villagers protest ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁଲୋକ

Jul 29, 2026 - 17:05
villagers protest ପାନ ଦୋକାନରେ ବିକ୍ରି ହେଉଥିଲା ନିଶା, ନିଆଁ ଲଗାଇଦେଲେ ଗାଁଲୋକ

"ବାଲିପାଟଣା : ଆଜି (ବୁଧବାର)ପୁଣି ଏକ ଘଟଣାରେ ରାଜଧାନୀ ଉପକଣ୍ଠ ବାଲିପାଟଣା ଚର୍ଚ୍ଚାକୁ ଆସିଛି।

ବାଲିପାଟଣା ଅଞ୍ଚଳର ଅନେକ ସ୍ଥାନରେ ପାନ ଆଦି ଦୋକାନରେ ବେଆଇନ ଭାବେ ବ୍ୟାପକ ନିଶା କାରବାର ହେଉଥିଲା।

ଏନେଇ ସ୍ଥାନୀୟ ଲୋକ ଅନେକ ଥର ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା।

ଶେଷରେ ସ୍ଥାନୀୟ ଲୋକଙ୍କ ଧୈର୍ଯ୍ୟ ବନ୍ଧ ଭାଙ୍ଗିଲା, ଏଭଳି ନିଶା ବିକ୍ରି କରୁଥିବା ଏକ ପାନ ଦୋକାନକୁ ନିଆଁ ଲଗାଇଦେଲେ।

Advertisment ବାଲିଅନ୍ତାରେ ଚୋରାମଦ ବନ୍ୟା: ନାଁ"କୁ ଗିରଫଦାରୀ, ଥମୁନି କାରବାର ସୂଚନା ଅନୁସାରେ, ବାଲିପାଟଣା ଥାନା ଅଠାନ୍ତରର ଗୋପୀନାଥ ଭୋଇ ଅନେକ ବର୍ଷ ଧରି ନିଜ ଘରେ ଦେଶୀ ଓ ବିଦେଶୀ ମଦ  ବିକ୍ରି କରି ଆସୁଥିଲେ।

ସ୍ଥାନୀୟ ଅଞ୍ଚଳର ମୁଲିଆ ଓ ଶ୍ରମିକ ଶ୍ରେଣୀ ଲୋକେ ଗୋପୀନାଥଙ୍କ ଗ୍ରାହକ ଥିଲେ।

ନିଶାଗ୍ରସ୍ତ ଅବସ୍ଥାରେ ସେମାନଙ୍କ ଘରେ, ଗାଁ ଗଣ୍ଡା ଓ ରାସ୍ତା ଘାଟ ରେ ଅଶାନ୍ତି ସୃଷ୍ଟି କରୁଥିଲେ।

ସେମାନଙ୍କ ମଧ୍ୟରୁ ଅନେକ ମଦ ପିଇ ରୋଗାକ୍ରାନ୍ତ ମୃତ୍ୟୁମୁଖରେ ପଡ଼ିଛନ୍ତି।

ଫ୍ରିଜ ସମେତ ବିପୁଳ ପରିମାଣର ଚୋରାମଦ ଜବତ, ବେପାରୀ ଗିରଫ ଏନେଇ ସ୍ଥାନୀୟ ମହିଳା ମଣ୍ଡଳ ସଦସ୍ୟମାନେ ପୂର୍ବରୁ ଅନେକଥର ଥାନାରେ ଅଭିଯୋଗ କରିଥିଲେ।

ଗୋପୀନାଥର ଘରୁ ମଦ ଜବତ କରି ପୁଲିସ କୁ ହସ୍ତାନ୍ତର କରିଥିଲେ।

ତେବେ ଗୋପୀନାଥ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା।

ଓଲଟି ଲୋକଙ୍କୁ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିଲା।

କିଛି ଦିନ ପୂବରୁ ଅଠାନ୍ତରରୁ ନୂଆଗାଁ ଭୟା ବନମାଳୀପୁର ରାସ୍ତାରେ ଗୋପୀନାଥ କ୍ୟାବିନ ପକାଇ ଏକ ପାନ ଦୋକାନ ଖୋଲିଥିଲା।

ଚୋରାମଦ ବେପାରକୁ ବିରୋଧ କରିବାରୁ ଛୁରିମାଡ଼, ଅଭିଯୁକ୍ତ ଗିରଫ ପାନ ଦୋକାନ ଆଳରେ ସେଠାରେ ମଦ ଓ ଅନ୍ୟ ନିଶାସାମଗ୍ରୀ ବିକ୍ରି କରୁଥିଲା।

ଅଭିଯୋଗ ପାଇ ଅବକାରୀ ବିଭାଗ ଆଜି ସକାଳୁ ସେହି ଦୋକାନରୁ ମଦ ଜବତ କରିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।

ମଦ ଜବତ ପରେ ଲୋକମାନେ ଦୋକାନ ବାଡେଇ ଭାଙ୍ଗିବା ସହ ସେଥିରେ ନିଆଁ ଲଗାଇଦେଇଛନ୍ତି।

ଚୋରା ମଦ ବେପାରୀ ଗୋପୀନାଥ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଘଟଣ‌ାରେ ଏଯାଏଁ କାହାରିକୁ ଗିରଫ କରାଯାଇନଥିବା ଥାନା ସୂତ୍ରରୁ ଜଣାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।