Vedanta Aluminium: ବେଦାନ୍ତ ଆଲୁମିନିୟମ୍‌ ଲାଭରେ ୨୦୫% ବୃଦ୍ଧି

Jul 30, 2026 - 23:26
Vedanta Aluminium: ବେଦାନ୍ତ ଆଲୁମିନିୟମ୍‌ ଲାଭରେ ୨୦୫% ବୃଦ୍ଧି

"ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବେଦାନ୍ତ ଆଲୁମିନିୟମ ମେଟାଲ୍‌ ଲିମିଟେଡ୍‌ର ଲାଭ ବାର୍ଷିକ ଆଧାରରେ ୨୦୫ ପ୍ରତିଶତ ବୃଦ୍ଧି ପାଇ ୬୫୯୭ କୋଟି ଟଙ୍କା ହୋଇଛି।

ରାଜସ୍ବ ପରିମାଣ ୪୫ ପ୍ରତିଶତ ବଢ଼ି ୨୧,୧୦୫ କୋଟି ଟଙ୍କାରେ ପହଞ୍ଚିଛି ଓ ଏବିଟ୍‌ଡା ୧୩୪ ପ୍ରତିଶତ ବୃଦ୍ଧି ସହ ୧୦,୪୯୯ କୋଟି ଟଙ୍କା ହୋଇଛି।

କ୍ରିସିଲ ଓ ଇକ୍ରାଠାରୁ କମ୍ପାନି ଏଏ+(ଷ୍ଟେବଲ୍‌) ରେଟିଂ ହାସଲ କରିଛି।

ଏହି ସମୟରେ କମ୍ପାନିର ଆଲୁମିନିୟମ ଉତ୍ପାଦନ ୫ ପ୍ରତିଶତ ବୃଦ୍ଧି ପାଇ ୬୩୨ କେଟି ହୋଇଛି ଓ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ ୧୪ ପ୍ରତିଶତ ବଢ଼ି ୩୮୯ କେଟିରେ ପହଞ୍ଚିଛି।

Advertisment ଆଲୁମିନା ଉତ୍ପାଦନ ୪୧ ପ୍ରତିଶତ ବୃଦ୍ଧି ପାଇ ୮୨୬ କେଟି ହୋଇଛି।

ଏହି ଅବସରରେ କମ୍ପାନିର ସିଇଓ ରାଜେଶ କୁମାର କହିଛନ୍ତି ଯେ ଏହି ତ୍ରୈମାସିକରେ ଦୃଢ଼ ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ଜରିଆରେ ଆମେ ଆମର ନୂଆ ଓ ସ୍ବାଧୀନ ଯାତ୍ରା ଆରମ୍ଭ କରିଛୁ।

ଏକ ଦ୍ରୁତ ପରିବର୍ତ୍ତିତ ପରିବେଶରେ ଆମ ପ୍ରତିଯୋଗିତା ସ୍ଥିତି ବଢ଼ାଇବା ଓ ସ୍ଥାୟୀ ଅଭିବୃଦ୍ଧି ହାସଲ କରିବାକୁ ଆମେ ସମ୍ବଳ ସୁରକ୍ଷା, ପରିଚାଳନା ସମନ୍ବୟ ଓ ମୂଲ୍ୟଯୁକ୍ତ ଉତ୍ପାଦ ଉପରେ ଧ୍ୟାନ ଦେବୁ।

କମ୍ପାନିର ସିଏଫ୍‌ଓ ଅନୁପ ଅଗ୍ରୱାଲ କହିଛନ୍ତି ଯେ ଏକ ସ୍ବାଧୀନ କମ୍ପାନି ଭାବେ ଆମ ପ୍ରଥମ ତ୍ରୈମାସିକରେ ଆମେ ୨୧୦୧୫ କୋଟି ଟଙ୍କାର ରାଜସ୍ବ ଓ ୧୦,୪୯୯ କୋଟି ଟଙ୍କାର ଏବିଟ୍‌ଡା ଓ ୬୫୯୭ କୋଟି ଟଙ୍କାର ଲାଭ କରିଛୁ।

Vedanta: ବେଦାନ୍ତ ଆଲୁମିନିୟମର ଯକ୍ଷ୍ମା ରୋଗୀଙ୍କୁ ସହାୟତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।