Vigilance Trap ପୂର୍ବରୁ ଧରାପଡ଼ିଥିଲେ, ଏବେ ୨୦ହଜାର ହାତଗୁଞ୍ଜା ନେଇ ପୁଣି ଗିରଫ ହେଲେ ବ୍ରହ୍ମଗିରି ତହସିଲର ନଥି ସଂରକ୍ଷକ

Jul 30, 2026 - 19:32
Vigilance Trap ପୂର୍ବରୁ ଧରାପଡ଼ିଥିଲେ, ଏବେ ୨୦ହଜାର ହାତଗୁଞ୍ଜା ନେଇ ପୁଣି ଗିରଫ ହେଲେ ବ୍ରହ୍ମଗିରି ତହସିଲର ନଥି ସଂରକ୍ଷକ

"ଭୁବନେଶ୍ବର: ଏକ ଜମିଜମା ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ହଜାର ଟଙ୍କା ହାତଗୁଞ୍ଜା ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲରର କନିଷ୍ଠ କିରାଣୀ ତଥା ନଥି ସଂରକ୍ଷକ (ରେକର୍ଡ କିପର) ନରେନ୍ଦ୍ର କୁମାର ସାହୁ ଓ ଗାଡ଼ି ଚାଳକ ଜିତେନ୍ଦ୍ର କୁମାର ସାହୁ ରଙ୍ଗେହାତ ଧରାପଡ଼ିଛନ୍ତି।

Advertisment ଭୁବନେଶ୍ବର: ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ଧଳ ସୂଚନାନୁସାରେ, ଏକ ଜମିର ସୀମା ଚିହ୍ନଟ (ଡିମାରକେସନ୍‌) ନିମନ୍ତେ ଅଭି‌ଯୋଗକାରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ।

ତେବେ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ଅଭିଯୋଗକାରୀଙ୍କ ଆବେଦନକୁ ଗ୍ରହଣ କରାଯାଇନଥିଲେ।

ଏନେଇ ଅଭିଯୋଗକାରୀ ଉକ୍ତ ନଥି ସଂରକ୍ଷକ ନରେନ୍ଦ୍ରଙ୍କୁ ଭେଟିଥିଲେ।

ତେବେ ନରେନ୍ଦ୍ର ଏଥିପାଇଁ ଲାଞ୍ଚ ମାଗିଥିଲେ।

ଅଭିଯୋଗକାରୀ ୮ ହଜାର ଟଙ୍କା ଦେଇଥିଲେ।

ଏହା ସତ୍ତ୍ବେ ମଧ୍ୟ ଫାଇଲ୍‌ ଆଗକୁ ବଢ଼ିନଥିଲା।

ଏଥିପାଇଁ ନରେନ୍ଦ୍ର ପୁଣି ୨୦ହଜାର ଟଙ୍କା ମାଗିଥିଲେ।

ଶେଷ‌ରେ ଅଭିଯୋଗକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଆଜି ଉକ୍ତ ୨୦ହଜାର ଟଙ୍କା ଅଭିଯୋଗକାରୀଙ୍କୁ ନିକଟରୁ ନେଉଥିବା ବେଳେ ଯୋଜନା ବଦ୍ଧ ଭାବେ ଛକି ବସିଥିବା ଭିଜିଲାନ୍‌ସ ଟିମ୍‌ ଉଭୟଙ୍କୁ ରଙ୍ଗେହାତ ଧରିଥିଲେ।

ଜମି କିସମ ପରିବର୍ତ୍ତନ ପଟ୍ଟା ପାଇଁ ଲାଞ୍ଚ ମାମଲା: ହରଭଙ୍ଗା ତହସିଲ କିରାଣୀଙ୍କୁ ୨ବର୍ଷ ଜେଲ,୧୦ ହଜାର ଜରିମାନା ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ  ଅନୁରୂପ ଭାବେ ଏକ ଡିମାରକେସନ୍‌ ମାମଲାରେ ୧୮ହଜାର ଟଙ୍କା ଲାଞ୍ଚ ନେଇ ନଥି ସଂରକ୍ଷକ ନରେନ୍ଦ୍ର ସାହୁ ଭିଜିଲାନ୍‌ସ ହାତରେ ଧରାପଡ଼ିଥିଲେ।

ଏହା ପରେ ଭିଜିଲାନ୍‌ସ ଟିମ୍‌ ନରେନ୍ଦ୍ରଙ୍କ ଘର, ସରକାରୀ କାର୍ଯ୍ୟାଳୟ ଆଦିରେ ଏକକାଳୀନ ଚଢ଼ାଉ କରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳର ଅନୁସନ୍ଧାନ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।