Uttar-pradesh: ଉତ୍ତରପ୍ରଦେଶରେ ୨୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲ ବନ୍ଦ ଅଭିଯୋଗ, ବିଧାନସଭାରେ ପ୍ରସଙ୍ଗ ଉଠାଇବ ଏସ୍‌ପି

Aug 02, 2026 - 20:34
Uttar-pradesh: ଉତ୍ତରପ୍ରଦେଶରେ ୨୬ ହଜାରରୁ ଅଧିକ ପ୍ରାଥମିକ ସ୍କୁଲ ବନ୍ଦ ଅଭିଯୋଗ, ବିଧାନସଭାରେ ପ୍ରସଙ୍ଗ ଉଠାଇବ ଏସ୍‌ପି

"ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୧୭ରେ ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ୨୬ ହଜାରରୁ ଅଧିକ ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ।

ରବିବାର ଲକ୍ଷ୍ନୌସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏହି ପ୍ରସଙ୍ଗକୁ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ତାଙ୍କ ଦଳ ଜୋରଦାର ଭାବେ ଉଠାଇବ।Advertisment ଆହୁରି ପଢନ୍ତୁ : Investor: ୪ ମାସ ପରେ ସେୟାର ବଜାରକୁ ଫେରିଲେ ବିଦେଶୀ ନିବେଶକ: ଜୁଲାଇରେ ୨୦,୨୦୦ କୋଟି ନିବେଶ କଲେ ଅଖିଳେଶଙ୍କ କହିବା ଅନୁସାରେ, ସରକାର ବିଦ୍ୟାଳୟ ବନ୍ଦ କରି ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁ ସମୁଦାୟର ଶିଶୁମାନଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ଚାହୁଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ସରକାରୀ ସ୍କୁଲ ବନ୍ଦ ହେବା ଫଳରେ ଗ୍ରାମାଞ୍ଚଳ ଓ ଆର୍ଥିକ ଭାବେ ଦୁର୍ବଳ ପରିବାରର ପିଲାମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି।

ଏସ୍‌ପି ମୁଖ୍ୟ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରୁଥିବାବେଳେ ଦଳ ଏହାକୁ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ କରିବ।

ଲୋକଙ୍କ ଶିକ୍ଷା ଅଧିକାର ସହ ଜଡ଼ିତ ଏହି ବିଷୟରେ ସରକାରଙ୍କୁ ଉତ୍ତର ଦେବାକୁ ବାଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ : Blood Donation Camp ସମ୍ବଲପୁରୀ ଦିନ୍‌ରେ ସମ୍ବଲପୁରୀ ଏକତା ମଞ୍ଚର ରକ୍ତଦାନ ଶିବିର, ସଂଗ୍ରହ ହେଲା ୪୦ ୟୁନିଟ୍ ରକ୍ତ  ଅନ୍ୟପଟେ, ବିଦ୍ୟାଳୟ ବନ୍ଦକୁ ନେଇ ରାଜ୍ୟ ସରକାରପୂର୍ବରୁ କହିଆସୁଛନ୍ତି ଯେ, ଛାତ୍ରସଂଖ୍ୟା ଅତ୍ୟନ୍ତ କମ୍‌ ଥିବା ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ କରି ଶିକ୍ଷାର ଗୁଣବତ୍ତା ଓ ଭିତ୍ତିଭୂମିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଆଯାଉଛି।

ସରକାର "ଅପରେସନ କାୟାକଳ୍ପ" ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଓ ପାଠପଢ଼ାର ପରିବେଶରେ ସୁଧାର ଆସିଥିବା ଦାବି କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।