Uttar Pradesh: ବର ୭୫କୁ କନିଆ ୩୦: ସରିଛି ନିର୍ବନ୍ଧ ଖୁବଶୀଘ୍ର ହେବ ବିବାହ

Oct 16, 2026 - 19:03
Uttar Pradesh: ବର ୭୫କୁ କନିଆ ୩୦: ସରିଛି ନିର୍ବନ୍ଧ ଖୁବଶୀଘ୍ର ହେବ ବିବାହ

"ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରାୟତଃ ଏପରି ପ୍ରେମ କାହାଣୀ ଦେଖିବାକୁ ମିଳେ, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରି ନଥିବେ।

ଆପଣ ହୁଏତ ୧୦ ବର୍ଷର ବୟସ ବ୍ୟବଧାନ ଥିବା ପ୍ରେମ କାହାଣୀ ବିଷୟରେ ଜାଣିଥିବେ, କିନ୍ତୁ ଆପଣ କେବେ ଏପରି କୌଣସି ପ୍ରେମ କାହାଣୀ ବିଷୟରେ ଶୁଣିଛନ୍ତି କି ଯେଉଁଠାରେ ବୟସର ପାର୍ଥକ୍ୟ ୧୨ କିମ୍ବା ୧୩ ବର୍ଷ ନୁହେଁ, ବରଂ ପୂରା ୪୫ ବର୍ଷର ରହିଛି।Advertisment ଉତ୍ତର ପ୍ରଦେଶର ଔରୈୟା  ଅଞ୍ଚଳରୁ ଏମିତି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଏହି ଘଟଣାରେ ୭୫ ବର୍ଷୀୟ ରାମସୁଗାର ଏବଂ ୩୦ ବର୍ଷୀୟା ସୋସିଆଲ ମିଡିଆ ବ୍ଲଗର୍ ରାଣୀ ରାଜପୁତ ସାମିଲ ଅଛନ୍ତି।

ପ୍ରାୟ ୪୫ ବର୍ଷର ବୟସ ବ୍ୟବଧାନ ଥିବା ସତ୍ତ୍ୱେ, ଉଭୟେ ନିଜ ଜୀବନ ଏକାଠି ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।

ବର୍ତ୍ତମାନ ସୋସିଆଲ ମିଡିଆରେ ସେମାନଙ୍କ ନିର୍ବନ୍ଧର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଖୁବଶୀଘ୍ର ଦୁହେଁ ବିବାହ ମଧ୍ୟ କରିବେ।

ବର ୭୫କୁ କନିଆ ୩୦ ରାମସୁଗାର ଔରୈୟାର ସହର ବ୍ଲକ ଅନ୍ତର୍ଗତ ଅରିୟାରି ଗାଁର ବାସିନ୍ଦା ହୋଇଥିବା ବେଳେ, ରାଣୀ ରାଜପୁତ ଦୟାଲପୁରର ବାସିନ୍ଦା ଅଟନ୍ତି।

ରାଣୀ ସୋସିଆଲ ମିଡିଆ ପାଇଁ ଭିଡିଓ ଏବଂ 'ରିଲ୍ସ'  ତିଆରି କରନ୍ତି ଏବଂ ରାମସୁଗାରଙ୍କ ଝିଅ ରାଧା ମଧ୍ୟ ୟୁଟ୍ୟୁବ୍ ପାଇଁ ବିଭିନ୍ନ ବିଷୟବସ୍ତୁ ପ୍ରସ୍ତୁତ କରନ୍ତି।

ଏହି ସୂତ୍ରରୁ ହିଁ ରାଣୀ ରାମସୁଗାରଙ୍କ ଘରକୁ ଯିବା ଆସିବା ଆରମ୍ଭ କରିଥିଲେ।

ରାମସୁଗାରଙ୍କ କହିବା ଅନୁଯାୟୀ, ରାଣୀ ପ୍ରାୟ ଦୁଇ ବର୍ଷ ଧରି ସେଠାକୁ ଯାଉଥିଲେ।

ଭିଡିଓ ସୁଟିଂ ଏବଂ ବାରମ୍ବାର ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ନିକଟତରତା ବଢ଼ିଲା।

କ୍ରମଶଃ, ସେମାନଙ୍କ ସମ୍ପର୍କ ପ୍ରେମରେ ପରିଣତ ହେଲା ଏବଂ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଲେ।

75-year-old Ramsugar is set to marry 30-year-old Instagram Reels creator Rani Rajput after they fell in love a year ago.

Their ring ceremony is already done, and the wedding is planned after Navratri.Auraiya, Uttar Pradesh pic.twitter.com/BM67JQ9shk — Ghar Ke Kalesh (@gharkekalesh) October 15, 2026 ସୂଚନା ଅନୁଯାୟୀ, ରାମସୁଗାରଙ୍କ ପତ୍ନୀଙ୍କର ପ୍ରାୟ ସାତ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଥିଲା, ଯାହା ପରେ ସେ ଏକାକୀ ରହୁଥିଲେ।

ତାଙ୍କ ଝିଅ ରାଧାଙ୍କ ମାଧ୍ୟମରେ ରାଣୀ ସେହି ପରିବାର ସହ ଘନିଷ୍ଠ ହୋଇଯାଇଥିଲେ।

ଚାଷଜମି ଚାହୁଁଛି ଜଳ; ପୁଣି ନିରାଶ କଲା ବର୍ଷା"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)