Vaibhav Sooryavanshi Handed Leadership Role: ବୈଭବଙ୍କ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା, ମାର ୧୫ ବର୍ଷରେ...
ଭାରତୀୟ କ୍ରିକେଟର ନୂଆ ସେନ୍ସେସନ୍ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ଦାୟିତ୍ୱ। ମାତ୍ର ୧୫ ବର୍ଷ ବୟସରେ ଦୁଲିପ୍ ଟ୍ରଫି ୨୦୨୬ ପାଇଁ ଇଷ୍ଟ ଜୋନ୍ ଦଳର ଉପଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି ବୈଭବ। ଅନ୍ୟପଟେ ଅନୁଭବୀ ୱିକେଟକିପର ବ୍ୟାଟର ଇଶାନ କିଶନଙ୍କୁ ଦଳର ନେତୃତ୍ୱ ମିଳିଛି।
ସମ୍ପ୍ରତି ଜିମ୍ବାୱେ ବିପକ୍ଷ ସିରିଜରେ ଦୁଇଟି ଅର୍ଦ୍ଧଶତକ ହାସଲ କରି ବୈଭବ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଇଂଲଣ୍ଡ ବିପକ୍ଷରେ ସିନିୟର ଦଳରେ ଡେବ୍ୟୁ ପରେ ସେ ଯେଉଁ ଭଳି ପ୍ରତ୍ୟାବର୍ତ୍ତନ କରିଥିଲେ, ତାହା ଚୟନକର୍ତ୍ତାଙ୍କ ବିଶ୍ୱାସ ଜିତିଛି।
ଇଷ୍ଟ ଜୋନ୍ ଦଳର ଅଧିନାୟକ ଦାୟିତ୍ୱ ପାଇଛନ୍ତି ଇଶାନ କିଶନ। ନିକଟରେ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଆକ୍ରମଣାତ୍ମକ ବ୍ୟାଟିଂ କରି ସେ ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦଳରେ ମହମ୍ମଦ ଶାମି, ମୁକେଶ କୁମାର, ଅଭିମନ୍ୟୁ ଈଶ୍ୱରନ ଓ ଶାହବାଜ ଅହମଦଙ୍କ ଭଳି ଅନୁଭବୀ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି।
ଯୁବ ଉତ୍ସାହ ଓ ଅନୁଭବର ଏହି ମିଶ୍ରଣ ସହ ଦୁଲିପ୍ ଟ୍ରଫିରେ ଇଷ୍ଟ ଜୋନ୍ ଦଳର ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିବ। ବିଶେଷକରି ବୈଭବ ସୂର୍ଯ୍ୟବଂଶୀ ଉପଅଧିନାୟକ ଭାବେ କେମିତି ଦାୟିତ୍ୱ ସମ୍ଭାଳୁଛନ୍ତି, ତାହା କ୍ରିକେଟପ୍ରେମୀଙ୍କ ପାଇଁ ହେବ ଆକର୍ଷଣର କେନ୍ଦ୍ର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।