Vishwakarma: ଆଜି ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା
"ଭୁବନେଶ୍ୱର: ଦେବଶିଳ୍ପୀ ବିଶ୍ବକର୍ମାଙ୍କ ମୃଣ୍ମୟ ପ୍ରତିମା ଗଢ଼ିଛି ମର୍ତ୍ତ୍ୟର ମୂର୍ତ୍ତିକାର।
ଆସନ୍ତାକାଲି ମଣ୍ଡପରେ ପୂଜା ପାଇବେ ସ୍ବର୍ଗପୁରର ଶିଳ୍ପୀଙ୍କ ମୃଣ୍ମୟ ପ୍ରତିମା।
ଏଥଇିପାଇଁ ଛୋଟବଡ଼ କାରଖାନା, ଗ୍ୟାରେଜ୍, ସିଲେଇ ଦୋକାନ ଓ ପୂଜା ମଣ୍ଡପ।
କଳ୍ପନା ଛକ, ରାଜମହଲ, ଖାରବେଳନଗର, ମାଷ୍ଟରକ୍ୟାଣ୍ଟିନ୍, ବରମୁଣ୍ଡା ପରି ବହୁ ଅଞ୍ଚଳର ଅଟୋ ମାଲିକ ସଂଘ, ସେସୁ କାର୍ଯ୍ୟାଳୟ, ଓମ୍ଫେଡ୍ କାର୍ଯ୍ୟାଳୟ ଓ ରେଳଡବା ମରାମତି କାରଖାନା ଆଦିରେ ବେଶ୍ ଜାକଜମକରେ ଏହି ପୂଜା ପାଳିତ ହେବ।
Advertisment Narendra Modi: ନରେନ୍ଦ୍ର ମୋଦୀ ଓ ନୂତନ ସମ୍ଭାବନାର ପିଢ଼ି ମଞ୍ଚେଶ୍ୱର, ରସୁଲଗଡ଼ ଓ ଚନ୍ଦକା ଶିଳ୍ପାଞ୍ଚଳ ଦିନ ଶିଳ୍ପାଞ୍ଚଳ ଚଳଚଞ୍ଚଳ ହୋଇଉଠିବ।
ସେହିପରି ପୂଜା ପାଇଁ କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିରର ପରିଚାଳନା କମିଟି ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।
ଭୋର ପ୍ରାୟ ସାଢ଼େ ୪ଟାରୁ ପୂଜା ଆରମ୍ଭ କରାଯିବ।
ଏହା ପର ହୋମଯଜ୍ଞ ସହିତ ଭଜନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।
ଏହି ଦିନ ଏଠାରେ ଏକ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ପୂଜା ହେଉଥିବାରୁ ବାହାରୁ ୧୫ଜଣ ବ୍ରାହ୍ଣଣ ଆସିବେ ବୋଲି ସୂଚନା ଦିଆଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
