Welcome!

Unlock your personalized experience.
Sign Up

Viraja: ବିରଳ ବିରଜା: ଦ୍ବିଭୁଜା ମହିଷାମର୍ଦ୍ଦିନୀ

Oct 11, 2026 - 08:22
Viraja: ବିରଳ ବିରଜା: ଦ୍ବିଭୁଜା ମହିଷାମର୍ଦ୍ଦିନୀ

ଭାରତରେ ଦ୍ୱିଭୂଜା ଦୁର୍ଗା ଅନ୍ୟ କେଉଁଠି ଦେଖିବାକୁ ମିଳନ୍ତି ନାହିଁ। କେବଳ ଯାଜପୁରରେ ଦେବୀ ଦ୍ୱିଭୁଜା ରୂପେ ପୂଜା ପାଉଛନ୍ତି। ବ୍ୟାସଦେବଙ୍କ ରଚିତ ମହାଭାରତରେ ଉତ୍କଳର ଅନ୍ୟକୌଣସି ତୀର୍ଥକ୍ଷେତ୍ରର ବର୍ଣ୍ଣନା ନଥିବା ସ୍ଥଳେ ବିରଜାଙ୍କ ବର୍ଣ୍ଣନା ରହିଛି। ଏଣୁ ବିରଜା ନିଶ୍ଚିତ ଭାବେ ମହାଭାରତ ରଚନାର ବହୁ ପୂର୍ବରୁ ପୂଜିତ ବୋଲି ଅନୁମାନ କରାଯାଏ। ଐତିହାସିକ ଆର.ଏଲ୍‌. ମିତ୍ର ଦ୍ୱିଭୂଜା ଦୁର୍ଗାଙ୍କୁ ସର୍ବପ୍ରାଚୀନ ବୋଲି ମତବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ କାଳରେ ଦେବୀଙ୍କୁ, ଅଷ୍ଟଭୂଜା, ଦଶଭୂଜା, ଦ୍ୱାଦଶଭୁଜା, ଅଷ୍ଟାଦଶଭୁଜା ଭାବେ ଗ୍ରହଣ କରାଯାଇଥିଲା। ଯାଜପୁର ନିକଟବର୍ତ୍ତୀ ଭଦ୍ରକର ଚତୁର୍ଭୁଜା କାଳୀପୀଠରୁ ମିଳିଥିବା ତାମ୍ରଫଳକ ଅନୁସାରେ, ସୁର ଶର୍ମା ନାମକ ରାଜା ତାଙ୍କର ଅଷ୍ଟମ ବର୍ଷ ଶାସନ କାଳରେ ଏହାକୁ ପ୍ରତିଷ୍ଠା କରିଥିଲେ। ଏହି ଫଳକରେ ଥିବା ଲିପିର ଶୈଳୀକୁ ବିଚାର କରି ଏହାକୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ବୋଲି ଲିପି ଗବେଷକମାନେ ମତବ୍ୟକ୍ତ କରିଛନ୍ତି। ଯଦି ଚତୁର୍ଭୁଜା କାଳୀଙ୍କ କାଳ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ସମସାମୟିକ ବୋଲି ଧରାଯାଏ, ତେବେ ଦ୍ୱିଭୁଜା ଦେବୀଙ୍କର ମୂର୍ତ୍ତି ଯେ ଆହୁରି ପ୍ରାଚୀନ, ଏଥିରେ ସନ୍ଦେହ ନାହିଁ।

Vedanta: ଶହେ ମହିଳାଙ୍କୁ ମାଣ୍ଡିଆ ଉଦ୍ୟୋଗୀ ତାଲିମ ଦେଲା ବେଦାନ୍ତ ଆଲୁମିନିୟମ

କିଂବଦନ୍ତି କହେ, ଶିବଙ୍କ ଠାରୁ ବ୍ରହ୍ମା ଅପୂଜା ରହିବେ ବୋଲି ଅଭିଶାପ ପାଇଲେ। ଏ ଅଭିଶାପରୁ ମୁକ୍ତି ପାଇଁ ଶିବଙ୍କ ନିର୍ଦ୍ଦେଶକ୍ରମେ ସେ ବୈତରଣୀ କୂଳରେ ଯଜ୍ଞ କରି ବିଷ୍ଣୁଙ୍କୁ ଆରାଧନା କଲେ। ବୈତରଣୀ କୂଳରେ ଯଜ୍ଞ ସମ୍ପାଦନ ପାଇଁ ପୁରୋହିତ ଆବଶ୍ୟକ ପଡ଼ିବାରୁ ବ୍ରହ୍ମା ଅନେକ ଋଷିଙ୍କୁ ଜାତ କଲେ। ଅଗ୍ନି ଲାଗି ଶିବଙ୍କୁ ଆହ୍ୱାନ କରିବାରୁ ସେ ସ୍ୱକୀୟ ତେଜରେ ଯଜ୍ଞ ମଣ୍ଡପକୁ ଉଦ୍ଭାସିତ କଲେ। ବ୍ରହ୍ମା ସେ ତେଜକୁ ସହିବାକୁ ଅସମର୍ଥ ହେବାରୁ ତେଜ ଆସ୍ତେ ଆସ୍ତେ କମି ଯାଇ ଏକ ସୁନ୍ଦର ଲିଙ୍ଗରେ ପରିଣତ ହେଲା। ବ୍ରହ୍ମା ସେହି ଲିଙ୍ଗକୁ ଈଶାନେଶ୍ୱର ନାମରେ ନାମିତ କରି ସ୍ଥାପନ କଲେ। ଶକ୍ତି ସ୍ୱରୁପିଣୀ ଦେବୀଙ୍କ ବ୍ୟତୀତ ଶିବ ଶକ୍ତିହୀନ ବୋଲି ବିବେଚନା କରି ବ୍ରହ୍ମା ଦେବୀଙ୍କୁ ଆରାଧନା କଲେ। ଦେବୀ ଦ୍ବିଭୁଜା ମହିଷାମର୍ଦ୍ଦିନୀ ରୂପରେ ଆତ୍ମପ୍ରକାଶ କଲେ। ଯଥାବିଧି ପୂଜାର୍ଚ୍ଚନା ପରେ ଦେବୀ ତାଙ୍କୁ ବିରଜା ନାମରେ ନାମିତ କରିବାକୁ ବ୍ରହ୍ମାଙ୍କୁ କହିଥିଲେ।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ପୀଠ ନିର୍ଣ୍ଣୟ ଗ୍ରନ୍ଥ କହେ, ବିରଜା କ୍ଷେତ୍ରରେ ସତୀଙ୍କର ନାଭି ପତିତ ହୋଇଥିଲା। ସେଥିପାଇଁ ଏହା ନାଭିଗୟା। ଅନ୍ୟ ପୌରାଣିକ ମତରେ ଗୟାସୁରର ନାଭି ଏହିଠାରେ ପଡ଼ିଥିବାର କଥିତ ଅଛି। ତେଣୁ ନାଭିଗୟା ରୂପରେ ଏହା ବିଷ୍ଣୁ କ୍ଷେତ୍ର। ଉଭୟ ଶାକ୍ତ ଓ ବୈଷ୍ଣବମାନଙ୍କ ସ୍ୱୀକୃତ ପିଣ୍ଡଦାନ ସ୍ଥାନ। ତେଣୁ ପୂର୍ବପୁରୁଷଙ୍କର ଉଦ୍ଧାର କଳ୍ପେ ଏହି ନାଭିଗୟାରେ ପିଣ୍ଡଦାନ କରି ବୈତରଣୀର ଦଶାଶ୍ୱମେଧ ଘାଟରେ ସ୍ନାନ କଲେ ଓ ଦାନ କଲେ ଯେଉଁ ପୁଣ୍ୟ ହୁଏ, ତା’ର ପଟାନ୍ତର ଓ ବିକଳ୍ପ ଅନ୍ୟ କୌଣସି ତୀର୍ଥରେ ମିଳେ ନାହିଁ।
-ନାରାୟଣ କୁମାର ରାଉତରାୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)