Venezuela earthquake: ଭେନେଜୁଏଲା ଭୂକମ୍ପ ପୀଡ଼ିତ କୁନି ପ୍ରଶଂସକଙ୍କୁ ରୋନାଲ୍ଡୋଙ୍କ ନିମନ୍ତ୍ରଣ
"ଟରଣ୍ଟୋ: ପର୍ତ୍ତୁଗାଲର ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜ ମହାନତାର ପରିଚୟ ଦେଇଛନ୍ତି।
ଭେନେଜୁଏଲାର ଭୟାବହ ଭୂମିକମ୍ପରେ ପରିବାର ସହ ନିଜର ଗୋଟିଏ ଗୋଡ଼ ହରାଇଥିବା କୁନି ପ୍ରଶଂସକ ଆଣ୍ଡ୍ରେସ୍ ମିଏଲେସ୍ଙ୍କୁ ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତା ପଠାଇଛନ୍ତି।
ଏଥିରେ ଆଣ୍ଡ୍ରେସ୍ଙ୍କୁ ନିଜର ଏକ ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି ରୋନାଲ୍ଡୋ।
ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ ଆଣ୍ଡ୍ରେସ୍, କେମିତି ଅଛ?
ତୁମେ ସୁସ୍ଥ ହୋଇଗଲେ ମୋ ମ୍ୟାଚ୍ ଦେଖିବାକୁ ଆସ।
ତୁମକୁ ସାକ୍ଷାତ କରିବାକୁ ମୁଁ ଅପେକ୍ଷା କରିଛି।
ଆଗାମୀ କିଛି ଦିନ ଭିତରେ ରୋନାଲ୍ଡୋ ମଧ୍ୟ ଆଣ୍ଡ୍ରେସ୍ଙ୍କୁ ତାଙ୍କ ସ୍ବାକ୍ଷର ସମ୍ବଳିତ ଏକ ଜର୍ସି ପଠାଇବାକୁ ଯୋଜନା ରଖିଥିବା ସୂଚନା ଦେଇଛନ୍ତି।Advertisment Weekly Horoscope 2026 July 5 to 11: ଜାଣନ୍ତୁ ଏ ସପ୍ତାହର ରାଶିଫଳ ସୂଚନାଯୋଗ୍ୟ ଯେ ଗତ ମାସରେ ଭେନେଜୁଏଲାରେ ହୋଇଥିବା ଭୟାବହ ଭୂମିକମ୍ପରେ ଆଣ୍ଡ୍ରେସ୍ ଧ୍ୱଂସସ୍ତୂପ ତଳେ ପୋତି ହୋଇଯାଇଥିଲେ।
କିଛି ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ମଧ୍ୟ ସେ ନିଜ ପରିବାରର ସମସ୍ତ ସଦସ୍ୟଙ୍କୁ ହରାଇଥିଲେ।
ଗୁରୁତରଭାବେ ଆହତ ଥିବାରୁ ତାଙ୍କର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା।
ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ସେ ରୋନାଲ୍ଡୋଙ୍କ ଚିତ୍ର ଥିବା ବିଶ୍ବକପ୍ ଷ୍ଟିକର ପାଇବାର ଇଚ୍ଛା ପ୍ରକାଶ କରିଥିଲେ।
ସମାଜିକ ଗଣମାଧ୍ୟମରେ ଆଣ୍ଡ୍ରେସ୍ଙ୍କ ପରିବାରର ଲୋମଟାଙ୍କୁରା କାହାଣୀ ଏବଂ ରୋନାଲ୍ଡୋଙ୍କ ପ୍ରତିଥିବା ତାଙ୍କ ଭଲପାଇବା ଭାଇରାଲ୍ ହେବା ପରେ ରୋନାଲ୍ଡୋ ନିଜେ ତାଙ୍କ ସହ ଯୋଗାଯୋଗ କରିଥିଲେ।
ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍ଯାପିତ"