Vigilance trap ଆଶାକର୍ମୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଜଙ୍ଗ ବିପିଏମ୍‌

Aug 20, 2026 - 16:53
Vigilance trap ଆଶାକର୍ମୀଙ୍କଠୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କୁଜଙ୍ଗ ବିପିଏମ୍‌

"ଭୁବନେଶ୍ବର: ଜଣେ ଆଶାକର୍ମୀଙ୍କ ଅବସର ବାସ୍ତବ ସମୟ ପୂର୍ବରୁ କରାଇଦେବାର ଧମକ ଦେଇ  ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ୍‌ ପ୍ରୋଗ୍ରାମ୍‌ ମ୍ୟାନେଜର (ବିପିଏମ୍‌) ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଆଜି (ଗୁରୁବାର) ଏହି ଟଙ୍କା ନେବା ବ‌େଳେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଟିମ୍‌ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି।

Advertisment Mission Shakti Scam ହାଟଡିହି ବ୍ଲକ୍‌ରେ ମିସନଶକ୍ତି ଦୁର୍ନୀତି, ଭିଜିଲାନ୍‌ସର ଖୋଳତାଡ଼ ସୂଚନାନୁସାରେ, ଆଶାକର୍ମୀଜଣକ ଚାକିରିରେ ଯୋଗ ଦେବା ସମୟରେ ନିଜର ସ୍କୁଲ ଛାଡ଼ିବା ପ୍ରମାଣପତ୍ର (ସ୍କୁଲ୍‌ ଲିଭିଂ ସାର୍ଟିଫିକେଟ୍‌) ଦାଖଲ କରିଥିଲେ।

ଏଥିରେ ୧୭ ମଇ ୧୯୬୬ ବୋଲି ଲେଖାଯାଇଥିଲା।

ତେବେ ଆଧାରକାର୍ଡରେ ତ୍ରୁଟିପୂର୍ଣ୍ଣ ଭାବେ ଜନ୍ମ ତାରିଖ ୨ ବର୍ଷ ପୂର୍ବରୁ ଲେଖାଯାଇଥିଲା।

ଏହି ତ୍ରୁଟିକୁ ଦେଖାଇ ଅଭିଯୁକ୍ତ ବିପିଏମ୍‌ ଉକ୍ତ ଆଶାକର୍ମୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ।

ଟଙ୍କା ନଦେଲେ ସେ ଆଧାରକାର୍ଡର ଜନ୍ମତାରିଖକୁ ଦର୍ଶାଇ ଅବସର ତାରିଖ ୨ ବର୍ଷ ପୂର୍ବରୁ କରାଇଦେବେ ବୋଲି ଧମକ ଦେଇଥିଲେ।

Odisha Vigilance trap ହାତଗୁଞ୍ଜା ନେଉଥିଲେ କୋଷାଗୁଡ଼ା ରାଜସ୍ବ ନିରୀକ୍ଷକ, ଭିଜିଲାନ୍‌ସ ହାବୁଡ଼ିଗଲେ ଏନେଇ ଆଶକର୍ମୀଜଣକ ଭିଜିଲାନ୍‌ସ ବିଭାଗର ଦ୍ବାରସ୍ଥ ହୋଇଥିଲେ।

ଅଭିଯୋଗ ଭିତ୍ତିରେ ୧୯ ଅଗଷ୍ଟରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ ନଂ ୩୧ରେ ଏକ ମାମଲା ରୁଜୁ କରିଥିଲେ।

ଆଜି ଉକ୍ତ ଆଶାକର୍ମୀଙ୍କ ଠାରୁ ଲାଞ୍ଚ ନେବା ବେଳେ ଯୋଜନାବଦ୍ଧ ଭାବେ ଛକି ବସିଥିବା ଭିଜିଲାନ୍‌ସ ଟିମ୍‌ ବିପିଏମ୍‌ଙ୍କୁ ରଙ୍ଗେହାତ ଧରିଥିଲା।

ଏହି ମାମଲାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଦିଗକୁ ବିଚାର କରାଯାଇ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media