War: ମଧ୍ୟପ୍ରାଚ୍ୟ ଯୁଦ୍ଧ ବିପଜ୍ଜନକ ମୋଡ଼ରେ: ସମୁଦ୍ରରେ ଫସି ରହିଛନ୍ତି ୪୦୦, ଜାହାଜରେ ୬ ହଜାରରୁ ଅଧିକ ନାବିକ

Jul 25, 2026 - 10:53
War: ମଧ୍ୟପ୍ରାଚ୍ୟ ଯୁଦ୍ଧ ବିପଜ୍ଜନକ ମୋଡ଼ରେ: ସମୁଦ୍ରରେ ଫସି ରହିଛନ୍ତି ୪୦୦, ଜାହାଜରେ ୬ ହଜାରରୁ ଅଧିକ ନାବିକ

"ତେହେରାନ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି।

ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାହାରିନ ଏବଂ କୁଏତ ଇରାନ ଭିତରେ ଥିବା ସାମରିକ ଘାଟି ଉପରେ ସେମାନଙ୍କର ପ୍ରଥମ ଗୁପ୍ତ ବିମାନ ଆକ୍ରମଣ ଆରମ୍ଭ କରିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସ ଗୁପ୍ତଚର ଏବଂ ବିମାନ ସୁରକ୍ଷା ଯୋଗାଇ ପରଦା ପଛରେ ରହି ଏହି ଗୁପ୍ତ କାର୍ଯ୍ୟରେ ସହାୟତା କରିଛି।

ଏହି ସମୟରେ, ଆମେରିକା ଇରାନର ଅବରୋଧ ଉଲ୍ଲଂଘନ କରୁଥିବା ଜାହାଜଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର୍ କରିଛି।Advertisment Canada: ସେତୁ ଉଦ୍‌ଘାଟନ ନିମନ୍ତ୍ରଣ ପ୍ରତ୍ୟାହାର କଲା କାନାଡା: ଟ୍ରମ୍ପ କହିଲେ ଲାଭର ୫୦% ନେବ ଆମେରିକା ଏହା ଜବାବରେ ବାହାରିନ, କୁଏତ, ଜୋର୍ଡାନ ଏବଂ ଇରାକରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଇରାନ ବଡ଼ ଧରଣର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ସମଗ୍ର ଅଞ୍ଚଳକୁ ଧ୍ୱଂସସ୍ତୁପରେ ପରିଣତ କରିଛି।

କୁଏତର କ୍ୟାମ୍ପ ଉଦୈରି ଏବଂ ଅଲି ଅଲ-ସାଲେମ ବାୟୁ ଘାଟିକୁ ଟାର୍ଗେଟ କରାଯାଇଥିବା ଇରାନ ପକ୍ଷରୁ ଦାବି କରାଯାଇଛି।

ଏହା ସହିତ, ଏକ ଆମାଜନ ଡାଟା ସେଣ୍ଟର ଉପରେ ଆକ୍ରମଣର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି।

ଇରାନ ସ୍ପଷ୍ଟ ଭାବରେ କହିଛି ଯେ, ଆମେରିକା ଆମ ବିରୋଧରେ ଯେଉଁଦେଶକୁ ବ୍ୟବହାର କରିବ ସେହି ଦେଶ ଆମର ଟାର୍ଗେଟ ହେବ।

ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୯୬ ଡଲାର ଯୁଦ୍ଧର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଏବଂ ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଉଛି।

ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୯୬ ଡଲାର ଅତିକ୍ରମ କରିଛି।

ଓମାନ ଏବଂ ପାକିସ୍ତାନ ଭଳି ଦେଶ ଆମେରିକା ଏବଂ ଇରାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କୌଣସି ପକ୍ଷ ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି।

ଯୁଦ୍ଧ ଯୋଗୁଁ ପ୍ରାୟ ୪୦୦ ଜାହାଜରେ ୬ ହଜାରରୁ ଅଧିକ ନାବିକ ସମୁଦ୍ରରେ ଫସି ରହିଛନ୍ତି।

ସେମାନେ ଖାଦ୍ୟ ଏବଂ ପାନୀୟ ଜଳର ଘୋର ଅଭାବର ସମ୍ମୁଖୀନ ହେଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।