Vitamin D: ଆବଶ୍ୟକତା ଠାରୁ ଶରୀରରେ ଅଧିକ ଭିଟା-ଡି ଥିଲେ ହୋଇପାରେ ଘାତକ

Jun 24, 2026 - 15:13
Vitamin D: ଆବଶ୍ୟକତା ଠାରୁ ଶରୀରରେ ଅଧିକ ଭିଟା-ଡି ଥିଲେ ହୋଇପାରେ ଘାତକ

"ଭିଟାମିନ୍-ଡି ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ପୋଷକ ତତ୍ତ୍ୱ।

ଏହା ହାଡ଼ ଓ ଦାନ୍ତକୁ ଶକ୍ତ ରଖିବା ସହ ଶରୀରରେ କ୍ୟାଲସିୟମ୍‌ର ଠିକ୍ ଶୋଷଣରେ ସହାୟତା କରିଥାଏ।

ସୂର୍ଯ୍ୟକିରଣ, କିଛି ଖାଦ୍ୟ ଓ ଔଷଧ ମାଧ୍ୟମରେ ଶରୀର ଭିଟାମିନ୍-ଡି ପାଇଥାଏ।

କିନ୍ତୁ ଆଜିକାଲି ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ବିନା ଭିଟାମିନ୍-ଡି ସପ୍ଲିମେଣ୍ଟ ଖାଉଛନ୍ତି, ଯାହା ପରବର୍ତ୍ତୀ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ।Advertisment ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶରୀରରେ ଆବଶ୍ୟକତାଠାରୁ ଅଧିକ ଭିଟାମିନ୍-ଡି ଜମା ହେଲେ ରକ୍ତରେ କ୍ୟାଲସିୟମ୍‌ର ପରିମାଣ ବଢ଼ିଯାଏ।

ଏହି ଅବସ୍ଥାକୁ "ହାଇପରକ୍ୟାଲସିମିଆ" ବୋଲି କୁହାଯାଏ।

ରକ୍ତରେ ଅଧିକ କ୍ୟାଲସିୟମ୍ ରହିଲେ ତାହା ହୃଦୟ, ରକ୍ତନଳୀ, ବୃକ୍କ ଓ ଅନ୍ୟାନ୍ୟ ଅଙ୍ଗରେ ଜମା ହୋଇ ଶରୀରର ସାଧାରଣ କାର୍ଯ୍ୟକୁ ବାଧା ଦେଇପାରେ।

ମା"ଙ୍କ ଅନ୍ତିମ ସଂସ୍କାର‌ରେ ‌ଯୋଗଦେବେ ଫ୍ରାନ୍ସ ପ୍ରଶିକ୍ଷକ: ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଉପସ୍ଥିତ ରହିବେନି ଡାକ୍ତରମାନଙ୍କ ମତରେ, ଅତ୍ୟଧିକ ଭିଟାମିନ୍-ଡି ସେବନ କରିଲେ ବୃକ୍କରେ ପଥର ସୃଷ୍ଟି ହେବା, ବୃକ୍କର କାର୍ଯ୍ୟକ୍ଷମତା କମିଯିବା ଏବଂ ଗୁରୁତର କ୍ଷେତ୍ରରେ ବୃକ୍କ ବିଫଳ ହେବା ପର୍ଯ୍ୟନ୍ତ ସମସ୍ୟା ଦେଖାଦେଇପାରେ।

ସେହିପରି ହୃଦୟର ସ୍ପନ୍ଦନ ଅସ୍ୱାଭାବିକ ହେବା, ରକ୍ତନଳୀ କଠିନ ହେବା ଓ ହୃଦୟ ଉପରେ ଅତିରିକ୍ତ ଚାପ ପଡ଼ିବାର ଆଶଙ୍କା ମଧ୍ୟ ରହିଥାଏ।

ଏହାର ପ୍ରାରମ୍ଭିକ ଲକ୍ଷଣ ଭାବେ ବାନ୍ତି ଲାଗିବା, ଭୋକ କମିଯିବା, ଅଧିକ ତୃଷ୍ଣା ଲାଗିବା, ବାରମ୍ବାର ପରିସ୍ରା ହେବା, ଦୁର୍ବଳ ଅନୁଭବ କରିବା, ଥକାପଣ ଓ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖାଦେଇପାରେ।

ଅନେକ ସମୟରେ ଲୋକମାନେ ଏହି ଲକ୍ଷଣକୁ ସାଧାରଣ ବୋଲି ଭାବି ଅବହେଳା କରିଦିଅନ୍ତି, ଯାହା ପରେ ବଡ଼ ସମସ୍ୟାର ରୂପ ନେଇପାରେ।

ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଭିଟାମିନ୍-ଡିର ଅଭାବ ଅଛି କି ନାହିଁ ତାହା ରକ୍ତ ପରୀକ୍ଷା ମାଧ୍ୟମରେ ଜାଣିବା ଉଚିତ।

ପରୀକ୍ଷା ଓ ଡାକ୍ତରୀ ପରାମର୍ଶ ବିନା ଦୀର୍ଘ ସମୟ ଧରି ଭିଟାମିନ୍-ଡି ଔଷଧ କିମ୍ବା ସପ୍ଲିମେଣ୍ଟ ସେବନ କରିବା ଉଚିତ ନୁହେଁ।

ଭିଟାମିନ୍-ଡି ଶରୀର ପାଇଁ ଉପକାରୀ ହୋଇଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ହୃଦୟ ଓ ବୃକ୍କ ପାଇଁ ବିପଦ ଡାକି ଆଣିପାରେ।

ସେଥିପାଇଁ ଯେକୌଣସି ପୋଷକ ଔଷଧ ଭଳି ଭିଟାମିନ୍-ଡିକୁ ମଧ୍ୟ ସଚେତନତାର ସହ ସେବନ କରିବା ସେଥିପାଇଁ ଯେକୌଣସି ପୋଷକ ଔଷଧ ଭଳି ଭିଟାମିନ୍-ଡିକୁ ମଧ୍ୟ ସଚେତନତାର ସହ ସେବନ କରିବା ଆବଶ୍ୟକ।

ଡାକ୍ତରଙ୍କ ପରାମର୍ଶ ଓ ନିର୍ଦ୍ଧାରିତ ମାତ୍ରା ଅନୁଯାୟୀ ଏହା ବ୍ୟବହାର କଲେ ଶରୀର ଉପକୃତ ହୋଇଥାଏ, କିନ୍ତୁ ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ।

"