War: ଇରାନ ଉପରେ ଆକ୍ରମଣ ସ୍ଥଗିତ ରଖିଲେ ଟ୍ରମ୍ପ-ନେତାନ୍ୟାହୁ
"ୱାସିଂଟନ: ଇରାନ ସହ ଚାଲିଥିବା ପାଞ୍ଚମାସର ଯୁଦ୍ଧର ଅବସାନ ପାଇଁ ଏକ ସମ୍ଭାବ୍ୟ ଚୁକ୍ତିର ରୂପରେଖ ଉପରେ ସହମତି ହୋଇଥିବା ଦାବି କରି ଆମେରିକା ଓ ଇସ୍ରାଏଲ୍ ଇରାନ ବିରୋଧରେ ପ୍ରସ୍ତାବିତ ନୂଆ ଆକ୍ରମଣକୁ ସ୍ଥଗିତ ରଖିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସନ୍ଧ୍ୟାରେ ନିଜ "ଟ୍ରୁଥ୍ ସୋସିଆଲ୍" ମଞ୍ଚରେ ଏହି ଘୋଷଣା କରିଛନ୍ତି।Advertisment ଟ୍ରମ୍ପଙ୍କ କହିବା ଅନୁସାରେ, ଇରାନ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟ କେତେକ ଦେଶ ଆକ୍ରମଣ ନ କରିବା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି।
ଯୁଦ୍ଧ ଶେଷ ପାଇଁ ଏକ ଚୁକ୍ତିର ମୌଳିକ ସର୍ତ୍ତ ଉପରେ ସହମତି ହୋଇଥିବାରୁ ଏହି ଅନୁରୋଧ କରାଯାଇଛି।
ପ୍ରସ୍ତାବିତ ଚୁକ୍ତିରେ ହର୍ମୁଜ ପ୍ରଣାଳୀକୁ ତୁରନ୍ତ, ସମ୍ପୂର୍ଣ୍ଣ ଓ ସବୁଦିନ ପାଇଁ ଖୋଲିବା ସହ ଇରାନର ପରମାଣୁ ବିପଦର ଅବସାନ ଘଟାଇବା ବ୍ୟବସ୍ଥା ରହିବ ବୋଲି ସେ ଦାବି କରିଛନ୍ତି।
War: ଯୁଦ୍ଧବିରତି ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ; ତେହେରାନ ଅନୁମୋଦନ କଲା ବିଶ୍ବର ଭବିଷ୍ୟତ୍ ସ୍ବାର୍ଥ ଏବଂ ଇରାନକୁ ଏକ ସଫଳ ଓ ସମୃଦ୍ଧ ଦେଶ ଭାବେ ତିଷ୍ଠି ରହିବାର ସୁଯୋଗ ଦେବା ପାଇଁ ସେ ପ୍ରସ୍ତାବିତ ଆକ୍ରମଣ ବାତିଲ କରିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।
ତେବେ ଅତିଶୀଘ୍ର ଚୂଡ଼ାନ୍ତ ଚୁକ୍ତି ହେବା ସର୍ତ୍ତରେ ଏହି ନିଷ୍ପତ୍ତି ନିଆଯାଇଛି।
ଆମେରିକା ଇରାନ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଏବଂ ଆବଶ୍ୟକ ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦେଖାଯାଇ ନ ଥିବା ସ୍ତରର ସାମରିକ ଶକ୍ତି ପ୍ରୟୋଗ କରିପାରିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଇରାନ ସହ ଆଲୋଚନାକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇ ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ସହ କାମ କରିବାକୁ ସହମତ ହୋଇଛନ୍ତି।
ମାତ୍ର ଟ୍ରମ୍ପଙ୍କ ଏହି ଘୋଷଣା ଉପରେ ଇରାନ ପକ୍ଷରୁ ତୁରନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।
ଏହାର ଦିନକ ପୂର୍ବରୁ ଶୁକ୍ରବାର ମେରିଲାଣ୍ଡର କ୍ୟାମ୍ପ୍ ଡେଭିଡ୍ରେ କ୍ୟାବିନେଟ୍ ବୈଠକ ବେଳେ ଟ୍ରମ୍ପ ଇରାନ ଉପରେ ଅତ୍ୟନ୍ତ କଠୋର ଆକ୍ରମଣ କରାଯିବ ବୋଲି ଧମକ ଦେଇଥିଲେ।
ଆମେରିକା ଓ ଇସ୍ରାଏଲ୍ ସପ୍ତାହାନ୍ତରେ ଇରାନର ଶକ୍ତି ଓ ତୈଳ ସମ୍ପର୍କିତ କେନ୍ଦ୍ରଗୁଡ଼ିକ ଉପରେ ମିଳିତ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିବା ଆମେରିକୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।