Vikram Sarabhai Medal: ବିକ୍ରମ ସାରାଭାଇ ମେଡାଲ୍‌ ପାଇବାରେ ପ୍ରଥମ ଭାରତୀୟ ମହିଳା

Aug 24, 2026 - 06:26
Vikram Sarabhai Medal: ବିକ୍ରମ ସାରାଭାଇ ମେଡାଲ୍‌ ପାଇବାରେ ପ୍ରଥମ ଭାରତୀୟ ମହିଳା

"ଭାରତୀୟ ମହାକାଶ ପଦାର୍ଥବିଜ୍ଞାନୀ ପ୍ରଫେସର ଅନ୍ନପୂର୍ଣ୍ଣୀ ସୁବ୍ରମଣ୍ୟମଙ୍କୁ ସମ୍ମାନଜନକ କୋସ୍ପାର୍‌ ବିକ୍ରମ ସାରାଭାଇ ମେଡାଲ୍‌ରେ ସମ୍ମାନିତ କରାଯାଇଛି।

ସେ ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ମହିଳା ପାଲଟିଛନ୍ତି।

ତାଙ୍କ ପୂର୍ବରୁ ମାତ୍ର ତିନିଜଣ ଭାରତୀୟଙ୍କୁ ଏହି ମେଡାଲ୍‌ ମିଳିଛି।

ଅନ୍ନପୂର୍ଣ୍ଣୀ ଏବେ ବେଙ୍ଗାଲୁରୁସ୍ଥିତ "ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ" (ଆଇଆଇଏ)ର ନିର୍ଦ୍ଦେଶିକା ଭାବେ କାର୍ଯ୍ୟରତ।

ତିନି ଦଶନ୍ଧିରୁ ଅଧିକ କାଳ ସେ ନକ୍ଷତ୍ର, ନକ୍ଷତ୍ରପୁଞ୍ଜ, ଆକାଶଗଙ୍ଗା ଓ ମହାକାଶଭିତ୍ତିକ ଅତିବାଇଗଣୀ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଆସୁଛନ୍ତି।Advertisment Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି ସେ ୧୭୫ଟି ଗବେଷଣା ନିବନ୍ଧ ପ୍ରକାଶ କରିବା ସହିତ ତାଙ୍କ ତତ୍ତ୍ବାବଧାନରେ ୧୫ ଜଣ ଛାତ୍ରଛାତ୍ରୀ ପିଏଚ୍‌.ଡି କରିସାରିଛନ୍ତି।

୨୦୧୯ରେ ସେ "ଆଇଆଇଏ"ର ପ୍ରଥମ ମହିଳା ନିର୍ଦ୍ଦେଶକ ହୋଇଥିଲେ।

ଭାରତର ପ୍ରଥମ ବହୁତରଙ୍ଗୀ ମହାକାଶ ଦୂରବୀକ୍ଷଣ କେନ୍ଦ୍ର ଆଷ୍ଟ୍ରୋସାଟ୍‌ର ଅଲ୍‌ଟ୍ରାଭାୟୋଲେଟ୍ ଇମେଜିଙ୍ଗ୍ ଟେଲିସ୍କୋପ୍‌ର କାଲିବ୍ରେସନ୍ କାର୍ଯ୍ୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ସେହିପରି ସେ ପ୍ରସ୍ତାବିତ ପରବର୍ତ୍ତୀ ପିଢ଼ିର ମହାକାଶ ଦୂରବୀକ୍ଷଣ ଯନ୍ତ୍ର ପ୍ରକଳ୍ପ ସହ ମଧ୍ୟ ଜଡ଼ିତ।

Neglect: କଳମା-ବେତନଟୀ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ବିପଦ ମହାକାଶ ଗବେଷଣାରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୧୯୯୦ରେ କୋସ୍ପାର୍‌ ବିକ୍ରମ ସାରାଭାଇ ମେଡାଲ୍‌ ପ୍ରଦାନ ଆରମ୍ଭ ହୋଇଥିଲା।

କମିଟି ଅନ୍‌ ସ୍ପେସ୍‌ ରିସର୍ଚ (କୋସ୍ପାର୍‌) ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା "ଇସ୍ରୋ" ମିଳିତ ଭାବେ ପ୍ରତି ଦୁଇ ବର୍ଷରେ ଥରେ ଏହି ସମ୍ମାନ ପ୍ରଦାନ କରିଥାନ୍ତି।

ଇଟାଲିର ଫ୍ଲୋରେନ୍‌ସରେ ଆୟୋଜିତ ୪୬ତମ କୋସ୍ପାର୍‌ ବୈଜ୍ଞାନିକ ସମ୍ମିଳନୀରେ ଅନ୍ନପୂର୍ଣ୍ଣୀ ସୁବ୍ରମଣ୍ୟମଙ୍କୁ ଏହି ମେଡାଲ୍‌ ପ୍ରଦାନ କରାଯାଇଛି।

ଅନ୍ନପୂର୍ଣ୍ଣୀଙ୍କ ଏହି ସଫଳତା ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରୀମାନଙ୍କ ପାଇଁ ପ୍ରେରଣା ରୂପେ କାର୍ଯ୍ୟ କରିବ ବୋଲି ଆଶା।

Kareena Kapoor: ୪୫ ବର୍ଷରେ ମା"ହେବେ କରିନା!

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)