Water all around: ଚାରିଆଡ଼େ ପାଣି, ମେଣ୍ଟୁନି ଶୋଷ

Aug 21, 2026 - 03:20
Water all around: ଚାରିଆଡ଼େ ପାଣି, ମେଣ୍ଟୁନି ଶୋଷ

"ଦଶରଥପୁର: ଚାରିପାଖରେ ପାଣି, କିନ୍ତୁ ପିଇବାକୁ ଟୋପାଏ ନାହିଁ।

ଗାଁ ଭିତରେ ଆଣ୍ଠୁଏ ତ ଘର ଚାରିପାଖରେ ବନ୍ୟାଜଳର ଲହଡ଼ି।

ଅଥଚ ସ୍ବଚ୍ଛ ପାଣି ମୁନ୍ଦେ ମିଳୁନଥିବାରୁ ବନ୍ୟା ବିପନ୍ନମାନେ ଡହଳବିକଳ ହେଉଛନ୍ତି।

ଏଣେ ପ୍ରଶାସନ ପକ୍ଷରୁ ପରିବାର ପିଛା ଦିନକୁ ମାତ୍ର ୧ ଲିଟର ପିଇବା ପାଣି ଯୋଗାଇ ଦିଆଯାଉଛି।

ଯାହାକି ଆଦୌ ପର୍ଯ୍ୟାପ୍ତ ନୁହେଁ।

ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳରେ ଲୋକେ ପିଇବା ପାଣି ପାଇଁ ଏଭଳି ହନ୍ତସନ୍ତ ହେଉଛନ୍ତି।

ଚିକିତ୍ସା ବିଜ୍ଞାନ ଅନୁସାରେ ଜଣେ ସୁସ୍ଥ ଲୋକ ପାଇଁ ପ୍ରତିଦିନ ୩ରୁ ୪ ଲିଟର ପାନୀୟଜଳ ଆବଶ୍ୟକ।

କିନ୍ତୁ ପ୍ରଶାସନ ତରଫରୁ ମାତ୍ର ୧ ଲିଟର ପାଣି ଦେଇ ବିପନ୍ନ ପରିବାରକୁ ଉପହାସ କରାଯାଉଥିବା ଅଭିଯୋଗ ହୋଇଛି।

ଗୋଟିଏ ପରିବାରରେ ଅତି କମ୍‌ରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି।

Advertisment Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦଶରଥପୁର ବ୍ଲକ୍‌ ପାନୀୟଜଳ ବିଭାଗ କନିଷ୍ଠଯନ୍ତ୍ରୀ ସ୍ବର୍ଣ୍ଣଲତା ରାଉତଙ୍କ ସୂଚନା ମୁତାବକ ଏଯାବତ ବ୍ଲକ୍‌ରେ ୧ ଲକ୍ଷ ଲିଟର ପାଣି ବୋତଲ ପ୍ରଦାନ କରାଯାଇଛି।

ଆଉ କିଛି ସ୍ଥାନରେ ଟ୍ୟାଙ୍କର ଯୋଗେ ଓ ପାଣି ପାଉଚ ମେସିନ୍‌ ଲଗାଯାଇ ପାନୀୟଜଳ ବିତରଣ କରାଯାଉଛି।

ପ୍ରକାଶଥାଉକି, ଗତ ଜୁଲାଇ ୨୮ରୁ ଏପର୍ଯ୍ୟନ୍ତ ବୈତରଣୀରେ ୪ ଥର ବନ୍ୟା ଆସିଲାଣି।

ଦଶରଥପୁର ବ୍ଲକ୍‌ର ମୋଟ ୩୫ ପଞ୍ଚାୟତରୁ ୧୯ ପଞ୍ଚାୟତର ୭୨ ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଛି।

ପ୍ରାୟ ଏକଲକ୍ଷ ୭ ହଜାର ୫୭୨ରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି।

ତରପଦା, କସପା, ମଲିକାପୁର, ଶୁଶୁଆ, ମଙ୍ଗଳପୁର, କନିକାପଡା, ଛଚିଣା, କଟିକଟା, ଜୟନ୍ତରା, ନିଜାମପୁର, କୟାଁ, କମାରଡ଼ିହ, ଖାନନଗର, ଥାଳକୁଡ଼ି, ପାଲଟପୁର, ଜାଫରପୁର, ବିରିପଟା, ଦତ୍ତପୁର, ଦୁଦୁରାଅନ୍ତା ପଞ୍ଚାୟତର ଗାଁ ମଝିରେ ୩ରୁ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି।

Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media