Death: ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନୃତ୍ୟଗୁରୁ, ଶବ ହୋଇ ଫେରିଲେ

Jul 25, 2026 - 09:15
Death: ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନୃତ୍ୟଗୁରୁ, ଶବ ହୋଇ ଫେରିଲେ

"ରାୟଗଡ଼ା: ରାୟଗଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା।

ଏଠାରେ ମନ୍ଦିରକୁ ଦର୍ଶନ ପାଇଁ ଯାଇ ଫେରୁଥିବାବେଳେ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି I ମୃତକମାନେ ହେଲେ ଗୁଣପୁର ସହର ନୃତ୍ୟ ଶିକ୍ଷୟତ୍ରୀ ସସ୍ମିତା ପଣ୍ଡା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଶମ୍ଭୁନାଥ ଦାଶ I ଅନ୍ୟ ଜଣେଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି IAdvertisment ଗୁଣପୁର ଅଞ୍ଚଳରେ ଶୋକର ଛାୟା ସୂଚନାରୁ ଜଣାପଡିଛି ନୃତ୍ୟ ଶିକ୍ଷୟତ୍ରୀ ସସ୍ମିତା ଏକ ସ୍କୁଟିରେ ୨ ଜଣ ସହଯୋଗୀଙ୍କ ସହ ଗୁଣପୁର ଶେଫାଳି ପାହାଡ଼ ସ୍ଥିତ ଶିବ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ I ଫେରିବା ସମୟରେ ସ୍କୁଟିର ବ୍ରେକ ଫେଲ ହୋଇଯିବାରୁ ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲା ଏବଂ ୩ ଜଣ ଗୁରୁତର ହୋଇଥିଲେ I ଖବର ପାଇଁ ଗୁରୁତରମାନଙ୍କୁ  ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା I ଚିକିତ୍ସାଧୀନ ଅବସ୍ଥାରେ ଗୁଣପୁର ଠାରେ ଶମ୍ଭୁନାଥ ମୃତ୍ୟୁବରଣ କରିଥିବା ବେଳେ ସସ୍ମିତା ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର ହେଉଥିବା ବେଳେ ପାରଳାଖେମୁଣ୍ଡି ଠାରେ ମୃତ୍ୟୁବରଣ କରିଥିଲେ I ଅନ୍ୟ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିI ଗୁଣପୁର ଅଞ୍ଚଳରେ ଶୋକର  ଛାୟା ଖେଳିଯାଇଛି I ଗୁଣପୁର ପୁଲିସ ଘଟଣାର ତଦନ୍ତ କରୁଛି I  ସୂଚନାଯୋଗ୍ୟଯେ ସୁସ୍ମିତା ଜଣେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ I ଗୁଣପୁର ଠାରେ ଥିବା ତାଙ୍କର  ନୃତ୍ୟ ଅନୁଷ୍ଠାନର ଅଡିଟ ପାଇଁ କଲିକତାରୁ ଜଣେ ଓ ଓଡ଼ିଶାର ଜଣେ ଅଡିଟର ଅଡିଟ ପାଇଁ ଗୁଣପୁର ଆସିଥିଲେ l ବୁଲିବା ପାଇଁ ସସ୍ମିତା ୨ ଜଣଙ୍କୁ ନେଇ ସ୍କୁଟିରେ ଶେଫାଳି ପାହାଡ଼କୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l Train Accident: ଟ୍ରେନ ଆଗକୁ ଡେଇଁପଡ଼ିଲେ ଯୁବକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।