Uttrakhand: ବାର୍ଷିକ ୨୩ ମିଟର ତରଳୁଛି ଉତ୍ତରାଖଣ୍ଡ ହିମବାହ

Sep 20, 2026 - 22:20
Uttrakhand: ବାର୍ଷିକ ୨୩ ମିଟର ତରଳୁଛି ଉତ୍ତରାଖଣ୍ଡ ହିମବାହ

"ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେନ୍ଦ୍ରୀୟ ହିମାଳୟ ଅଞ୍ଚଳରେ ଥିବା ହିମବାହଗୁଡ଼ିକ ବାର୍ଷିକ ହାରାହାରି ୨୩.୨୩ ମିଟର ହାରରେ ତରଳି ପଛକୁ ହଟୁଛନ୍ତି।

କେତେକ ଅଞ୍ଚଳରେ ଏହି କ୍ଷୟ ହାର ବାର୍ଷିକ ୮୮ ମିଟର ପର୍ଯ୍ୟନ୍ତ ପହଞ୍ଚିଛି।

ନିକଟରେ "ଡିସ୍କଭର ଜିଓସାଇନ୍ସ" ପତ୍ରିକାରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଡେରାଡୁନ୍‌ସ୍ଥିତ ୱାଡିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହିମାଲୟନ୍ ଜିଓଲୋଜିର ମନୀଷ ମେହେଟ୍ଟା ଏବଂ ୟୁନିଭରସିଟି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ୍ ଏନର୍ଜି ଷ୍ଟଡିଜ୍ (ୟୁପିଇଏସ୍)ର ଗବେଷକ ଜ୍ୟୋତି କୁମାରୀ, ଗିରୀଶ ସି.

କୋଠିୟାରୀ ଓ ଅତୁଲ କୁମାର ପଟେଦାରଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି।

୧୯୯୦ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୩୪ ବର୍ଷର ଉପଗ୍ରହ ଚିତ୍ର ଓ ପ୍ରତ୍ୟକ୍ଷ ନିରୀକ୍ଷଣକୁ ଆଧାର କରି ଏହି ଗବେଷଣା କରାଯାଇଛି।Advertisment ଆହୁରି ପଢନ୍ତୁ: Gujurat: ଗୁଜରାଟର "ଗଣିକାପଲ୍ଲୀ"ରେ ଜୀବିକାର ବିକଳ୍ପ ପାଇଁ ଉଦ୍ୟମ, ଯୌନ ବ୍ୟବସାୟରୁ ଦୂରେଇବା ପାଇଁ ଅଳ୍ପ ବୟସରେ ନିର୍ବନ୍ଧ ରିପୋର୍ଟ ଅନୁଯାୟୀ, ତେହେରୀ ଗଡ଼ୱାଲର ଭାଗୀରଥୀ ଉପତ୍ୟକାରେ ଥିବା "ଖାତଲିଂ ହିମବାହ" ସବୁଠାରୁ ଦ୍ରୁତ ଗତିରେ ବାର୍ଷିକ ୮୮ ମିଟର ହାରରେ କ୍ଷୟ ହେଉଛି, ଯାହାକି ଏକ ଶୁଦ୍ଧ ବରଫାବୃତ ହିମବାହ।

ଅପରପକ୍ଷରେ, ମୋଟା ଆବର୍ଜନା, ପଥର ଓ ଧୂଳି ଦ୍ୱାରା ଆଚ୍ଛାଦିତ ହୋଇଥିବା ଉତ୍ତରକାଶୀ ଜିଲ୍ଲାର ଭାଗୀରଥୀ ଏବଂ ଚାମୋଲୀ ଜିଲ୍ଲାର ସତୋପନ୍ଥ ହିମବାହ ବାର୍ଷିକ ମାତ୍ର ୩.୭ ମିଟର ହାରରେ କ୍ଷୟ ହେଉଛି।

ମୋଟା ଆବର୍ଜନା ସ୍ତର ପ୍ରାକୃତିକ ଆସ୍ତରଣ ଭାବେ କାର୍ଯ୍ୟ କରୁଥିବାରୁ ଏହା ବରଫ ତରଳିବା ପ୍ରକ୍ରିୟାକୁ ଧୀର କରିଦେଉଛି।

ଗବେଷଣାରୁ ଆଉ ଏକ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି ଯେ, ପିଥୋରାଗଡ଼ ଜିଲ୍ଲାର ମିଲାମ ହିମବାହ କ୍ଷୟ ହେବା ସହ ପ୍ରାୟ ୪୭ଟି ନୂଆ ହିମବାହ ହ୍ରଦ ସୃଷ୍ଟି କରିଛି।

ଆହୁରି ପଢନ୍ତୁ: Encounter: ୨୦ ବର୍ଷ ଧରି ଫେରାର୍‌ ଟିଏସ୍‌ପିସି କମାଣ୍ଡର ବ୍ରଜେଶ ଗଞ୍ଜୁ ଏନ୍‌କାଉଣ୍ଟରରେ ନିହତ ଅଧ୍ୟୟନ ଅନୁସାରେ, ୨୦୦୦ ମସିହା ପରଠାରୁ ବରଫ ସଞ୍ଚୟ ଓ ତରଳିବା ମଧ୍ୟରେ ଥିବା ସୀମା ବା ଇକ୍ୱିଲିବ୍ରିୟମ୍ ଲାଇନ୍ ଆଲ୍ଟିଚ୍ୟୁଡ୍ (ଇଏଲ୍‌ଏ) ପ୍ରାୟ ୫୦୦ ମିଟର ଉପରକୁ ଉଠିଯାଇଛି।

ଏହାଦ୍ୱାରା ହିମବାହଗୁଡ଼ିକରେ ନୂଆ ବରଫ ଜମା ହେବା ହ୍ରାସ ପାଇବା ସହ ତରଳିବା ପରିମାଣ ବୃଦ୍ଧି ପାଇଛି, ଯାହା ହିମବାହର ଭରସାଯୋଗ୍ୟ ବରଫ ଭଣ୍ଡାରକୁ ବିପଜ୍ଜନକ ସ୍ଥିତିକୁ ନେଇଯାଉଛି।

ଗବେଷକମାନେ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଦଶନ୍ଧିଗୁଡ଼ିକରେ ହିମବାହର ଲମ୍ବ ଯଥେଷ୍ଟ କମିଯିବାର ସମ୍ଭାବନା ରହିଛି।

ଏହି ପରିସ୍ଥିତି ଉପରେ ଉପଗ୍ରହ ରାଡାର, ଡ୍ରୋନ୍‌ ଏବଂ ପ୍ରତ୍ୟକ୍ଷ କ୍ଷେତ୍ର ସର୍ବେକ୍ଷଣ ମାଧ୍ୟମରେ କ୍ରମାଗତ ଅନୁଧ୍ୟାନ କରିବା ଜରୁରୀ।

ଏହାଦ୍ୱାରା ଜଳ ସମ୍ପଦର ଆକଳନ ସହ ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲ୍‌ଓଏଫ୍‌) ଭଳି ଭୟଙ୍କର ବିପର୍ଯ୍ୟୟର ମୁକାବିଲା ଓ ପ୍ରଶମନ କରାଯାଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)