Solar Eclipse: ଶ୍ରାବଣ ଅମାବାସ୍ୟାରେ ସୂର୍ଯ୍ୟ ପରାଗ, ୪ ରାଶି ପାଇଁ ସତର୍କ ସଙ୍କେତ !
"ନୂଆଦିଲ୍ଲୀ: ଭଗବାନ ଶିବଙ୍କ ପ୍ରିୟ ମାସ ଶ୍ରାବଣରେ ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି।
ବୈଦିକ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ଅମାବାସ୍ୟା ତିଥି ଅଗଷ୍ଟ ୧୨ ତାରିଖରେ ପଡ଼ୁଥିବାରୁ ସେହିଦିନ ଏହି ସୂର୍ଯ୍ୟ ପରାଗ ଲାଗିବ ।
ଜ୍ୟୋତିଷ ଗଣନା ଅନୁଯାୟୀ, ଏହା କର୍କଟ ରାଶିରେ ଲାଗିବ ଏବଂ ସେହି ସମୟରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଓ ଗୁରୁଙ୍କ ଉପସ୍ଥିତି ଯୋଗୁଁ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ।
ଏହି ସୂର୍ଯ୍ୟ ପରାଗକୁ ଦୁର୍ଲଭ ବୋଲି ମନେ କରାଯାଉଛି।
ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ।
ଏହି କାରଣରୁ ଭାରତରେ ସୂତକ କାଳ ମାନ୍ୟ ହେବ ନାହିଁ।
ତଥାପି ଜ୍ୟୋତିଷ ଶାସ୍ତ୍ରରେ ଏହି ଗ୍ରହଣର ଜ୍ୟୋତିଷୀୟ ପ୍ରଭାବକୁ ନେଇ ବିଶେଷ ଚର୍ଚ୍ଚା ହେଉଛି।Advertisment ଅଧିକ ପଢନ୍ତୁHeavy Rain: ଗଭୀର ଅବପାତ ପ୍ରଭାବରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ସତର୍କତା ଜାରି ଜ୍ୟୋତିଷବିଦ୍ମାନଙ୍କ ମତାନୁସାରେ, ସୂର୍ଯ୍ୟ ପରାଗର ପ୍ରଭାବ ବିଶେଷକରି ମେଷ, କର୍କଟ, ତୁଳା ଓ ମକର ରାଶିର ଜାତକଙ୍କ ଉପରେ ପଡ଼ିପାରେ।
ଏହି ରାଶିର ଲୋକମାନେ ଆସନ୍ତା କିଛି ମାସ ଧରି ସ୍ୱାସ୍ଥ୍ୟ, ଚାକିରି, ବ୍ୟବସାୟ, ମାନ-ସମ୍ମାନ ଏବଂ ଧନ-ସମ୍ପତ୍ତି ମାମଲାରେ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଧନହାନି, ସମ୍ପତ୍ତି ବିବାଦ, ମାନସିକ ଚାପ କିମ୍ବା ଅନାବଶ୍ୟକ ଖର୍ଚ୍ଚ ଭଳି ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଥିବା କୁହାଯାଉଛି ।
ତେବେ ଏସବୁ ଜ୍ୟୋତିଷୀୟ ଆକଳନ ମାତ୍ର ଏବଂ ବ୍ୟକ୍ତିଗତ ଜୀବନର ଫଳାଫଳ ଅନେକ ଅନ୍ୟ କାରଣ ଉପରେ ମଧ୍ୟ ନିର୍ଭର କରିଥାଏ।
ଶିବ ଆରାଧନାରେ କଟିବ କି ସଙ୍କଟ?
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ସମୟରେ ଭଗବାନ ଶିବଙ୍କ ଉପାସନା କରିବା ଶୁଭ ମନାଯାଏ।
ବିଶେଷକରି ସୋମବାର ଦିନ ଜଳାଭିଷେକ କରିବା, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଓ ଶିବ ଆରାଧନା କରିବା ଦ୍ୱାରା ମନୋବଳ ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ତେବେ ସୂର୍ଯ୍ୟ ପରାଗକୁ ନେଇ ଆଗ୍ରହ ଓ ଚର୍ଚ୍ଚା ବଢ଼ୁଥିବା ବେଳେ, ଏହାର ବୈଜ୍ଞାନିକ ଓ ଜ୍ୟୋତିଷୀୟ ଦୁଇଟି ଦୃଷ୍ଟିକୋଣକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି।
ଅଗଷ୍ଟ ୧୨ର ଏହି ସୂର୍ଯ୍ୟ ପରାଗକୁ ନେଇ ବର୍ତ୍ତମାନଠାରୁ ଚର୍ଚ୍ଚା ଜୋର ଧରିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।