VSS Nagar: ଭିଏସ୍ଏସ୍ନଗରରେ ଭଙ୍ଗାରୁଜା, ମାରପିଟ: ୫ ଗିରଫ, ନାବାଳକ ଗଲା ବାଳସୁଧାର ଗୃହ
"ଭୁବନେଶ୍ବର: କିଛି ଦିନ ହେଲା ଭିଏସ୍ଏସ୍ନଗରରେ ମାରପିଟ ଓ ଭଙ୍ଗାରୁଜା କରି ଆତଙ୍କରାଜ୍ ଚଳାଇଥିବା ଏକ ୬ଜଣିଆ ଗ୍ୟାଙ୍ଗ୍ ସହିଦନଗର ଥାନା ପୁଲିସ ପଞ୍ଝାରେ ପଡ଼ିଛି।
ସେମାନଙ୍କ ମଧ୍ୟରେ ଥିବା ଜଣେ ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯିବା ପରେ ବାଳସୁଧାର ଗୃହକୁ ପଠାଇଦିଆଯାଇଛି।
କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଲେ ୟୁନିଟ୍-୮ ଅଞ୍ଚଳର ସୁବାଶିଷ ପ୍ରଧାନ ଓରଫ ମାଲିଙ୍ଗା, ଇଡ୍କୋ କଲୋନିର ସ୍ମୃତି ରଂଜନ ଜଗଦ୍ଦେବ ଓରଫ ରକି, ବାୟାବାବା ବସ୍ତିର ମନୋଜ ନାୟକ ଓରଫ ନାନୋ, ଭିଏସ୍ଏସ୍ନଗରର ଚିନ୍ମୟ ସେଠୀ ଓରଫ ଚିନୁ ଓ ଅଭିଜିତ ବେହେରା ଓରଫ ରାହୁଲ।
ଅଭିଯୁକ୍ତମାନଙ୍କ ପାଖରୁ ଖଣ୍ଡା, କଟୁରି ଓ ଲାଠି ଆଦି ମାରଣସ୍ତ୍ର ଜବତ କରାଯାଇଛି।
ଦୁଇ ଦୁଇଟି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ଆର୍ମସ୍ ଆକ୍ଟ, ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଦଫା ଲଗାଇ କୋର୍ଟ ଚାଲାଣ କରିଛି।
୨୬ ତାରିଖ ସନ୍ଧ୍ୟାରେ ଅଭିଯୋଗକାରୀ ସିଦ୍ଧି ବିନାୟକ ବେହେରା ଓ ତାଙ୍କର କିଛି ସାଙ୍ଗ ଲକ୍ଷ୍ମୀପୂଜା ଛକ ନିକଟରେ କଥା ହେଉଥିଲେ।
ଏହି ସମୟରେ ଅଭିଯୁକ୍ତ ମାଲିଙ୍ଗା ଓ ତା"ର ସହଯୋଗୀମାନେ ସେଠାରେ ପହଞ୍ଚି ସିଦ୍ଧି ବିନାୟକଙ୍କୁ ବଟି ମାଗିଥିଲା।
ସିଦ୍ଧି ବିନାୟକ ସେମାନଙ୍କୁ ବଟି ଦେବାକୁ ରୋକ୍ଠୋକ ମନା କରିବାରୁ ମାଲିଙ୍ଗା ଗୋଷ୍ଠୀ ମାରଣାସ୍ତ୍ର ବାହାର କରି ଆକ୍ରମଣ କରିଥିଲେ।
ଦୁର୍ବୃତ୍ତମାନଙ୍କ ମାଡ଼ରେ ଲହୁଲୁହାଣ ହୋଇପଡ଼ିଥିବା ସିଦ୍ଧି ବିନାୟକଙ୍କ ସାଙ୍ଗମାନଙ୍କୁ ଦୁର୍ବୃତ୍ତମାନେ ଉଲଗ୍ନ କରି ପିଟି ଚାଲିଥିଲେ।Advertisment Neglect: ପୁନଃପଂଜୀକରଣରୁ ବଂଚିତ ୧୫୧୭ ଶ୍ରମିକ, ମିଳୁନି ସରକାରୀ ସୁବିଧା ୫ ଗିରଫ, ନାବାଳକ ଗଲା ବାଳସୁଧାର ଗୃହଭାଙ୍ଗିଦେଲେ କର୍ପୋରେଟର୍ଙ୍କ ପୁଅର ଥାର୍ ଏମିତିକି ସେମାନେ ସିଦ୍ଧି ବିନାୟକଙ୍କୁ ଅପହରଣ କରିନେବାକୁ ମଧ୍ୟ ଉଦ୍ୟମ କରିଥିଲେ।
କିନ୍ତୁ ପକେଟ ଖୋଜାଖୋଜି କରି ତାଙ୍କ ପାଖରୁ ୫ହଜାର ଟଙ୍କା ମିଳିବା ପରେ ସେମାନେ ପଳାଇଥିଲେ।
ଏନେଇ ସିଦ୍ଧି ବିନାୟକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।
ସନ୍ଧ୍ୟା ବେଳଟାରେ ଏକ ଜନଗହଳିପୂର୍ଣ୍ଣ ଛକରେ ଦୁର୍ବୃତ୍ତମାନଙ୍କ ଆତଙ୍କରାଜ୍ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳାଇଦେଇଥିଲା।
ପୁଲିସ ସିସିଟିଭି ଫୁଟେଜ୍ ଦରାଣ୍ଡି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଥିଲା।
ଏହାର ଠିକ୍ ଦୁଇ ଦିନ ପରେ ଅର୍ଥାତ୍ ଜୁଲାଇ ୨୮ ତାରିଖ ରାତିରେ ବିଏମ୍ସି ୧୧ନମ୍ବର ଵାର୍ଡ କର୍ପୋରେଟର୍ ପ୍ରଭାସିନୀ ମହାନ୍ତିଙ୍କ ପୁଅ ସମ୍ବିତଙ୍କ ଥାର୍କୁ କେହି ବାଡ଼େଇ ବାଡ଼େଇ ଭାଙ୍ଗି ଦେଇଥିଲା।
ସେଦିନ ରାତିରେ ସମ୍ବିତ ସ୍ଥାନୀୟ ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ତାଙ୍କ ଥାର୍ ଗାଡ଼ି ରଖି ଜଣକ ସହ ମେଡିକାଲ୍ କାମରେ ଯାଇଥିଲେ ଏବଂ ରାତିରେ ଫେରି ପାରି ନଥିଲେ।
ପରଦିନ ସକାଳେ ସେ ଦେଖିଲେ ଯେ ତାଙ୍କ ଗାଡ଼ିକୁ କେହି ପିଟିପିଟି ଭାଙ୍ଗି ପକାଇଛି।
କେବଳ ସେତିକି ନୁହେଁ, ତାଙ୍କ ଗାଡ଼ିରେ ଥିବା ୨ଲକ୍ଷ ଟଙ୍କା ମଧ୍ୟ ଚୋରି ହୋଇଯାଇଛି।
ଏନେଇ ସମ୍ବିତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ।
ଲାଗଲାଗ ଦୁଇ ଦୁଇଟି କାଣ୍ଡ କରିଥିବା ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ପୁଲିସ ଲାଗି ପଡ଼ିଥିଲା।
ଶେଷରେ ଏହା ମାଲିଙ୍ଗା ଗ୍ୟାଙ୍ଗ୍ କାଣ୍ଡ ବୋଲି ଜଣାପଡ଼ିଥିଲା।
Elephant: ଘର ଭାଙ୍ଗିଲା, ଫସଲ ନଷ୍ଟ କଲା ଦନ୍ତା; ଭୟଭୀତ ଅଞ୍ଚଳବାସୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।