Vigilance Trap: ଭିଜିଲାନ୍ସ ଜାଲରେ OAV ଭାରପ୍ରାପ୍ତ ପ୍ରିନ୍ସପାଲ୍, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ହେଲେ

Jul 22, 2026 - 17:58
Vigilance Trap: ଭିଜିଲାନ୍ସ ଜାଲରେ OAV ଭାରପ୍ରାପ୍ତ ପ୍ରିନ୍ସପାଲ୍, ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ହେଲେ

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସ୍କୁଲରେ ମେସ୍ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ୩ ମାସର ଦରମା ବିଲ୍ ପାସ୍ କରିଦେବା ପାଇଁ ଲାଞ୍ଚ ନେଉଥିଲେ ।

ଏହି ସମୟରେ ଜୟପୁର ଭିଜିଲାନ୍ସ ଏସ୍ ପିଙ୍କ ନେତୃତ୍ୱରେ ଧରିଲା ୪ ଜଣିଆ ଟିମ୍  । ତାଙ୍କ ଭବାନୀପାଟଣା ସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।..... 

ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍

ଥୁଆମୂଳ ରାମପୁର OAV ଭାରପ୍ରାପ୍ତ ପ୍ରିନ୍ସପାଲ୍ ସୀତାକାନ୍ତ ରଣା 
SHG ମହିଳାମାନଙ୍କ ବିଲ୍  କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ
ଜୟପୁର ଭିଜିଲାନ୍ସ ଏସ୍ ପିଙ୍କ ନେତୃତ୍ୱରେ ଧରିଲା ୪ ଜଣିଆ ଟିମ୍  
ଭବାନୀପାଟଣା ବାସଭବନରେ ଭିଜିଲାନ୍ସ ଟିମ୍ ର ଖାନ୍ ତଲାସ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।