Vehicle: ଜୁନ୍‌ରେ ବିକ୍ରିହେଲା ୮୧,୫୩୧ଟି ଗାଡ଼ି

Jul 07, 2026 - 17:36
Vehicle: ଜୁନ୍‌ରେ ବିକ୍ରିହେଲା ୮୧,୫୩୧ଟି ଗାଡ଼ି

"ଭୁବନେଶ୍ବର: ଚଳିତବର୍ଷ ଜୁନ୍‌ ମାସରେ ଓଡ଼ିଶାରେ ୮୧,୫୩୧ଟି ଗାଡ଼ି ବିକ୍ରି ହୋଇଛି।

ଗତବର୍ଷ ଜୁନ୍‌ରେ ହୋଇଥିବା ମୋଟ ୬୭,୯୧୩ଟି ଗାଡ଼ି ବିକ୍ରି ତୁଳନାରେ ଏହା ୨୦.୦୫ ପ୍ରତିଶତ ଅଧିକ।

ଫେଡେରେସନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆ‌ସୋସିଏସନ୍ସ (ଏଫ୍‌ଏଡିଏ) ରିପୋର୍ଟରୁ ଏହା ଜଣାଯାଇଛି।

ରାଜ୍ୟରେ ଜୁନ୍‌ ମାସରେ ବିକ୍ରି ହୋଇଥିବା ମୋଟ ଗାଡ଼ି ମଧ୍ୟରୁ ଦୁଇ ଚକିଆ ଯାନ ସଂଖ୍ୟା ୬୪,୬୭୬ ରହିଛି।

ଗତବର୍ଷ ଜୁନ୍‌ ତୁଳନାରେ ଦୁଇ ଚକିଆ ବିକ୍ରି ୨୧.୦୪ ପ୍ରତିଶତ ଅଧିକ ହୋଇଛି।

ସେହିଭଳି ୩ ଚକିଆ ଯାନ ବିକ୍ରି ସଂଖ୍ୟା ୨୬୨୪ରେ ପହଞ୍ଚିଛି।

Advertisment ଆହୁରି ପଢନ୍ତୁ: Kerala Landslides : କେରଳର ୱାୟନାଡରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ମାଟି ତଳେ ପୋତି ହୋଇ ରହିଛନ୍ତି ୧୦ ଲୋକ ଗତବର୍ଷ ଜୁନ୍‌ ତୁଳନାରେ ଏଥିରେ ୩୮.୩୨ ପ୍ରତିଶତ ବୃଦ୍ଧି ଘଟିଛି।

ବାଣିଜ୍ୟିକ ଯାନ ବିକ୍ରି ୧୦.୨୦ ପ୍ରତିଶତ ବୃଦ୍ଧି ଘଟି ୨୫୬୧ରେ ପହଞ୍ଚିଛି।

ଯାତ୍ରୀବାହୀ ଯାନ ବିକ୍ରିରେ ୨୬.୩୨ ପ୍ରତିଶତ ବୃଦ୍ଧି ହୋଇ ୮୩୯୦‌ରେ ପହଞ୍ଚିଛି।

ଅନ୍ୟପକ୍ଷରେ ଜୁନ ମାସରେ ଟ୍ରାକ୍ଟର ବିକ୍ରି ୧.୫୭ ପ୍ରତିଶତ ହ୍ରାସ ପାଇ ୨୯୫୬ ୟୁନିଟ୍‌ରେ ରହିଛି।

ଗତବର୍ଷ ଜୁନରେ ରାଜ୍ୟରେ ୩୦୦୩ଟି ଟ୍ରାକ୍ଟର ବିକ୍ରି ହୋଇଥିଲା।

ନିର୍ମାଣ ଉପକରଣ ବିକ୍ରିରେ ୪୭.୨୩ ପ୍ରତିଶତର ବଡ଼ ହ୍ରାସ ଘଟିଛି।

ଗତବର୍ଷ ଜୁନ୍‌ ମାସରେ ରାଜ୍ୟରେ ୬୧୪ଟି ନିର୍ମାଣ ଉପକରଣ ବିକ୍ରି ହୋଇଥିବାବେଳେ ଚଳିତବର୍ଷ ଜୁନ୍‌ରେ ଏହା ୩୨୪ଟିକୁ ହ୍ରାସ ପାଇଛି।

ଆହୁରି ପଢନ୍ତୁ: Syria: ସିରିଆରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍‌ଙ୍କ ହୋଟେଲ ବାହାରେ ଲାଲ କାର୍ ବିସ୍ଫୋରଣ: ୬ ଜଣଙ୍କ ମୃତ୍ୟୁ ଏହି ପରିପ୍ରେକ୍ଷୀରେ ଏଫ୍‌ଏଡିଏ ଓଡ଼ିଶା ଅଧ୍ୟକ୍ଷ ଅଖିଲ ପୋଦ୍ଦାର କୁହନ୍ତି, ଜୁନ୍‌ ମାସରେ ଗାଡ଼ି ବିକ୍ରି ସାମଗ୍ରିକ ଭାବେ ଭଲ ରହିଛି।

ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଜୁନ୍‌ ମାସରେ ଏତେ ସଂଖ୍ୟକ ଗାଡ଼ି ବିକ୍ରି ହୋଇ ନଥିଲା।

ରାଜ୍ୟରେ ଇଭି ବିକ୍ରି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

ଜିଏସ୍‌ଟି ହ୍ରାସ ସହିତ ଇଭି ସବ୍‌ସିଡିର ପ୍ରତିଫଳନ ବିକ୍ରିରେ ଦେଖିବାକୁ ମିଳିଛି।

ଆଗାମୀ ଦିନରେ ରାଜ୍ୟରେ ଗାଡ଼ି ବିକ୍ରି ଆହୁରି ଭଲ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।