Railway Station: ଝାରସୁଗୁଡ଼ା ରେଳ ଷ୍ଟେସନର ସମସ୍ୟା ନେଇ ବିଜେଡିର ଦାବିପତ୍ର, ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

Jul 25, 2026 - 14:47
Railway Station: ଝାରସୁଗୁଡ଼ା ରେଳ ଷ୍ଟେସନର ସମସ୍ୟା ନେଇ ବିଜେଡିର ଦାବିପତ୍ର, ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

"​ବ୍ରଜରାଜନଗର: ଝାରସୁଗୁଡ଼ା ରେଳ ଷ୍ଟେସନରେ ଯାତ୍ରୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ଚାଲିଥିବା ନିର୍ମାଣ କାର୍ଯ୍ୟ ଯୋଗୁଁ ସାଧାରଣ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଝାରସୁଗୁଡା ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଷ୍ଟେସନ ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବିଜେଡି ଜିଲ୍ଲା ସଭାପତି ହରୀଶ ଗଣତ୍ରାଙ୍କ ନେତୃତ୍ୱରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।​Advertisment ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରିବାକୁ ଦାବି ସୂଚନା ଅନୁଯାୟୀ,ଝାରସୁଗୁଡା ରେଲୱେ ଷ୍ଟେସନରେ ନୂତନ ପ୍ଲାଟଫର୍ମ ନିର୍ମାଣ ଯୋଗୁଁ ଯାତ୍ରୀମାନଙ୍କୁ ଦୀର୍ଘ ଫୁଟ୍ ୱେ ଦେଇ ଓଭରବ୍ରିଜ୍ ଦେଇ ଯାତ୍ରୀମାନଙ୍କୁ ଯିବାକୁ ପଡ଼ୁଛି।

ଏହାଦ୍ୱାରା ବୃଦ୍ଧବୃଦ୍ଧା, ରୋଗୀ ଓ ଦିବ୍ୟାଙ୍ଗ ଯାତ୍ରୀମାନେ ଅତ୍ୟନ୍ତ ହଇରାଣ ହେଉଛନ୍ତି।

ନିର୍ମାଣାଧୀନ ଅଞ୍ଚଳରେ ବର୍ଷା ଜଳ ଓ କାଦୁଅ ଯୋଗୁଁ ଯାତ୍ରୀମାନେ ଖସିପଡ଼ି ଆଘାତପ୍ରାପ୍ତ ହେଉଛନ୍ତି।

ତୁରନ୍ତ ଏଠାରେ ଅସ୍ଥାୟୀ ରାମ୍ପ, ଏସ୍କାଲେଟର, ଲିଫ୍ଟ କିମ୍ବା ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରିବାକୁ ଦାବି କରାଯାଇଛି।​ ଏହା ସହିତ ଷ୍ଟେସନର ପ୍ଲାଟଫର୍ମଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳର ଅଭାବ, ଶୌଚାଳୟ ଓ ପ୍ରତୀକ୍ଷାଳୟରେ ଜଳ ଯୋଗାଣ ବନ୍ଦ ରହିବା ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ଦର୍ଶାଯାଇଛି।

ସେହିପରି ଦୀର୍ଘଦିନରୁ ଚୌକିପଡ଼ା ଓ ବେହେରାମାଲ ଆରଓବି (ROB) ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ସହରରେ ନିୟମିତ ଟ୍ରାଫିକ୍ ସମସ୍ୟା ଉପୁଜୁଛି।​ ଅନ୍ୟପଟେ, ସାଧାରଣ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଝାରସୁଗୁଡ଼ା-ଗୋନ୍ଦିଆ, ଝାରସୁଗୁଡ଼ା-ରାଞ୍ଚି ଓ ସମ୍ବଲପୁର-ରାଉରକେଲା  ମେମୁ ଟ୍ରେନ୍ ଗୁଡ଼ିକୁ ପାର୍ବଣ ସମୟରେ ବନ୍ଦ ନକରି ନିୟମିତ ଚଳାଚଳ କରିବାକୁ ଦାବି କରାଯାଇଛି।

ଅନିୟମିତ ଟ୍ରେନ୍ ବିଳମ୍ବ, ଅଟୋ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଓ ପ୍ଲାଟଫର୍ମ ନଂ-୧ ରେ ଶେଡ୍ ବିସ୍ତାର କରି ନିର୍ମାଣ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।​ଏହି ଦାବିପତ୍ରର ନକଲ ଚକ୍ରଧରପୁର, ସମ୍ବଲପୁର ଓ ବିଲାସପୁର ରେଳମଣ୍ଡଳର ଡିଆରଏମ (DRM) ଙ୍କ ନିକଟକୁ ପଠାଯାଇଛି।

ତୁରନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ନେତାମାନେ ଚେତାବନୀ ଦେଇଛନ୍ତି।

ଷ୍ଟେସନ ମାଷ୍ଟରଙ୍କୁ ଦାବିପତ୍ର ଦେବା ସମୟ ରେ ରାଜ୍ୟ ବିଜୁ ଜନତା ଦଳ ପରିଷଦ ସଦସ୍ୟ ତାପସ ରାୟ ଚୌଧୁରୀ,ଝାରସୁଗୁଡା ବିଜେଡି ସଭାପତି ହରିଶ ଗଣତ୍ରା ,ପୌରାଧ୍ୟକ୍ଷା ରାନୀ ହାତୀ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ରବି ସିଂ, ମଦନ ହାତୀ, ଆଲୋକ ତ୍ରିପାଠୀ, ପୱନ ସିଂ ଯାଦବ, ପୱନ୍ ଶର୍ମା, ମନୋଜ କୁମାର ଦୋରା, ଶ୍ୟାମସୁନ୍ଦର ମହାପାତ୍ର,ବି.

ନାଗେଶ୍ୱରୀ ଓ ଜ୍ୟୋତି ସୁନାର ପ୍ରମୁଖ ଉପସ୍ଥିତ ଥିଲେ।

NO Confidence Motion: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।