Viral 'Honeymoon Suite' Railway Coach Video Leaves in Surprise: ରେଲୱେ କୋଚରେ ହନିମୁନ୍ ସୁଟ୍, ଭାଇରାଲ୍ ଭିଡିଓ ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

Jul 08, 2026 - 15:22
Viral 'Honeymoon Suite' Railway Coach Video Leaves in Surprise: ରେଲୱେ କୋଚରେ ହନିମୁନ୍ ସୁଟ୍, ଭାଇରାଲ୍ ଭିଡିଓ ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

ଭାରତୀୟ ରେଳବାଇର ଗୋଟିଏ ଫାଷ୍ଟକ୍ଲାସ ଏସି କ୍ୟାବିନ ହନିମୁନ୍ ସୁଟ୍ ଭଳି ସଜା ହୋଇଥିବାର ଭିଡିଓ ଭାଇରାଲ୍ ହୋଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି । ଗୋଟିଏ ପବ୍ଲିକ ଟ୍ରେନରେ ଏଭଳି ସାଜସଜାକୁ ନେଇ କେହି କେହି ପ୍ରଶଂସା କରୁଥିଲା ବେଳେ ଅନେକ ସମାଲୋଚନା କରୁଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଅଧିକ ଶେୟାର ହୋଇଥିବା ଏହି ଭିଡିଓଟିରେ ଦେଖାଯାଉଛି ଯେ ବେଲୁନ୍ ବନ୍ଧା ହୋଇଛି । ଗୋଲାପ ଫୁଲର ହଜାର ହଜାର ପାଖୁଡା ବିଛାଯାଇଛି । ଫୁଲ ଓ ମହମବତୀ ସଜାଯାଇଛି । ଏପରିକି କ୍ୟାବିନର ୱାଲରେ ‘ଆଇ ଲଭ୍ ୟୁ’ ଲେଖାଯାଇଛି । ଏହା ଏକ ରେଳବାଇ କମ୍ପାର୍ଟମେଣ୍ଟ ନୁହେଁ, ବରଂ ଏକ ଲଗସରୀ ହନିମୁନ୍ ସୁଟ୍ ଭଳି ଦେଖାଯାଉଛି । 

ଏହି ଭିଡିଓଟି ପୋଷ୍ଟ କରିଥିବା ବ୍ୟକ୍ତି ଭିଡିଓ ତଳେ ଲେଖିଛନ୍ତି, ଏହି ସାଜସଜା ଜଣେ ଯାତ୍ରୀଙ୍କ ଦ୍ୱାରା ହୋଇଛି । ବିବାହ ବାର୍ଷିକୀରେ ପାର୍ଟନରଙ୍କୁ ସରପ୍ରାଇଜ୍ ଦେବା ପାଇଁ ଏମତି କରାଯାଇଛି । 
ଏହି ଅସ୍ୱାଭାବିକ ସାଜସଜ୍ଜାକୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ହେଉଛି । ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଏହି ଭିଡିଓ । ଏହାର ରୋମାଣ୍ଟିକ ଦୃଶ୍ୟ ଓ ସୃଜନଶୀଳତାକୁ ଅଧିକାଂଶ ପସନ୍ଦ କରୁଛନ୍ତି । ତେବେ ଏକ ପବ୍ଲିକ ରେଲୱେ କୋଚକୁ ବ୍ୟକ୍ତିଗତ ବ୍ୟବହାରରେ ଲଗାଯିବାକୁ ଅନେକ ନାପସନ୍ଦ କରୁଛନ୍ତି । 

ଅନେକ ଏହାକୁ ସୋସିଆଲ ମିଡିଆରେ 'ସୁହାଗରାତ୍ ଏକ୍ସପ୍ରେସ' ବୋଲି ଲେଖିଛନ୍ତି । ଏହାର କାରଣ ଦର୍ଶାଇବାକୁ ଲେଖିଛନ୍ତି, ଏହା ଏକ ହନିମୁନ୍ ରୁମ୍ ଭଳି ଦେଖାଯାଉଛି । ଅନେକ ୟୁଜର୍ ପ୍ରଶ୍ନ ଉଠାଇଛନ୍ତି, ପ୍ରାଇଭେଟ୍ ଡେକୋରେଟରମାନେ ରେଳବାଇ ଅଞ୍ଚଳକୁ ପଶି ସଜେଇବାକୁ କେମିତି ଅନୁମତି ପାଇଲେ ? ସେମାନେ କଣ ରେଳବାଇ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇଛନ୍ତି ?

ପ୍ରିମିୟମ୍ ରେଲୱେ ସର୍ଭିସେସର ବ୍ୟାବସାୟୀକରଣ ନେଇ ମଧ୍ୟ ଅନେକ ବିତର୍କ ଆରମ୍ଭ କରିଦେଲେଣି । ଏ ସଂପର୍କରେ ସ୍ପଷ୍ଟତା ଆଣିବା ପାଇଁ କେହି କେହି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଟ୍ୟାଗ୍ କରି ଏଥିରେ ସ୍ପଷ୍ଟତା ଆଣିବାକୁ ଲେଖିଛନ୍ତି । ଏହି ଭିଡିଓ ଉପରେ ରେଳବାଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।