Viral Obsession Turns Deadly: ଅଘଟଣ ପରେ ବି ଚେତୁନାହାନ୍ତି ପର୍ଯ୍ୟଟକ, ଲାଇକ୍ ଓ ଭିୟୁଜ୍ ପାଇଁ ବାଜିରେ ଲାଗୁଛି ଜୀବନ
ସେଲଫି ଓ ରିଲ୍ସ ମାୟାରେ ବାୟା ଯୁବପିଢ଼ି
ନରାଜ ଅଘଟଣ ପରେ ବି ଚେତୁନାହାନ୍ତି କେହି
ପର୍ଯ୍ୟଟନସ୍ଥଳୀରେ ନା ଅଛି ସୁରକ୍ଷା ନା ସାଇନ୍ ବୋର୍ଡ
ନରାଜ ଟ୍ରାଜେଡି ପରେ ସବୁ ପର୍ଯ୍ୟଟନସ୍ଥଳୀ ପାଇଁ ସତର୍କ ଘଣ୍ଟି
ଗୋଟିଏ ଫଟୋ, କିଛି ଲାଇକ୍ ପାଇଁ କାହିଁକି ବାଜିରେ ଲାଗୁଛି ଜୀବନ ?
ନରାଜ ଅଘଟଣ ପରେ ନଦୀପଠା ଆଜି ବି ମୁକୁଳା। ଦୁର୍ଘଟଣା ପରେ ବି କାହାର ଚେତା ପଶିଲାନି। କୋରାପୁଟରୁ ସୋନପୁର, ଦେବଗଡ଼ରୁ କେନ୍ଦୁଝର। ଆଜି ବି ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀରେ ସେଇ ପୁରୁଣା ଦୃଶ୍ୟ। ବିପଦପୂର୍ଣ୍ଣ ଜାଗାରେ ସେଲ୍ଫି ନେଉଛନ୍ତି, ରିଲ୍ସ କରୁଛନ୍ତି, କେବଳ ସୋସିଆଲ ମିଡିଆରେ କିଛି ଲାଇକ୍ ଓ ଭ୍ୟୁ ପାଇଁ।
କୋରାପୁଟର ଡୁଡୁମା, ରାଣୀଡୁଡୁମା, ଗୁପ୍ତେଶ୍ୱର, ଦେଉମାଳି, ଗୁଲୁମି... ପ୍ରାୟ ସବୁଠି ସମାନ ଚିତ୍ର। ଚିନ୍ତାର କଥା ହେଲା, ଅନେକ ପର୍ଯ୍ୟଟନସ୍ଥଳୀରେ ନାହିଁ ସତର୍କ ସୂଚନା ବୋର୍ଡ। ନାହିଁ ପର୍ଯ୍ୟାପ୍ତ ବ୍ୟାରିକେଡ୍ କି ସୁରକ୍ଷିତ ସେଲ୍ଫି ପଏଣ୍ଟ। ଫଳରେ ଅନେକ ପର୍ଯ୍ୟଟକ ଅଜାଣତରେ ବିପଦ ଭିତରକୁ ପଶିଯାଉଛନ୍ତି।...
ସୁବର୍ଣ୍ଣପୁର ଜିଲ୍ଲାର। ରମେଶ୍ୱର ସଙ୍ଗମ ଘାଟ, ମହାନଦୀ ସେତୁ ଓ ସୁବର୍ଣ୍ଣମେରୁ ଘାଟରେ ବି ଚାଲିଛି ସେଇ ଦୁଃସାହସ। ପ୍ରଖର ସ୍ରୋତକୁ ପଛରେ ରଖି ରିଲ୍ସ ଓ ସେଲ୍ଫିର ପ୍ରତିଯୋଗିତା। ଅଗ୍ନିଶମ ବିଭାଗ ବାରମ୍ବାର ସତର୍କ କରୁଛି। ତଥାପି କେହି କଥା ଶୁଣୁନାହାନ୍ତି। ବଣାଇର ଖଣ୍ଡାଧାର, ବାଦଲଗିରି ଆଉ ଦର୍ଜି, ଏପଟେ କେନ୍ଦୁଝରର ସାନଘାଗରା।
ସବୁଠି ବିପଦକୁ ଅଣଦେଖା କରି ଚାଲିଛି ସେଲ୍ଫିର ନିଶା। ଦେବଗଡ଼ରେ ତ ଚିତ୍ର ଆହୁରି ଭୟଙ୍କର। ଜଙ୍ଗଲୀ ହାତୀଙ୍କ ସହ ସେଲ୍ଫି ନେବାକୁ ବି ଦୁଃସାହସ କରୁଛନ୍ତି କିଛି ଯୁବକ। ଯେତେ ସଚେତନ କଲେ ବି କେବଳ ଗୋଟିଏ ଭଲ ଫଟୋ ପାଇଁ...ଭାଇରାଲ୍ ଭିଡିଓ ପାଇଁ... ନିଜ ଜୀବନକୁ ବିପଦରେ ପକାଉଛନ୍ତି। ...
ନରାଜ ଅଘଟଣ ଆମକୁ ବଡ଼ ଶିକ୍ଷା ଦେଉଛି। ଆଉ କେତେ ଦୁର୍ଘଟଣା ପରେ ଆମେ ଚେତିବା ? ସରକାରୀ ସ୍ତରରେ ସାଇନ୍ ବୋର୍ଡ, ବ୍ୟାରିକେଡ୍ କିମ୍ବା ନିର୍ଦ୍ଦିଷ୍ଟ ସେଲଫି ପଏଣ୍ଟ ନିର୍ମାଣରେ ଏତେ ବିଳମ୍ବ କାହିଁକି ? କେବେ ବୁଝିବେ ପର୍ଯ୍ୟଟକ ? କାରଣ ଗୋଟିଏ ଫଟୋ କି ସେଲ୍ଫି ପୁଣି ଉଠିଯାଇ ପାରିବ। ଗୋଟିଏ ରିଲ୍ସ ପୁଣି ତିଆରି ହୋଇପାରେ। କିନ୍ତୁ ଗୋଟିଏ ଜୀବନ ତରେ ଗଲେ ଆଉ ଫେରି ଆସେନାହିଁ।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।