Mahua Liquor Raid ମଦ ବେପାରୀଙ୍କ ଘରୁ ପିସ୍ତଲ, ଦେଶୀ ବନ୍ଧୁକ: ଫେରାର୍‌ ଅଭିଯୁକ୍ତ ଗିରଫ

Jul 30, 2026 - 19:32
Mahua Liquor Raid ମଦ ବେପାରୀଙ୍କ ଘରୁ ପିସ୍ତଲ, ଦେଶୀ ବନ୍ଧୁକ: ଫେରାର୍‌ ଅଭିଯୁକ୍ତ ଗିରଫ

"ସୁନ୍ଦରଗଡ଼:  ଦେଶୀ ମହୁଲ ମଦ କାରବାର ଅଭିଯୋଗକୁ ନେଇ ବୁଧବାର ତଲସରା ଥାନା ରୁନିପାନି ଗାଁ ଫଲିନ୍ଦ୍ର ସିଂହ (୩୭)ଙ୍କ ଘରେ ଅବକାରୀ ଓ ପୁଲିସ ମିଳିତ ଚଢ଼ାଉ କରିଥିଲା।

ଘର ତଲାସୀ ବେଳେ ପ୍ରାୟ ୨ କ୍ବିଣ୍ଟାଲ ମହୁଲ ପୋଚ ସହ ଘର ଭିତରୁ ୨ଟି ଦେଶୀ ପିସ୍ତଲ, ୨ଟି ମାଗାଜିନ୍ ଓ ୩ଟି ଜୀବନ୍ତ ଗୁଳି ଜବତ ହୋଇଥିଲା।

ତେବେ ଫଲିନ୍ଦ୍ର ପୁଲିସକୁ ଚକମା ଦେଇ ନିକଟସ୍ଥ ଜଙ୍ଗଲକୁ ଫେରାର ହୋଇଯାଇଥିଲା।

Advertisment country made gun ବିଦ୍ୟୁତ୍‌ ଦେୟ ପୈଠ କରୁନଥିଲେ, ବନ୍ଧୁକ ଧରି ଧମକାଉଥିଲେ, ଚଢ଼ାଉ କରି ପୁଲିସ ଛାନିଆ ତଲସରା ଥାନା ଅଧିକାରୀ ଯଶୋବନ୍ତୀ ବାଗ କହିଛନ୍ତି, ଏନେଇ ଧାରା ୨୫(୧-ବି)(ଏ) ଅସ୍ତ୍ରଶସ୍ତ୍ର ଆଇନରେ ଏକ ମାମଲା ରୁଜୁ କରାଯାଇଥିଲା।

ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଲସରା ଥାନାର ଏକ ସ୍ୱତନ୍ତ୍ର ଟିମ୍ ତନାଘନା ଚଲାଇ ଗୁରୁବାର ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି।

ସନ୍ଧ୍ୟାରେ ଫଲିନ୍ଦ୍ର କୋର୍ଟ ଚାଲାଣ କରାଯାଇଛି।

ଏହା ସହ ତାର ପୂର୍ବତନ ଅପରାଧ କାର୍ଯ୍ୟକଳାପ ଓ ବେଆଇନ ଅସ୍ତ୍ରଶସ୍ତ୍ର ସଂଗ୍ରହର ଉତ୍ସ ସମ୍ପର୍କରେ ତଦନ୍ତ ଚାଲିଛି।

ଏସଆଇ ବିଜୟ କୁମାର ଦେହୁରୀ ଏହି ମାମଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।