ୍ପୃକ୍ତ ଅଞ୍ଚଳକୁ ପାଣି ସପ୍ଲାଏ ଦିଆ ଯାଉନଥିବା ବେଳେ ଟ୍ୟାଙ୍କର ସହାୟତାରେ ପାଣି ଯୋଗାଇ ଦେବାକୁ ଦାବି ହୋଇଛି। ଏନେଇ ଢେଙ୍କାନାଳ ଜନସ୍ବାସ୍ଥ୍ୟ ବିଭାଗ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।