Vigilance Raid: ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ
ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ। ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ। ଜୟପୁର ସମେତ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ଟିମର ଛାନଭିନ୍। ତଲାସି ବେଳେ ମୋଟ ୪ ଲକ୍ଷ ୯୦ ହଜାର ନଗଦ ଟଙ୍ଗା ଜବତ କରାଯାଇଛି।
ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ଜଣେ ବାଲି ବ୍ୟବସାୟୀଙ୍କଠାରୁ ଲିଜ୍ ଅବଧି ବଢ଼ାଇବା ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନରେ ଚଢାଉ କରାଯାଇଛି।
ଜୟପୁର ସମେତ କଟକର ୨ଟି ସ୍ଥାନରେ ଭିଜାଲାନ୍ସ ଛାନଭିନ୍ କରିଛି। ଏଯାଏଁ ମୋଟ ୪ ଲକ୍ଷ ୯୦ ହଜାର ନଗଦ ଟଙ୍ଗା ଜବତ କରଯାଇଥିବା ବେଳେ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।