Water Crisis: ପାଇକମାଳ କଲୋନୀପଡ଼ାରେ ଜଳ ସଙ୍କଟ: ଧାରଣାରେ ବସିଲେ ପଡ଼ାବାସୀ
"ପାଇକମାଳ: ପାଇକମାଳ ବ୍ଲକ କଲୋନୀ ପଡ଼ାରେ ଗତ ଚାରି ଦିନ ଧରି ପାଣି ପମ୍ପର ମୋଟର ଖରାପ ହୋଇ ପଡ଼ିଥିବାରୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।
ଏହାଫଳରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ପାଣି ସମସ୍ୟାର ସମ୍ମୁଖୀନ ହେବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ଧାରଣାରେ ବସିଥିଲେ।
ଖବର ପାଇ ସମାଜସେବୀ ତଥା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଗୌତମ ସିଂ ଘଟଣାସ୍ଥଳରେ ପହଞ୍ଚି ପଡ଼ାବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ।
ସେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗ କରି ଖରାପ ହୋଇଥିବା ପମ୍ପ ମୋଟରକୁ ଯଥାଶୀଘ୍ର ମରାମତି କରି ପାଣି ଯୋଗାଣ ସ୍ୱାଭାବିକ କରିବାକୁ ଅନୁରୋଧ କରିଥିଲେ।Advertisment ପ୍ରଶାସନ ପକ୍ଷରୁ ଆଶ୍ୱାସନ ତତ୍କାଳୀନ ଜଳ ସମସ୍ୟାର ସମାଧାନ ପାଇଁ ଶ୍ରୀ ସିଂଙ୍କ ପକ୍ଷରୁ ଏକ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଥିଲା।
ଏହାପରେ ପଡ଼ାବାସୀ ଧାରଣାରୁ ଉଠିଥିଲେ।
ଶୀଘ୍ର ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଆଶ୍ୱାସନ ମିଳିଥିବା ଜଣାପଡ଼ିଛି।
NO Confidence Motion: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।