Uttarpradesh: ଉତ୍ତରପ୍ରଦେଶରେ ୨ ୱାଣ୍ଟେଡ୍‌ ଅଭିଯୁକ୍ତଙ୍କୁ ଏନକାଉଣ୍ଟର୍‌: ଘଟଣାରେ ୨ ପୁଲିସ ଆହତ

Jul 17, 2026 - 22:30
Uttarpradesh: ଉତ୍ତରପ୍ରଦେଶରେ ୨ ୱାଣ୍ଟେଡ୍‌ ଅଭିଯୁକ୍ତଙ୍କୁ ଏନକାଉଣ୍ଟର୍‌: ଘଟଣାରେ ୨ ପୁଲିସ ଆହତ

"ଲକ୍ଷ୍ନୌ : ଉତ୍ତରପ୍ରଦେଶ ଏଟାୱାର ୨ ଜଣ ଅଭିଯୁକ୍ତଙ୍କୁ ଚେନ୍‌ ଚୋରି ମାମଲା‌ରେ ଏନକାଉଣ୍ଟର କରାଯାଇଛି।

ଏଟାୱା ଏବଂ ଫିରୋଜାବାଦ ପୁଲିସର ମିଳିତ ଅପରେସନ୍‌ରେ ଆଜି ଶିକୋହାବାଦରେ ଏହି ଏନକାଉଣ୍ଟର ‌ହୋଇଛି।

ଫିରୋଜାବାଦ ଜିଲ୍ଲାର ଶିକୋହାବାଦ ରେଳ ଷ୍ଟେସନ୍‌ରୁ ଆଜି ପୁଲିସ ପ୍ରଥମେ ୨ ଅଭିଯୁକ୍ତଙ୍କୁ ପିଛା କରିଥିଲା।

ଚେନ୍‌ ଚୋରି ଘଟଣା‌ରେ ସମ୍ପୃକ୍ତି ଥିବା ଏକ ଗ୍ୟାଙ୍ଗ୍‌ ଝାଡ଼ଖଣ୍ଡ ଯାଉଛନ୍ତି ବୋଲି ସୂଚନା ପାଇବାପରେ ଏଟାୱା ପୁଲିସ ଆଜି ଶିକୋହାବାଦ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲା।

ଏନକାଉଣ୍ଟର୍‌ ଚାଲିବା ସମୟରେ ଆଗ୍ରା ଜୋନ୍‌ ଏଡିଜି ଏସ୍‌କେ ଭଗତଙ୍କ ସହ ଡିଆଇଜି ଶୈଳେଶ ପାଣ୍ଡେ, ଫିରୋଜାବାଦ ଏସଏସପି ଏବଂ ଏଟାୱା ଏସଏସପି ଘଟଣାସ୍ଥଳରେ ପହଞ୍ଚିଥିଲେ।

ପରେ ଏଡିଜି ଭଗତ ଗଣମାଧ୍ୟମରେ ବିବୃତି ରଖି କହିଥିଲେ, " ଜୁଲାଇ ୩ ତାରିଖରେ ଏଟାୱାରେ ଚେନ୍‌ ଚୋରି ଘଟଣା ସହ ଏହା ଜଡ଼ିତ।

ଏଟାୱା ପୁଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟମାନଙ୍କୁ ଖୋଜୁଥିଲା।

ଖବର ପାଇ ପୁଲିସ ଟିମ୍‌ ଝାଡ଼ଖଣ୍ଡ ଯାଉଥିବା ଏକ ଟ୍ରେନ୍‌ରେ ପହଞ୍ଚିଥିଲେ।

ପୁଲିସ ଟିମ୍‌ ଫିରୋଜାବାଦ ଜିଲ୍ଲା ନିକଟସ୍ଥ ଶିକୋହାବାଦ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲେ।Advertisment ଆହୁରି ପଢନ୍ତୁ: CEC pressmeet ନିର୍ବାଚନ ଓ ଭୋଟରଙ୍କ ମଧ୍ୟରେ ଗଣମାଧ୍ୟମ ହେଉଛି ସେତୁ: ସିଇସି ଏହି ସମୟରେ ପୁଲିସକୁ ଷ୍ଟେସନ୍‌ରେ ଦେଖି ଅଭିଯୁକ୍ତମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ।

କିନ୍ତୁ ପୁଲିସ ସେମାନଙ୍କୁ ପିଛା କରିଥିଲା।

ଅଭିଯୁକ୍ତମାନେ ଆତ୍ମସମର୍ମଣ ନକରି ଜଣେ ଶିଶୁକୁ ନିଜ କବ୍‌ଜାକୁ ନେଇ ଧମକାଇଥିଲେ।

ପରେ ସେମାନେ ପିଲାଟିକୁ ଏକା ଛାଡ଼ିଦେଇ ଜଣଙ୍କଠାରୁ ମୋଟରସାଇକେଲ୍‌‌ ଛଡ଼ାଇ ପୁଲିସ ହାତକୁ ଖସି ଯିବାକୁ ଚେଷ୍ଟା କରିଥିଲେ।

ପୁଲିସ ସେମାନଙ୍କୁ ପିଛା କରିବାକୁ ଚେଷ୍ଟା କରିବା ସମୟରେ ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ।

ଏହି ଘଟଣା‌ରେ ୨ ଜଣ ପୁଲିସ ଆହତ ହୋଇଛନ୍ତି।

ତେବେ ପୁଲିସ ୨ ଅଭିଯୁକ୍ତଙ୍କୁ ପିଛା କରିବା ଜାରି ରଖିଥିବାବେଳେ ସେମାାନେ ମୋଟର ସାଇକେଲ୍‌ ଛାଡ଼ି ଏକ ପ୍ରାଥମିକ ସ୍କୁଲ୍‌ରେ ପଶି ଯାଇଥିଲେ।

ଆହୁରି ପଢନ୍ତୁ: NEET-UG result: ଆକାଶର ୧୧ ଛାତ୍ରଛାତ୍ରୀଙ୍କୁ ସଫଳତା  ଏହି ସମୟରେ ପାଠ ପଢ଼ା ଚାଲିଥିଲା ଏବଂ ପିଲାମାନେ ମଧ୍ୟ ଶ୍ରେଣୀଗୃହରେ ଉପସ୍ଥିତ ଥିଲେ।

କିନ୍ତୁ ସେଠାାରେ ପୁଲିସ ପହଞ୍ଚିବାପରେ ‌ସେମାନେ ସେଠାରୁ ଏକ ଖୋଲା ପଡ଼ିଆକୁ ଯାଇଥିଲେ।

ଏହି ସମୟରେ ଏଟାୱା ପୁଲିସ ଗୁଳିରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିବାବେଳେ ଫିରୋଜାବାଦ ପୁଲିସ ଗୁଳିରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା।

ଉଭୟ ଅଭିଯୁକ୍ତ ଏଟାୱା ଜିଲ୍ଲା ଭରତନା ଗ୍ରାମର।

ସେମାନେ ହେଉଛନ୍ତି ସୁମିତ ଏବଂ ଅଙ୍କିତ।

ବୟସ ୨୫ରୁ ୩୦ ମଧ୍ୟରେ ।

ଉଭୟଙ୍କର ପୂର୍ବରୁ ଆପରାଧିକ ଇତିହାସ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।