War: ଇରାନ ସହ ପୁଣି ଯୁଦ୍ଧ ପାଇଁ କଂଗ୍ରେସର ଅନୁମୋଦନ ଲୋଡ଼ିଲେ ଟ୍ରମ୍ପ
"ୱାସିଂଟନ: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ପୁଣି ଯୁଦ୍ଧର ରୂପ ନେଇଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ସଂସଦ "ୟୁଏସ୍ କଂଗ୍ରେସ"କୁ ଆନୁଷ୍ଠାନିକ ଭାବେ ଅବଗତ କରାଇଛନ୍ତି ଯେ, ଆମେରିକା ପୁନର୍ବାର ଇରାନ ସହ ଯୁଦ୍ଧରେ ପ୍ରବେଶ କରିଛି।
ଏହି ସାମରିକ ସଂଘର୍ଷ ପୁଣି ଆରମ୍ଭ ହେବା ଫଳରେ "ୱାର ପାୱାର୍ସ ରେଜୋଲ୍ୟୁସନ" ଅନ୍ତର୍ଗତ ଟ୍ରମ୍ପ ପ୍ରଶାସନକୁ ସଂସଦର ଆଗୁଆ ଅନୁମୋଦନ ବିନା ଆଗାମୀ ୬୦ ଦିନ ପାଇଁ ସାମରିକ ବଳ ପ୍ରୟୋଗ କରିବାର ସ୍ୱତନ୍ତ୍ର କ୍ଷମତା ମିଳିଯାଇଛି।
ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ପରିବହନ ଏବଂ ତୈଳ ଟାଙ୍କରଗୁଡ଼ିକର ସୁରକ୍ଷାକୁ ନେଇ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ନୂତନ ବିବାଦ ପରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
୭ ଜୁଲାଇରୁ ଆମେରିକା ସେନା ପକ୍ଷରୁ ଇରାନର ରାଜଧାନୀ ତେହେରାନ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସାମରିକ ଘାଟି ଉପରେ ନିରନ୍ତର ଏୟାରଷ୍ଟ୍ରାଇକ ଓ ମିସାଇଲ ମାଡ଼ ଜାରି ରହିଛି।Advertisment ଆମେରିକା କଂଗ୍ରେସର ସାଂସଦମାନଙ୍କୁ ଲେଖିଥିବା ଏକ ଆନୁଷ୍ଠାନିକ ପତ୍ରରେ ରାଷ୍ଟ୍ରପତି ଟ୍ରମ୍ପ ଦର୍ଶାଇଛନ୍ତି ଯେ, ବିଦେଶ ମାଟିରେ ଆମେରିକୀୟ ନାଗରିକ ଓ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ।
ଗତ ମାସରେ ଉଭୟ ଦେଶ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ ତେହେରାନ ସମ୍ମତି ପ୍ରକାଶ କରିଥିଲା।
ତେବେ ବାଣିଜ୍ୟିକ ତୈଳ ଟାଙ୍କର ଉପରେ ହୋଇଥିବା ଆକ୍ରମଣ ଏହି ଶାନ୍ତି ଚୁକ୍ତିର ଖୋଲାଖୋଲି ଉଲ୍ଲଂଘନ କରିଛି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।
ତେଣୁ ପୂର୍ବରୁ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଶେଷ ହୋଇଛି ଏବଂ ଆମେରିକା ସଶସ୍ତ୍ର ବାହିନୀ ଆଗକୁ ମଧ୍ୟ ଇରାନର ଯେକୌଣସି ଆକ୍ରମଣର ଜବାବ ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।
ନିକଟରେ ଇରାନର ସାମରିକ ସଂଗଠନ "ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ" (ଆଇଆର୍ଜିସି) ଘୋଷଣା କରିଥିଲା ଯେ, ଏହି ଜଳପଥ ଦେଇ ଗତି କରୁଥିବା ସମସ୍ତ ଜାହାଜକୁ ସେମାନଙ୍କ ଠାରୁ ଆନୁଷ୍ଠାନିକ ଅନୁମତି ନେବାକୁ ପଡ଼ିବ।
ଅପରପକ୍ଷରେ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରି ନିଜେ ସେହି ଅଞ୍ଚଳର ସୁରକ୍ଷା ଦାୟିତ୍ବ ହାତକୁ ନେଇଛି।
ବିଶ୍ୱ ବଜାରରେ ଏହାର ପ୍ରଭାବକୁ ନେଇ ଆମେରିକାର ରିପବ୍ଲିକାନ ଦଳର ସାଂସଦମାନେ ଚିନ୍ତା ପ୍ରକଟ କରିଛନ୍ତି, କାରଣ ଆଗାମୀ ନଭେମ୍ବର ମାସରେ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାକୁ ଥିବାବେଳେ ଯୁଦ୍ଧ ଯୋଗୁଁ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇଲେ ଶାସକ ଦଳକୁ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ।
Accident: ମର୍ସିଡିଜ୍ ଧକ୍କାରେ ବାଇକ୍ଚାଳକ ମୃତ: ଘଟଣାସ୍ଥଳରେ ଉତ୍ତେଜନା, ଭିଡ଼ହିଂସାକୁ ଏଡ଼ାଇଲା ପୁଲିସ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।