Vande Mataram Gets Legal Shield: ବନ୍ଦେ ମାତରମ୍ ପାଇଁ ଐତିହାସିକ ନିଷ୍ପତ୍ତି, ରାଜ୍ୟସଭାରେ ବିଲ୍‌ ବିଲ୍ ପାସ୍

Jul 29, 2026 - 16:45
Vande Mataram Gets Legal Shield: ବନ୍ଦେ ମାତରମ୍ ପାଇଁ ଐତିହାସିକ ନିଷ୍ପତ୍ତି, ରାଜ୍ୟସଭାରେ ବିଲ୍‌ ବିଲ୍ ପାସ୍

'ବନ୍ଦେ ମାତରମ୍'କୁ ମିଳିବ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଭଳି ଆଇନଗତ ସୁରକ୍ଷା। ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ରାଜ୍ୟସଭାରେ ମଞ୍ଜୁରି ମିଳିଛି। ବିଲ୍ ପାସ୍ ହେବା ପରେ 'ବନ୍ଦେ ମାତରମ୍'ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିବ।

ବୁଧବାର ରାଜ୍ୟସଭାରେ 'ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬' ପାରିତ ହୋଇଛି। ଏହି ସଂଶୋଧନ ବିଲ୍ ମାଧ୍ୟମରେ ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ଜାତୀୟ ସଙ୍ଗୀତ 'ଜନ ଗଣ ମନ' ଭଳି ସମାନ ଆଇନଗତ ସୁରକ୍ଷା ଦିଆଯିବ।

ବିଲ୍‌ ଉପରେ ଆଲୋଚନାର ଉତ୍ତର ରଖି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ, ଏହା କେବଳ ଏକ ଆଇନ ସଂଶୋଧନ ନୁହେଁ, ବରଂ ଭାରତର ଆତ୍ମା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଜାତିର ସାମୂହିକ ପ୍ରତିବଦ୍ଧତାର ପ୍ରତୀକ। ସେ କହିଥିଲେ, ଏବେଠାରୁ 'ବନ୍ଦେ ମାତରମ୍'କୁ ଜାଣିଶୁଣି ଅପମାନ କଲେ ତିନି ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିବ।

ଆଲୋଚନା ଆରମ୍ଭ କରି ବିଜେପି ସାଂସଦ ଡା. ରାଧା ମୋହନ ଦାସ ଅଗ୍ରୱାଲ କହିଥିଲେ, ସ୍ୱାଧୀନତା ସଂଗ୍ରାମରେ 'ବନ୍ଦେ ମାତରମ୍' ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଦେଇଥିଲା। ସେହିପରି ୱାଇଏସଆରସିପି ସାଂସଦ ଗୋଲ୍ଲା ବାବୁରାଓ ମଧ୍ୟ ବିଲ୍‌କୁ ସ୍ୱାଗତ କରି କହିଥିଲେ ଯେ, 'ବନ୍ଦେ ମାତରମ୍' କେବଳ ଏକ ଗୀତ ନୁହେଁ, ବରଂ ଦେଶଭକ୍ତିର ଅମର ପ୍ରେରଣା।

ବିଲ୍ ଉପରେ ବିଜେଡିର ସୁଲତା ଦେଓ, ଆପ୍‌ର ସଞ୍ଜୟ ସିଂହ ଏବଂ ଏଆଇଏଡିଏମକେର ଡା. ଏମ୍. ଥାମ୍ବିଦୁରାଇଙ୍କ ସମେତ ଅନେକ ସାଂସଦ ନିଜ ମତ ରଖିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।